ରକ୍ଷଣାବେକ୍ଷଣ ଖୋଜୁଛି କୀଚକେଶ୍ୱର ମନ୍ଦିର, ରାଜପ୍ରାସାଦ

ବାରିପଦା,୨୨।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ)କଳା ଓ ସଂସ୍କୃତିର ମୟୂରଭଞ୍ଜ ଜିଲା ବିଶ୍ୱ ଦରବାରରେ ପରିଚିତ। ଜୈବ ବିବିଧତା ଓ କଳାକୃତିକୁ ନେଇ ଜିଲାବାସୀ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ମାତ୍ର ହଜାର ହଜାର ବର୍ଷ ପୂର୍ବେ କଳା ମୁଗୁନି ପଥରରେ ନିର୍ମିତ ମା’ କୀଚକେଶ୍ୱରୀ ମନ୍ଦିର ଓ ରାଜପ୍ରାସାଦର ରକ୍ଷଣାବେକ୍ଷଣକୁ ନେଇ ଚିନ୍ତାରେ ମୟୂରଭଞ୍ଜବାସୀ। ଏହାର ଉପଯୁକ୍ତ ଦାୟିତ୍ୱ ନିଆ ନ ଗଲେ ଭବିଷ୍ୟତରେ ଏହା ଜନଶ୍ରୁତି ହୋଇ ରହିଯିବ ବୋଲି ଆଶଙ୍କା ଉପୁଜିବାରେ ଲାଗିଛି। ଏହାର ରକ୍ଷଣାବେକ୍ଷଣ ସହ ମା’ କୀଚକେଶ୍ୱରୀଙ୍କ କରୁଣା ଓ ଗାଥାକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ନେଇ ଦାବି ହୋଇ ଆସୁଛି। ଏନେଇ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଏକ୍ସ (ଟୁଇଟ୍‌) କରି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ଜିଲାପାଳଙ୍କୁ ଜଣାଇଛନ୍ତି।
ଅନୁଯାୟୀ, ଖିଚିଂ ଥିଲା ବିରାଟ ରାଜ୍ୟର ରାଜଧାନୀ। ପରବର୍ତ୍ତୀ କଳିଯୁଗରେ ଏହା ମୟୂରଭଞ୍ଜ ରାଜ୍ୟ ଭାବେ ପରିଗଣିତ ହୋଇ ରାଜତନ୍ତ୍ର ଶାସନ ଚାଲୁ ରହିଥିଲା। ରାଜତନ୍ତ୍ର ସମୟରେ ରାଜବଂଶର କୁଳଦେବୀ ଭାବେ ମା’ କୀଚକେଶ୍ୱରୀ ବିଦ୍ୟମାନ। ନବମ ଶତାବ୍ଦୀର ୯୨୦ରୁ ୯୨୫ ମଧ୍ୟରେ ତତ୍କାଳୀନ ମହାରାଜା କଳା ମୁଗୁନି ପଥରରେ ଏକ ମନ୍ଦିର ଖିଚିଂଠାରେ ନିର୍ମାଣ କରିଥିଲେ। ଶହେ ଫୁଟ୍‌ ଉଚ୍ଚତା ବିଶିଷ୍ଟ ମନ୍ଦିରର ରକ୍ଷଣାବେକ୍ଷଣ ଅଭାବରୁ ଅସୁରକ୍ଷିତ ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା ପୁନଃ ନିର୍ମାଣ କରାଯାଇଥିଲା। ୧୪ଶହ ବର୍ଷର ଏହି ମନ୍ଦିର ଏବେ ଅସୁରକ୍ଷିତ ହୋଇପଡ଼ିଛି। ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ଫଳରେ ବିଗତ ଦିନର ଐତିହ୍ୟ ଏବେ ଧ୍ୱଂସାଭିମୁଖୀ। ରାଜ୍ୟ ସରକାରଙ୍କ ପକ୍ଷରୁ ମ୍ୟୁଜିୟମ ସହ ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୧୦କୋଟି ଟଙ୍କା ଅନୁଦାନ ପ୍ରଦାନ କରିବାକୁ ନେଇ ସହମତି ପ୍ରକାଶ କରିଛନ୍ତି। ତେବେ ସ୍ବଳ୍ପ ଅନୁଦାନରେ ଏହାର ରକ୍ଷଣାବେକ୍ଷଣ ସମ୍ଭବ ହେବାରେ ଆଶଙ୍କା ଉପୁଜିଛି। ରାଜ୍ୟର ଅନ୍ୟାନ୍ୟ ମନ୍ଦିରକୁ ଶତାଧିକ କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ନିଖୁଣ କାର୍ଯ୍ୟରେ ନିର୍ମିତ କଳା ମୁଗୁନି ପଥର ମନ୍ଦିର ପାଇଁ ଆଖିଦୃଶିଆ ଅନୁଦାନ ପ୍ରଦାନ କରିବାକୁ ସଙ୍ଗଠନର ଜିଲା ସଭାପତି ପିଣ୍ଟୁ ମାଇତି ଦାବି କରିଛନ୍ତି।
ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ତତ୍କାଳୀନ ମହାରାଣୀ ସୁମିତ୍ରା ଭଞ୍ଜଦେଓଙ୍କ ଦ୍ୱାରା ବ୍ରିଟେନର ବକିଂହାମ ସଦୃଶ ରାଜପ୍ରାସାଦ ନିର୍ମାଣ କରାଯାଇଥିଲା। ୧୮୦୪ ରେ ଏହା ଆରମ୍ଭ ହୋଇ ୪ବର୍ଷ ପରେ ଶେଷ ହୋଇଥିଲା। ମାତ୍ର ବାହାରକୁ ସୁନ୍ଦର ଦିଶୁଥିବା ଏହି ରାଜପ୍ରାସାଦ ଭଗ୍ନାବସ୍ଥାରେ ପଡ଼ିରହିଛି। ବିପଦସଙ୍କୁଳ ଛାତ ତଳେ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଏଭଳି ଏକ ଐତିହ୍ୟର ସଂରକ୍ଷଣ ଓ ପୁନରୁଦ୍ଧାର କରା ନ ଗଲେ ଭବିଷ୍ୟତରେ ଏହା ଭୁଶୁଡ଼ି ପଡ଼ିବ ବୋଲି ପୁରାତନ ଛାତ୍ରମାନେ ପ୍ରକାଶ କରିଛନ୍ତି। ଏହାର ରକ୍ଷଣାବେକ୍ଷଣ କରାଯାଇ ସ୍ମାରକୀ ଭାବେ ଘୋଷଣା କରାଗଲେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଲାଭ କରିବ ବୋଲି ଜିଲାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri