ଭାଗ୍ୟକୁ ନିନ୍ଦୁଛନ୍ତି କିଆରା

ନିକଟରେ ତାଙ୍କୁ କେତୋଟି ଭଲ ଅଫର ମିଳିଥିଲା। ହେଲେ ସେଗୁଡ଼ିକୁ ହାତଛଡ଼ା କଲେ କିଆରା ଆଡଓ୍ବାନୀ। ଏବେ ତ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଶୁଟିଂ ଆରମ୍ଭ ହୋଇଯାଇଛି। ୟା ଭିତରେ ତାଙ୍କୁ ଦୁଇଟି ନୂଆ ସିନେମାରେ ଅଭିନୟ କରିବାକୁ ଅଫର ମିଳିଥିଲା। ହେଲେ ଠିକ୍‌ ବେଳକୁ ସେ ଏଥିରେ ଅଭିନୟ କରିବାକୁ ମନା କରିଦେଇଥିଲେ। ଶୁଣିବାକୁ ମିଳୁଛି ଯେ, ପାରିଶ୍ରମିକ ବାବଦରେ ପ୍ରଯୋଜକଙ୍କ ସହ ତାଙ୍କର ସହମତି ହୋଇପାରି ନ ଥିଲା। ଏ ସମ୍ପର୍କରେ କିଆରା କୁହନ୍ତି, ‘ନିକଟରେ ଦୁଇଟି ଅଫର ମୁଁ ହାତଛଡ଼ା କରିଛି, ଏ କଥା ସତ। ହେଲେ ଏବେ ଭାବୁଛି ସେହି ଅଫରକୁ ଗ୍ରୀନ୍‌ ସିଗ୍‌ନାଲ ଦେଖାଇଥିଲେ ଭଲ ହୋଇଥାଆନ୍ତା। ଛାଡନ୍ତୁ, ଏବେ କେବଳ ଅନୁଶୋଚନା କରିବା ହିଁ ସାର। ହେଲେ ଯାହା ଶୁଣିବାକୁ ମିଳୁଛି ଯେ, ପାରିଶ୍ରମିକ ପାଇଁ ମୁଁ ଅଫରଦ୍ୱୟ ହାତଛଡ଼ା କରିଛି ତାହା ସମ୍ପୂର୍ଣ୍ଣ ଭୁଲ। କେହି ମୋତେ ବଦନାମ କରିବାକୁ ଏପରି ପ୍ରଚାର କରୁଛି।’ ଅନ୍ୟ ପକ୍ଷରେ କରନ୍‌ ଜୋହରଙ୍କ ପ୍ରଯୋଜିତ ଏବଂ ‘ଗୁଡ୍‌ ନ୍ୟୁଜ୍‌’ର ନିର୍ଦ୍ଦେଶକ ରାଜ୍‌ ମେହେଟ୍ଟାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଯାଉଥିବା ଅନଟାଇଟଲ୍‌ଡ ନୂଆ ସିନେମାରେ ବରୁଣ ଧାଓ୍ବନଙ୍କ ଅପୋଜିଟ୍‌ରେ ନାୟିକା ସାଜୁଛନ୍ତି କିଆରା।

Share