କିଆକଟା ଛକ ହେଲା ଆଲୋକିତ

ମାଧପୁର,୫।୫: ଜାତୀୟ ରାଜପଥ ଡିଭିଜନ ସମ୍ବଲପୁର ଓ ଅନୁଗୋଳ ଜିଲା ଆଠମଲ୍ଲିକ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଦୀର୍ଘଦିନ ହେଲା ଆଠମଲ୍ଲିକ ବ୍ଲକ କିଆକଟା ତ୍ରିବେଣୀ ଛକଠାରେ ଥିବା ଷ୍ଟ୍ରିଟ୍‌ ଲାଇଟ୍‌ରେ ବିଦ୍ୟୁତ୍‌ ସଂଯୋଗ ହୋଇପାରୁ ନ ଥିଲା। ଫଳରେ ସାରେ ଏହି ଛକଟି ସମ୍ପୂର୍ଣ୍ଣ ଅନ୍ଧାର ହେବା ସହିତ ବିଭିନ୍ନ ସମସ୍ୟା ଉପୁଜୁଥିଲା। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କେବେଠାରୁ ଶେଷ ହୋଇସାରିଥିଲେ ହେଁ ଦୁଇ ବିଭାଗ ମଧ୍ୟରେ ସହଯୋଗ ଅଭାବରୁ ବିଚ୍ଛିନ୍ନ ହୋଇଥିବା ଛକର ଆଲୋକୀକରଣ ବ୍ୟବସ୍ଥା ପୁନଃ ସଂଯୋଗ ହୋଇପାରି ନ ଥିଲା। ଏ ନେଇ ଗୁରୁବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ତୁରନ୍ତ ବିଦ୍ୟୁତ୍‌ ବିଭାଗ ତରଫରୁ ପୁନଃ ସଂଯୋଗ କରାଯାଇଛି। ଛକ ଆଲୋକିତ ହୋଇଥିବାରୁ ଅଞ୍ଚଳବାସୀ ଏବଂ ସ୍ଥାନୀୟ ବ୍ୟବସାୟୀମାନେ ଧରିତ୍ରୀକୁ ଧନ୍ୟବାଦ ଦେଇଛନ୍ତି।