କହୁ କହୁ ଏମିତି କିଛି କହିଦେଲେ କିଆରା, ଲାଜେଇ ଗଲେ କାର୍ତ୍ତିକ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାନୀ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲେୟା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । କାର୍ତ୍ତିକ ଏବଂ କିଆରା ଫିଲ୍ମକୁ ନେଇ ଖବରଦାତା ସମ୍ମିଳନୀରେ ନଜର ଆସିଥିଲେ। ଏହି ସମୟରେ କିଆରା ଏମିତି କିଛି କହି ଦେଇଥିଲେ ଯାହାକୁ ଶୁଣି କାର୍ତ୍ତିକ ନିଜ ହସ ରୋକି ପାରି ନ ଥିଲେ।
ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଆରା ମିଡିଆ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଥିଲା। କିଆରା କହୁଥିଲେ ଯେ, ଯେତେବେଳେ ଆମେ କୌଣସି ହବେଲୀରେ ଶୁଟିଂ କରିବାକୁ ଯାଉ ପ୍ରାୟତଃ ଏହାସହ ଗୋଟିଏ କାହାଣୀ ଲୁଚିଥାଏ । ତେବେ ଏହାର ଫାଇଦା ତ ତାଙ୍କୁ ନେବାର ଥିଲା । ସେହି ସମୟରେ କାର୍ତ୍ତିକଙ୍କଠାରୁ ଉତ୍ତର ଶୁଣିବାକୁ ତାଙ୍କ ଆଡକୁ କ୍ୟାମେରା ଯିବା ମାତ୍ରେ ସେ ଲାଜେଇ ଯାଉଥିଲେ ଏବଂ ସେ ଉତ୍ତର ଦେଇପାରୁ ନ ଥିଲେ । ସେତେବେଳେ କିଆରା ବୁଝିପାରୁଥିଲେ ଯେ ତାଙ୍କ ପାଟିରୁ କିଛି ଭୁଲ ବାହାରି ଯାଇଛି ଏବଂ ସେ ତାକୁ ଠିକ୍‌ କରିବାକୁ କୁହନ୍ତି । ସେହି ସମୟରେ କାର୍ତ୍ତିକ କୁହନ୍ତି ଯେ, ଆପଣ ଯାହା କହିଛନ୍ତି ତାକୁ ଠିକ୍‌ କରିଦିଅନ୍ତୁ । ଏହି ଭିଡିଓକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଲକ୍ଷ ଟଙ୍କାର ଚାକିରି ଛାଡିଲେ, ଏବେ ମୋମୋ ବିକ୍ରି କରି ରୋଜଗାର କରୁଛନ୍ତି ୫ କୋଟି, ଏହି ବ୍ୟକ୍ତିଙ୍କ କାହାଣୀ…

ନୂଆଦିଲ୍ଲୀ,୧୦।୨: ଗୁରଗାଓଁର ଜଣେ ଯୁବ ଉଦ୍ୟୋଗୀ ସାକେତ ସୌରଭଙ୍କ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ର୍ଚ୍ଚାରେ ଅଛି। ସାକେତ ୨୦୨୩ରେ ତାଙ୍କର ବାର୍ଷିକ ୫୨ ଲକ୍ଷ ଲାଭଜନକ…

ପ୍ରେମକୁ ମଜଭୁତ କରିବ ଟେଡି ଡେ’

ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି…

ରାତିରେ ବିଷମିଶା କ୍ଷୀର ପିଇ ଶୋଇପଡ଼ିଲେ ପୁରା ପରିବାର, ସକାଳୁ ୫ଜଣଙ୍କ…

ଲକ୍ଷ୍ନୌ,୧୦।୨: ଉତ୍ତର ପ୍ରଦେଶର ମଥୁରାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏହା ସମଗ୍ର ଅଞ୍ଚଳକୁ ଚକିତ କରିଦେଇଛି । ଜିଲାର ମହାବନ…

ତୈଳ ସଙ୍କଟ ଦେଖାଦେଲେ କେତେ ଦିନ ପର୍ଯ୍ୟନ୍ତ ରହିପାରିବ ଭାରତ? ଜାଣନ୍ତୁ ଦେଶରେ କେତେ ତେଲ ଗଚ୍ଛିତ ଅଛି

ନୂଆଦିଲ୍ଲୀ,୧୦।୨: ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର (୯ ଫେବୃଆରୀ, ୨୦୨୬) ରାଜ୍ୟ ସଭାରେ ସୂଚନା ଦେଇଛନ୍ତି ଯେ ଭାରତରେ ୭୪ ଦିନ ପାଇଁ ତୈଳ…

ନିଜ ଦଳର ମନ୍ତ୍ରୀଙ୍କୁ ଘେରିଲେ ମୈଥିଳୀ ଠାକୁର: ଗୃହରେ ସମସ୍ତେ ଆଶ୍ଚର୍ଯ୍ୟ

ପାଟନା,୧୦।୧: ବିହାର ବିଧାନସଭାର ବଜେଟ ଅଧିବେଶନରେ ସରକାରୀ ହସ୍ପିଟାଲଗୁଡ଼ିକର ଶୋଚନୀୟ ଅବସ୍ଥା ପୁଣି ଥରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥର ଯୁବ ବିଧାୟକ ଏବଂ ପ୍ରସିଦ୍ଧ ଲୋକ…

‘ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ’, ଭାରତକୁ ନେଇ ରୁଷିଆର ବଡ଼ ବୟାନ, ପାକିସ୍ତାନ ଶୁଣିଲେ…

ନୂଆଦିଲ୍ଲୀ,୧୦।୨: “ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ” ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷିଆ ଏବଂ ଭାରତ ପାଇଁ ଉପଯୁକ୍ତ।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri