ଥିଏଟରରେ ରିଲିଜ୍‌ ହେବ କିଆରାଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: କରୋନା କାଳ ମଧ୍ୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ମନୋରଞ୍ଜନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସିନେମା ହଲ୍‌ ଖୋଲିବାକୁ ଅନୁମତି ଦେଇଛନ୍ତି। ଏଭଳି ସ୍ଥିତିରେ ବଲିଉଡ୍‌ ଫିଲ୍ମ ଅନ୍‌ଲାଇନ୍‌ ପରିବର୍ତ୍ତେ ଏବେ ବଡ଼ ପରଦାରେ ରିଲିଜ୍‌ ହେବ। ଏହିକ୍ରମରେ ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଇନ୍ଦୁ କି ଜଓ୍ବାନି’ ଡିସେମ୍ବର ୧୧ରେ ରିଲିଜ୍‌ ହେବ ବୋଲି ଶୁଣିବାକୁ ମିଳିଛି। ଏହି ଫିଲ୍ମକୁ ନେଇ କିଆରା ବେଶ୍‌ ଉତ୍ସାହିତ ଥିବା ବେଳେ ସୋସିଆଲ ମିଡିଆରେ ଏହାର ପ୍ରମୋସନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଅବିର ସେନଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କିଆରାଙ୍କ ସହ ଆଦିତ୍ୟ ସିଲ୍‌ ମଧ୍ୟ ନଜର ଆସିବେ। ପ୍ରଥମ ଥର ପାଇଁ ଏହି ୨ଯୋଡି ଏକାସାଙ୍ଗରେ ସିଲଭର ସ୍କ୍ରିନ୍‌ରେ ନିଜର ଅଭିନୟ ଯାଦୁ ଦେଖାଇବେ। ବର୍ତ୍ତମାନ ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ଭୟକୁ ଦୃଷ୍ଟିରେ ରଖି ଗତ କିଛି ମାସରୁ ସିନେମା ହଲ୍‌ ବନ୍ଦ ଥିବା ବେଳେ ଫିଲ୍ମ ଶୁଟିଂ ମଧ୍ୟ ମଧ୍ୟ ରହିଥିଲା। ତେବେ ଅନ୍‌ଲକ୍‌-୬.୦ରେ ଲୋକଙ୍କ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ସିନେମା ହଲ୍‌ ଓ କରୋନା କଟକଣା ମାନିବା ସହ ସାମାଜିକ ଦୂରତ୍ୱ ବଜାୟ ରଖି ଫିଲ୍ମ ଶୁଟିଂ କରିବାକୁ ଅନୁମତି ଦେଇଛନ୍ତି। ଏହା ପୂର୍ବରୁ ବଡ଼ ବଡ଼ ହାଇବଜେଟ ଫିଲ୍ମ ଥିଏଟର ପରିବର୍ତ୍ତେ ଅନ୍‌ଲାଇନ୍‌ ବା ଓଟିଟିରେ ରିଲିଜ୍‌ ହେଉଥିଲା।

Share