ରକ୍ଷଣାବେକ୍ଷଣ ଖୋଜୁଛି କୀଚକେଶ୍ୱର ମନ୍ଦିର, ରାଜପ୍ରାସାଦ

ବାରିପଦା,୨୨।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ)କଳା ଓ ସଂସ୍କୃତିର ମୟୂରଭଞ୍ଜ ଜିଲା ବିଶ୍ୱ ଦରବାରରେ ପରିଚିତ। ଜୈବ ବିବିଧତା ଓ କଳାକୃତିକୁ ନେଇ ଜିଲାବାସୀ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ମାତ୍ର ହଜାର ହଜାର ବର୍ଷ ପୂର୍ବେ କଳା ମୁଗୁନି ପଥରରେ ନିର୍ମିତ ମା’ କୀଚକେଶ୍ୱରୀ ମନ୍ଦିର ଓ ରାଜପ୍ରାସାଦର ରକ୍ଷଣାବେକ୍ଷଣକୁ ନେଇ ଚିନ୍ତାରେ ମୟୂରଭଞ୍ଜବାସୀ। ଏହାର ଉପଯୁକ୍ତ ଦାୟିତ୍ୱ ନିଆ ନ ଗଲେ ଭବିଷ୍ୟତରେ ଏହା ଜନଶ୍ରୁତି ହୋଇ ରହିଯିବ ବୋଲି ଆଶଙ୍କା ଉପୁଜିବାରେ ଲାଗିଛି। ଏହାର ରକ୍ଷଣାବେକ୍ଷଣ ସହ ମା’ କୀଚକେଶ୍ୱରୀଙ୍କ କରୁଣା ଓ ଗାଥାକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ନେଇ ଦାବି ହୋଇ ଆସୁଛି। ଏନେଇ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଏକ୍ସ (ଟୁଇଟ୍‌) କରି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ଜିଲାପାଳଙ୍କୁ ଜଣାଇଛନ୍ତି।
ଅନୁଯାୟୀ, ଖିଚିଂ ଥିଲା ବିରାଟ ରାଜ୍ୟର ରାଜଧାନୀ। ପରବର୍ତ୍ତୀ କଳିଯୁଗରେ ଏହା ମୟୂରଭଞ୍ଜ ରାଜ୍ୟ ଭାବେ ପରିଗଣିତ ହୋଇ ରାଜତନ୍ତ୍ର ଶାସନ ଚାଲୁ ରହିଥିଲା। ରାଜତନ୍ତ୍ର ସମୟରେ ରାଜବଂଶର କୁଳଦେବୀ ଭାବେ ମା’ କୀଚକେଶ୍ୱରୀ ବିଦ୍ୟମାନ। ନବମ ଶତାବ୍ଦୀର ୯୨୦ରୁ ୯୨୫ ମଧ୍ୟରେ ତତ୍କାଳୀନ ମହାରାଜା କଳା ମୁଗୁନି ପଥରରେ ଏକ ମନ୍ଦିର ଖିଚିଂଠାରେ ନିର୍ମାଣ କରିଥିଲେ। ଶହେ ଫୁଟ୍‌ ଉଚ୍ଚତା ବିଶିଷ୍ଟ ମନ୍ଦିରର ରକ୍ଷଣାବେକ୍ଷଣ ଅଭାବରୁ ଅସୁରକ୍ଷିତ ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା ପୁନଃ ନିର୍ମାଣ କରାଯାଇଥିଲା। ୧୪ଶହ ବର୍ଷର ଏହି ମନ୍ଦିର ଏବେ ଅସୁରକ୍ଷିତ ହୋଇପଡ଼ିଛି। ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ଫଳରେ ବିଗତ ଦିନର ଐତିହ୍ୟ ଏବେ ଧ୍ୱଂସାଭିମୁଖୀ। ରାଜ୍ୟ ସରକାରଙ୍କ ପକ୍ଷରୁ ମ୍ୟୁଜିୟମ ସହ ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୧୦କୋଟି ଟଙ୍କା ଅନୁଦାନ ପ୍ରଦାନ କରିବାକୁ ନେଇ ସହମତି ପ୍ରକାଶ କରିଛନ୍ତି। ତେବେ ସ୍ବଳ୍ପ ଅନୁଦାନରେ ଏହାର ରକ୍ଷଣାବେକ୍ଷଣ ସମ୍ଭବ ହେବାରେ ଆଶଙ୍କା ଉପୁଜିଛି। ରାଜ୍ୟର ଅନ୍ୟାନ୍ୟ ମନ୍ଦିରକୁ ଶତାଧିକ କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ନିଖୁଣ କାର୍ଯ୍ୟରେ ନିର୍ମିତ କଳା ମୁଗୁନି ପଥର ମନ୍ଦିର ପାଇଁ ଆଖିଦୃଶିଆ ଅନୁଦାନ ପ୍ରଦାନ କରିବାକୁ ସଙ୍ଗଠନର ଜିଲା ସଭାପତି ପିଣ୍ଟୁ ମାଇତି ଦାବି କରିଛନ୍ତି।
ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ତତ୍କାଳୀନ ମହାରାଣୀ ସୁମିତ୍ରା ଭଞ୍ଜଦେଓଙ୍କ ଦ୍ୱାରା ବ୍ରିଟେନର ବକିଂହାମ ସଦୃଶ ରାଜପ୍ରାସାଦ ନିର୍ମାଣ କରାଯାଇଥିଲା। ୧୮୦୪ ରେ ଏହା ଆରମ୍ଭ ହୋଇ ୪ବର୍ଷ ପରେ ଶେଷ ହୋଇଥିଲା। ମାତ୍ର ବାହାରକୁ ସୁନ୍ଦର ଦିଶୁଥିବା ଏହି ରାଜପ୍ରାସାଦ ଭଗ୍ନାବସ୍ଥାରେ ପଡ଼ିରହିଛି। ବିପଦସଙ୍କୁଳ ଛାତ ତଳେ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଏଭଳି ଏକ ଐତିହ୍ୟର ସଂରକ୍ଷଣ ଓ ପୁନରୁଦ୍ଧାର କରା ନ ଗଲେ ଭବିଷ୍ୟତରେ ଏହା ଭୁଶୁଡ଼ି ପଡ଼ିବ ବୋଲି ପୁରାତନ ଛାତ୍ରମାନେ ପ୍ରକାଶ କରିଛନ୍ତି। ଏହାର ରକ୍ଷଣାବେକ୍ଷଣ କରାଯାଇ ସ୍ମାରକୀ ଭାବେ ଘୋଷଣା କରାଗଲେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ଲାଭ କରିବ ବୋଲି ଜିଲାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri