ଏହି ଅଭିନେତାଙ୍କୁ ରାତିଅଧରେ ଦେଖା କରିବାକୁ ଯାଇଥିଲେ କିଆରା, ଏମିତି ପଡିଲେ ଧରା

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ମାତ୍ର ଦୁହେଁ ଏପର୍ଯ୍ୟନ୍ତ ଏହି ସମ୍ପର୍କକୁ ଗ୍ରହଣ କରିନାହାନ୍ତି। କିନ୍ତୁ ପ୍ରାୟତଃ ଏକାଠି ନଜର ଆସିଥାନ୍ତି। ନିକଟରେ ଦୁହେଁ ମାଲଦ୍ୱୀପରୁ ଫେରିବା ପରେ ଲଞ୍ଚ ଡେଟ୍‌ରେ ନଜର ଆସିଥିଲେ। ପରେ ଶନିବାର ବିଳମ୍ବିତ ରାତିରେ କିଆରାଙ୍କୁ ସିଦ୍ଧାର୍ଥଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା। ସେଠାରେ ପାପାରାଜିଙ୍କୁ ଦେଖିବା ପରେ କିଆରା ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସିଦ୍ଧାର୍ଥ ଏବଂ କିଆରାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚାକୁ ବର୍ତ୍ତମାନ ଏହି ଭିଡିଓ ପ୍ରମାଣ କରୁଛି ଯେ, ଉଭୟଙ୍କ ମଧ୍ୟରେ କିଛି ଅଛି। ପାପାରାଜି ତାଙ୍କୁ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, କିଆରା ତାଙ୍କ କାରରେ ବସିଛନ୍ତି। ସେ ଏକ ମାସ୍କ ପିନ୍ଧିଛନ୍ତି। ଏହି ଭିଡିଓ ଭାଇରାଲ ହେଉଛି।

କିଆରା ଏବଂ ସିଦ୍ଧାର୍ଥ ଗତ କିଛି ଦିନ ହେବ ଯେଉଁଭଳି ଭାବରେ ସାକ୍ଷାତ କରୁଛନ୍ତି, ଏହାକୁ ଦେଖି ଲୋକେ ଅନୁମାନ କରୁଛନ୍ତି ଯେ, ବର୍ତ୍ତମାନ ଉଭୟ ନିଜ ସମ୍ପର୍କକୁ ଆଗକୁ ନେବାକୁ ଯୋଜନା କରୁଛନ୍ତି। ପ୍ରଶଂସକମାନେ ଭାବୁଛନ୍ତି ସିଦ୍ଧାର୍ଥ ଏବଂ କିଆରା ବିବାହ କରିବାକୁ ଯୋଜନା କରୁନାହାନ୍ତି ତ। କାରଣ ପୂର୍ବରୁ ଉଭୟ ଗୁପ୍ତରେ ପରସ୍ପରକୁ ଭେଟିଥିଲେ। କିନ୍ତୁ ବର୍ତ୍ତମାନ ଦୁହେଁ ବିନା ଭୟରେ ଖୋଲାଖୋଲି ଲଞ୍ଚ ଏବଂ ଡିନର ଜାରି ରଖିଛନ୍ତି।

 

Share