ଏହିଦିନ ବିବାହ କରିବେ କିଆରା-ସିଦ୍ଧାର୍ଥ!

ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନେ ସେମାନଙ୍କ କ୍ୟାରିୟର ଅବା ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ସେତିକି ଚର୍ଚ୍ଚାରେ ଥାଆନ୍ତି ତାଙ୍କ ପର୍ସନାଲ ଲାଇଫକୁ ନେଇ । ଏବେ ବଲିଉଡରେ ଚର୍ଚ୍ଚାର ଆଗରେ ରହିଛନ୍ତି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା । ଏମାନଙ୍କ ବିବାହକୁ ନେଇ ଏବେ କିଛି ଅପଡେଟ୍ସ ମିଳିଛି । ଯାହାକୁ ଜାଣିବା ପାଇଁ ତାଙ୍କ ପ୍ରଶଂସକ ବଡ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ଯେବେଠାରୁ ଏହି ଯୋଡି କରନ ଜୋହରଙ୍କ ଶୋ’ରେ ନିଜର ରିଲେସନଶିପକୁ ନେଇ ହିଣ୍ଟ ଦେଲେ ସେବେଠାରୁ ତାଙ୍କ ପ୍ରଶଂସକ ଅପେକ୍ଷା ରଖିଛନ୍ତି ଯେ କେବେ ଏହି ଯୋଡି ବିବାହ କରିବେ ।
ସିଦ୍ଧାର୍ଥ ମାଲହୋତ୍ରା ଏବେ ତାଙ୍କ ମୁଭି ‘ଥ୍ୟାଙ୍କ ଗଡ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ସିଦ୍ଧାର୍ଥ ଓ କିଆରାଙ୍କ ବିବାହ ତାରିଖକୁ ନେଇ ବଡ ଖବର ଆସିଛି । ଶୁଣିବାକୁ ମିଳିଛି କି ଏମାନେ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବେ । ମିଡିଆ ରିପୋର୍ଟ ଅନୁଯାୟୀ ଏମାନେ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ଆଉ ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଖୁବ୍ ଆନନ୍ଦ ଦେଇଛି । ଏମାନେ ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ରଖିଛନ୍ତି, ଯେଉଁଥିରେ ବଲିଉଡର ଅନେକ ଷ୍ଟାରଙ୍କୁ ନିମନ୍ତ୍ରଣ ଦିଆଯିବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ପୂର୍ବରୁ ଶୁଣିବାକୁ ମିଳୁଥିଲା କି କିଆରା-ସିଦ୍ଧାର୍ଥ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ଏପ୍ରିଲରେ ବିବାହ କରିବେ । ହେଲେ ଏବେ ଏହି ଅପଡେଟ୍ସ ତାଙ୍କ ପ୍ରଶଠସକଙ୍କୁ ଖୁସି କରିଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri