ନାବାଳକଙ୍କୁ ଅପହରଣ, ନୟାଗଡ଼ରେ ବିକ୍ରି

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜଧାନୀ ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଶିଶୁକନ୍ୟାକୁ ବିସ୍କୁଟ ଦେଇ ଅପହରଣ କରାଯିବା ଘଟଣାର ୧୦ଦିନ ପରେ ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ନାବାଳକଙ୍କୁ ଅପହରଣ କରାଯାଇ ବିକ୍ରି କରାଯାଇଥିବା ଜଣାପଡ଼ିଛି। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କରି ତାଙ୍କ ସହଯୋଗରେ ନାବାଳକଙ୍କୁ ଖୋର୍ଦ୍ଧା ପୁବୁସାହିରୁ ବୁଧବାର ଉଦ୍ଧାର କରିଛି। ଏଥିସହ ମାଷ୍ଟରମାଇଣ୍ଡଙ୍କ ସହ ବିକ୍ରି ଯୋଜନାରେ ସମ୍ପୃକ୍ତ ଥିବା ଜଣେ ମଧ୍ୟସ୍ଥ ଓ ଜଣେ ମହିଳାଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ଅଖାରିଆ ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ଗୀତାଞ୍ଜଳି ଦାସ(୩୪), ସରୋଜିନୀ ମହାପାତ୍ର(୫୦) ଓ ମଧ୍ୟସ୍ଥ ଗୋବର୍ଦ୍ଧନ ସାହୁ(୪୨)। ଗୁରୁବାର ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଖଣ୍ଡଗିରି ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଗୀତାଞ୍ଜଳି ଜାଗମରା ଗ୍ରାମରେ ପରିବାର ସହ ରୁହନ୍ତି। ଓଡ଼ଗାଁ ଅଞ୍ଚଳର ମଧ୍ୟସ୍ଥ ଗୋବର୍ଦ୍ଧନ ଓ ସରୋଜିନୀ ନାମ୍ନୀ ମହିଳାଙ୍କ ସହ ପିଲା ବିକ୍ରି ପାଇଁ ୧ ଲକ୍ଷ ଟଙ୍କା ଡିଲ୍‌ କରିଥିଲେ। ଏଥିପାଇଁ ସେ ମାସେ ପୂର୍ବରୁ ୪୦ ହଜାର ଟଙ୍କା ଅଗ୍ରିମ ଆଣିଥିଲେ। ବୁଧବାର ସାରେ ଗୀତାଞ୍ଜଳି ଘରପାଖରେ ୩ ଜଣ ପିଲାଙ୍କୁ ବହି କିଣେଇବା ସହ ଚକଲେଟ୍‌ ଦେବାକୁ କହି ଡାକିଥିଲେ। ହେଲେ ୩ ଜଣ ପିଲାଙ୍କ ମଧ୍ୟରୁ ପଡ଼ୋଶୀ ମାମା ଜେନାଙ୍କ ୧୦ ବର୍ଷର ପୁଅ ତାଙ୍କ ସହ ଯାଇଥିଲେ। ସେପଟେ ପୂର୍ବ ଯୋଜନା ଅନୁଯାୟୀ ଗୋବର୍ଦ୍ଧନ ଓ ସରୋଜିନୀଙ୍କୁ ଡାକି ଦେଇଥିଲେ। ସେମାନେ ଏକ କାର୍‌ ଯୋଗେ ଭୁବନେଶ୍ୱର ଆସି ଗୀତାଞ୍ଜଳିଙ୍କ ପାଖରେ ପହଞ୍ଚତ୍ଥିଲେ। ସେମାନେ ନାବାଳକଙ୍କୁ କିଛି ନିଶାଦ୍ରବ୍ୟ ଦେବାରୁ ସେ ଶୋଇ ପଡ଼ିଥିଲେ। ପରେ ସେମାନେ ନାବାଳକଙ୍କୁ ନେଇ ରାତିରେ ଓଡ଼ଗାଁ ଚାଲିଯାଇଥିଲେ। ସେଠାରୁ ଗୀତାଞ୍ଜଳି ଭୁବନେଶ୍ୱର ଚାଲି ଆସିଥିଲେ। ଏପଟେ ମା’ ମାମା ତାଙ୍କ ପୁଅଙ୍କୁ ନ ପାଇ ପାଖ ପିଲାଙ୍କୁ ନ ପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୨୧୪/୨୨) ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଗୀତାଞ୍ଜଳିଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ସୁଦ୍ଧା ସେ ପ୍ରଥମେ କିଛି କହି ନ ଥିଲେ। ପରେ ସବୁ କଥା ମାନି ଥିଲେ। ତାଙ୍କଠାରୁ ସବୁ କଥା ଜାଣିବା ପରେ ଅନ୍ୟ ୨ ଅଭିଯୁକ୍ତଙ୍କ ଧରିବାକୁ ଯୋଜନା କରିଥିଲା। ଗୀତାଞ୍ଜଳିଙ୍କ ମାଧ୍ୟମରେ ୨ ଅଭିଯୁକ୍ତ ଗୋବର୍ଦ୍ଧନ ଓ ସରୋଜିନୀଙ୍କୁ ପୁବୁସାହି ନିକଟରୁ ଏକ ବସ୍‌ରୁ କାବୁ କରାଯିବା ସହ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri