ସିନେମା ହଲ୍ ଖୋଲିଲେ ପ୍ରଥମେ ରିଲିଜ୍ ହେବ କିଆରାଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: ଦୀର୍ଘ ପାଖାପାଖି ୬ ମାସ ହେବ କରୋନା ମହାମାରୀ ଲକ୍‌ଡାଉନ ଯୋଗୁ ବନ୍ଦ ରହିଛି ସିନେମା ହଲ୍ । ଏବେ ଅନ୍‌ଲକ୍ ଚାଲିଥିଲେ ବି ସଂକ୍ରମଣକୁ ଦେଖି ସବୁ ରାଜ୍ୟରେ ସରକାର ସିନେମା ହଲ୍ ଖୋଲିବା ସପକ୍ଷରେ ନାହାନ୍ତି । ତେବେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଏବେ କିଛି ରାଜ୍ୟରେ ଅକ୍ଟୋବର ୧୫ରୁ ସିନେମା ହଲ୍ ଖୋଲିବ ବୋଲି କୁହାଯାଉଛି । ତେବେ ସିନେମା ହଲ୍ ଖୋଲିଲେ ବଲିଉଡ୍‌ର ପ୍ରଥମ ଫିଲ୍ମ ଭାବେ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଇନ୍ଦୁ କି ଜୱାନି’ ପ୍ରଥମେ ରିଲିଜ୍ ହେବ ବୋଲି ସୂଚନା ମିଳିଛି । ସେହିପରି ହଲିଉଡ୍ ଫିଲ୍ମ ‘ଟେନେଟ୍‌’ ଓ ତାମିଲ ସୁପରଷ୍ଟାର ବିଜୟଙ୍କ ଫିଲ୍ମ ‘ମାଷ୍ଟର’ ସାଉଥ୍‌ରେ ପ୍ରଥମେ ରିଲିଜ୍ ହେବ ବୋଲି କୁହାଯାଉଛି । ନିଖିଲ ଆଡଭାନିଙ୍କ ଫିଲ୍ମ ଇନ୍ଦୁ କି ଜୱାନି ଏପର୍ଯ୍ୟନ୍ତ କୌଣସି ଅନ୍ ଲାଇନ୍ ପ୍ଲାଟଫର୍ମରେ ବିକ୍ରି ହୋଇ ନ ଥିବା ଜଣାପଡିଛି । ତେବେ ଇନ୍ଦୁ କି ଜୱାନି ପ୍ରଥମେ ରିଲିଜ୍ ହେବା ପରେ ଅବଶ୍ୟ ଅନ୍ୟ ପ୍ରଯୋଜକମାନେ ଜାଣିନେବେ ଯେ ସିନେମା ହଲ୍ ଖୋଲିବା ପରେ ଦର୍ଶକଙ୍କ ରେସପନ୍ସ କିପରି ରହୁଛି ।

Share