ଏତିକି କୋଟି ଟଙ୍କାର ମାଲିକାଣୀ କିଆରା

ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ କିଆରା ଆଡଭାନୀ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ ସେ କଠିନ ପରିଶ୍ରମ ଆଧାରରେ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ‘ଫୁଗଲି’ (୨୦୧୪) ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ଏହି ଫିଲ୍ମଟି ଫ୍ଲପ୍‌ ହୋଇଥିଲା। ‘ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ରେ ସାକ୍ଷୀଙ୍କ ଭୂମିକାରେ ଅଭିନୟ କରି କିଆରା ଚର୍ଚ୍ଚାକୁ ଆସିଥିଲେ। ଏହି ଫିଲ୍ମ ପରେ ସେ ଆଉ ପଛକୁ ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ କରିଥିଲେ କିଆରା।
କିଆରାର ପିତା ଜଗଦୀପ ଆଡଭାନୀ ଜଣେ ବଡ ବ୍ୟବସାୟୀ। ତାଙ୍କ ମାତା ଜେନିଭାଇଭ ଜାଫ୍ରି ଜଣେ ଶିକ୍ଷକ। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ ନାମ ଆଲିଆ ଆଡଭାନୀ ଥିଲା। ଡେବ୍ୟୁ ସହିତ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। କିଆରା ଫିଲ୍ମ ‘ଫୁଗଲି’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ସେହି ସମୟରେ ସେ ତାଙ୍କ ନାମ ଆଲିଆରୁ କିଆରା ଆଡଭାନୀରେ ପରିବର୍ତ୍ତନ କରିଥିଲେ। କିଆରାଙ୍କ ଡେବ୍ୟୁ ସମୟରେ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିରେ ଏକ ବଡ ନାମ ହୋଇସାରିଥିଲେ। ସେ ସଲମାନ ଖାନଙ୍କ ପରାମର୍ଶରେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ଏହା ପରେ ତାଙ୍କ ଭାଗ୍ୟ ଫିଟିଥିଲା। ସେ ଫିଲ୍ମ ସହ ବିଜ୍ଞାପନରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ସେ ବର୍ତ୍ତମାନ ୬ଟି ବ୍ରାଣ୍ଡର ଆମ୍ବାସାଡର ଅଛନ୍ତି। କିଆରା ଆଡଭାନୀ ପ୍ରତି ଏଣ୍ଡୋର୍ସମେଣ୍ଟ ପାଇଁ ଏକ କୋଟି ଟଙ୍କା ନିଅନ୍ତି। କିଆରାଙ୍କ ମୋଟ ସମ୍ପତ୍ତି ୨୨ କୋଟି ଟଙ୍କା। କିଆରା ମାସକୁ ୨୫ ଲକ୍ଷରୁ ଅଧିକ ଏବଂ ବାର୍ଷିକ ୫ କୋଟିରୁ ଅଧିକ ରୋଜଗାର କରନ୍ତି। କିଆରା ଏକ ବିଳାସପୂର୍ଣ୍ଣ ଘରର ମାଲିକ। ସେ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ନିଜ ପରିବାର ସହିତ ରୁହନ୍ତି। ତାଙ୍କ ଆପାର୍ଟମେଣ୍ଟର ମୂଲ୍ୟ ୧୫ କୋଟି ଟଙ୍କା।

Share