ମାତ୍ର ୮ମାସ ବୟସରେ ଟେଲିଭିଜନରେ ଦେଖା ଦେଇଥିଲେ କିଆରା

ମୁମ୍ବାଇ: ବିୟୁଟିଫୁଲ କିଆରା ଆଡଭାନୀ ଆଜି ବଲିଉଡର ଜଣେ ମୋଷ୍ଟ ପପୁଲାର ଆକେଟ୍ରସ । ତାଙ୍କ ଅଭିନୟ ସହ ସୁନ୍ଦରତାରେ ଫିଦା ହୁଅନ୍ତି ପ୍ରଶଂସକ । ରବିବାର ଅଭିନେତ୍ରୀ ପାଳନ କରିଛନ୍ତି ତାଙ୍କ ଜନ୍ମଦିନ । ଏହି ଅବସରରେ ଏକ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କିଆରା ବଲିଉଡରେ ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଛନ୍ତି । ଏକଥା ହୁଏତ ଅନେକ ଜାଣି ନ ଥିବେ ଯେ କିଆରା ମାତ୍ର ୮ ମାସ ବୟସରେ ଟେଲିଭିଜନରେ ଦେଖାଯାଇଥିଲେ । ସେ ଏକ ଆଡଭଟାଇଜିଂ କମର୍ସିଆଲରେ କାମ କରିସାରିଥିଲେ । କହିବା ବାହୁଲ୍ୟ ଯେ କିଆରା ଯେତେବେଳେ କ୍ୟାମେରାକୁ ଫେସ କଲେ ସେତେବେଳେ ସେ ମାତ୍ର ୮ ମାସର ହୋଇଥିଲେ ।
କୁହାଯାଏ କିଆରା ତାଙ୍କ ପ୍ରଥମ ପ୍ରୋଜେକ୍ଟଟରେ କିଛି କଥା ନ କହି ବି ଦର୍ଶକଙ୍କ ହୃଦୟ ଜିତିଥିଲେ । ୮ ମାସ ବୟସରେ କିଆରା ଯେଉଁ କମର୍ସିଆଲ ଫଟୋ ଶୁଟ କରିଥିଲେ ସେତେବେଳେ ଦର୍ଶକେ ତାଙ୍କ କ୍ୟୁଟନେସରେ ଫିଦା ହୋଇଯାଇଥିଲେ । କିଆରା ୨୦୧୬ର ଏକ ଟେଲିଭିଜନ କମର୍ସିଆଲ ଭିଡିଓ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଏହାକୁ ଶେୟାର କରି କିଆରା ଲେଖିଛନ୍ତି, ପ୍ରଥମଥର ଲାଗି ସେ ତାଙ୍କ ମାଆଙ୍କ ସହ ବିଜ୍ଞାପନ ଶୁଟିଂ କରିଥିଲେ ।

Share