ମାଳଦ୍ୱୀପରେ ଛୁଟି କାଟୁଛନ୍ତି କିଆରା-ସିଦ୍ଧାର୍ଥ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ କିଆରା ଆଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ଏ ପର୍ଯ୍ୟନ୍ତ ରିଲେଶନଶିପ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। କିନ୍ତୁ ସବୁ କିଛି ପ୍ରକାଶ କରୁଛି ଦୁହିଁଙ୍କ ଫଟୋ। ୨୦୨୧ ନୂଆ ବର୍ଷ ଛୁଟି କାଟିବା ପାଇଁ ମାଳଦ୍ୱୀପ ଯାଇଛି ଏହି ଯୋଡ଼ି।

ଦୁଇ ବଲିଉଡ୍‌ ଷ୍ଟାରଙ୍କୁ କୌଣସି ଫଟୋରେ ଏକାଠି ଦେଖିବାକୁ ମିଳୁନାହିଁ। ହେଲେ ଫ୍ୟାନଙ୍କୁ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି ଉଭୟଙ୍କ ଫଟୋ। କିଆରାଙ୍କୁ ବ୍ୟାକଲେଶ ସୁଇମସୁଟ୍‌ରେ ଦେଖିବାକୁ ମିଳୁଥିବାବେଳେ ସିଦ୍ଧାର୍ଥ ବ୍ଲୁ ସୁଇମିଂ ଶଟର୍‌ସରେ ନଜର ଆସୁଛନ୍ତି। କିଆରା ନିଜର ଅତ୍ୟନ୍ତ ଫଟୋରେ କ୍ୟାପଶନରେ ଲେଖିଛନ୍ତି, ୨୦୨୧କୁ ଅପେକ୍ଷା।

ଗତବର୍ଷ ଦୁହେଁ ଛୁଟି କାଟିବା ଲାଗି ଆଫ୍ରିକାନ ସଫାରି ଯାଇଥିଲେ। ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହାପର ଠୁ ଉଭୟେ ରିଲେଶନଶିପ୍‌ରେ ଥିବା ଚର୍ଚ୍ଚା ଚାଲିଛି।

Share