ଫେବୃଆରୀ ୬ରେ ନୁହେଁ, ଏହି ଦିନ ହେବ କିଆରା-ସିଦ୍ଧାର୍ଥଙ୍କ ବିବାହ

ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଆଜିକାଲି ନିଜ ବିବାହକୁ ନେଇ ଚର୍ଚ୍ଚା ଅଛନ୍ତି। ଉଭୟଙ୍କ ବିବାହ ଫେବୃଆରୀ ୬ ହେବ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଏବେ ଏହା ଫେବୃଆରୀ ୭ରେ ହେବ ବୋଲି ଜଣାପଡିଛି।
ବିବାହର ସମସ୍ତ ରୀତିନୀତି ୫-୭ ଫେବୃଆରୀ ମଧ୍ୟରେ କରାଯିବ, ଆଜିଠାରୁ ଏହି ରୀତିନୀତି ଆରମ୍ଭ ହୋଇଛି। ବିବାହ ରୀତିନୀତି ପାଇଁ ଅତିଥିମାନେ ଜୈସଲମେରରେ ମଧ୍ୟ ପହଞ୍ଚିଛନ୍ତି। ଆଜି ସିଦ୍ଧାର୍ଥ ଏବଂ କିଆରଙ୍କେ ମେହେନ୍ଦୀ ସମାରୋହ। ଅତିଥିମାନଙ୍କ ପାଇଁ ୮୪ ରୁମ ଏବଂ ୭୦ ବିଳାସପୂର୍ଣ୍ଣ ଯାନ ବୁକ କରାଯାଇଛି।
ବିବାହ ରୀତିନୀତି ସମୟରେ କାହାକୁ ଫୋନ ଭିତରକୁ ନେବାକୁ ଅନୁମତି ଦିଆଯିବ ନାହିଁ। ୧୦୦ରୁ ଅଧିକ ବେସରକାରୀ ସୁରକ୍ଷା କର୍ମୀ ହୋଟେଲ ସୁରକ୍ଷା ସମେତ ସମଗ୍ର ବ୍ୟବସ୍ଥାର ଯତ୍ନ ନେଉଛନ୍ତି। ଉଭୟ ପରିବାରର ଅତି ଘନିଷ୍ଠ ସଦସ୍ୟ ଏବଂ ବନ୍ଧୁମାନେ ଏହି ବିବାହର ଅଂଶ ହେବେ। ଫେବୃଆରୀ ୮ରେ ଉଭୟ ବର ଏବଂ କନ୍ୟା ମୁମ୍ବାଇ ଫେରିବେ।

Share