୯୮ ହଜାର ଟଙ୍କାର ମିନି ସ୍କଟ ପିନ୍ଧି ଚର୍ଚ୍ଚାରେ କିଆରା

ମୁମ୍ବାଇ: ବଲିଉଡ କୁଇନ କିଆରା ଆଡଭାନୀ ଏବେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ତାଙ୍କ ଅପକମିଂ ମୁଭି ‘ସତ୍ୟପ୍ରେମ କି କଥା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋଶନ ଇଭେଣ୍ଟରେ କିଆରା ପ୍ରତିଦିନ ଏକ ସେ ବଢକର ଏକ ସାଦନାର ଲୁକରେ ନଜର ଆସୁଛନ୍ତି। ନିକଟରେ ତାଙ୍କୁ ହ୍ବାଇଟ ଟପ ଓ ହ୍ବାଇଟ ସ୍କଟରେ ସ୍ପଟ କରାଯାଇଛି। ଏହି ମିନି ସ୍କଟ ଜ୍ୟାକ୍ୱେମସ ବ୍ରାଣ୍ଡର। ଏହାର ପ୍ରାଇସକୁ ନେଇ ଏବେ ଚର୍ଚ୍ଚା ହେଉଛି।
କିଆରା ତାଙ୍କ ବିୟୁଟିଫୁଲ ଲୁକର କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ଆକ୍ଟ୍ରେସ ହ୍ବାଇଟ ଆଉଟ ଫିଟରେ ଖୁବ ସୁନ୍ଦର ଲାଗୁଛନ୍ତି। ଏସବୁ ଫଟୋ ଶେୟା କରି ଅଭିନେତ୍ରୀ କ୍ୟାପଶନରେ ଏକ ହାର୍ଟ ଇମୋଜି ଶେୟାର କରିଛନ୍ତି। ଅଭିନେତ୍ରୀଙ୍କ ଏହି ଲୁକକୁ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି।
କିଆରା ମିନି ସ୍କଟ ଉପରେ ଏକ ଅଫ ହ୍ବାଇଟ କଲର ସ୍କିନ ଫିଟ ଟପ ପେୟାର କରିଛନ୍ତି। ତେବେ ଏହି ସ୍କଟର ଦାମ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କୁହାଯାଉଛି କି କିଆରା ପିନ୍ଧିଥିବା ମିନି ସ୍କଟର ଦାମ କୁଆଡେ ୯୮,୦୫୫ ଟଙ୍କା।
ସୂଚନାଯୋଗ୍ୟ, କିଆରା ଆଡଭାନୀ ଓ କାର୍ତ୍ତିକ ଆର୍ଯ୍ୟନ ‘ଭୁଲ ଭୁଲେୟା’ ପରେ ‘ସତ୍ୟପ୍ରେମ କି କଥା’ ମାଧ୍ୟମରେ ବଡ ପରଦାରେ ଧମାଲ କରିବାକୁ ରେଡି ହୋଇ ଯାଇଛନ୍ତି। ଫିଲ୍ମ ଜୁନ ୨୯ରେ ଥିଏଟରରେ ରିଲିଜ ହେବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲାଣି। ଏଥିରେ କାର୍ତ୍ତିକ କିଆରାଙ୍କ ବ୍ୟତୀତ ସୁପ୍ରିୟା ପାଠକ କପୁର, ଗଜରାଜ ରାଓ, ସିଦ୍ଧାର୍ଥ ରଂଘେରିୟା, ଅନୁରାଧା ପଟେଲ, ରାଜପାଲ ଯାଦବ, ନିର୍ମିତ ସାଓ୍ବନ୍ତ ଓ ଶିଖ ତଲସାନିଆ ବି ନଜର ଆସିବେ।

Share