କଶ୍ମୀରରେ କିଆରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସହ-ଅଭିନେତା କାର୍ତ୍ତିକ ଆର୍ଯ୍ୟନ ସେମାନଙ୍କ ଆଗାମୀ ଫିଲ୍ମ ଶୁଟିଂ ପାଇଁ ବର୍ତ୍ତମାନ କଶ୍ମୀରରେ ଅଛନ୍ତି। କଶ୍ମୀରର ସୋନାମାର୍ଗ ସହରରେ ଦୁହିଁଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ଶୁଟିଂ ଚାଲିଛି। ଏହା ମଧ୍ୟରେ କିଆରା ତାଙ୍କର ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ବରଫ ଉପରେ ବସି ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଛନ୍ତି। ଫଟୋରେ ଅଭିନେତ୍ରୀ ରୂପେଲି ଜ୍ୟାକେଟ, କଳା ପ୍ୟାଣ୍ଟ, ବରଫ ବୁଟ୍‌ ଏବଂ ଗ୍ଲୋଭ୍ସରେ ନଜର ଆସିଛନ୍ତି। ସେଥିରେ ପ୍ରଶଂସକମାନେ ତାଙ୍କୁ ମଜାଳିଆ କମେଣ୍ଟ କରିଛନ୍ତି। ଏଥିରେ ପ୍ରଶଂସକ କିଆରାଙ୍କୁ ସିଦ୍ଧାର୍ଥଙ୍କ ବିଷୟରେ ପ୍ରଶ୍ନ କରିଛନ୍ତି। ସମୀର ଭିଦୱାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତ ବର୍ଷ ୨୯ ଜୁନ୍‌ରେ ରିଲିଜ୍‌ ହେବାର ଯୋଜନା ରହିଛି। ତେବେ ଏହାପରେ କିଆରା ରାମଚରଣଙ୍କ ସହ ଏକ ତେଲୁଗୁ ଚଳଚ୍ଚିତ୍ରରେ ନଜରକୁ ଆସିବେ। ଏହା ପୂର୍ବରୁ ସେ ଦର୍ଶକଙ୍କୁ ମୁଭି ‘ଗୋବିନ୍ଦ ନାମ ମେରା’ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏଥିରେ ସେ ଭିକି କୌଶଲ ଏବଂ ଭୂମି ପଡେନକରଙ୍କ ସହ ଏକାଠି ନଜର ଆସିଥିଲେ।

Share