ନୂଆ ଘର ଖୋଜୁଛନ୍ତି ଏହି କପୁଲ, ବିବାହ ପୂର୍ବରୁ ରହିବେ ଲିଭ ଇନରେ

ମୁମ୍ବାଇ: ଏବେ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ କପୁଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା । ଏମାନଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି । ବେଶ କିଛିଦିନ ହେବ ଏମାନଙ୍କ ରିଲେଶନକୁ ନେଇ ଆଲୋଚନା ହେଉଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିଛିଦିନ ହେବ କିଆରା-ସିଦ୍ଧାର୍ଥଙ୍କ ବିବାହ ଖବର ବି ଆସିଛି ଚର୍ଚ୍ଚାକୁ । ଏସବୁ ଭିତରେ ଏବେ ନୂଆ ଅପଡେଟ ଆସିଯାଇଛି । କୁହାଯାଉଛି କି ବିବାହ ପୂର୍ବରୁ ଏହି ଯୋଡି ଲିଭ ଇନରେ ରହିବାକୁ ଚାହୁଁଛନ୍ତି ।
କିଆରା ଓ ସିଦ୍ଧାର୍ଥ ଏବେ ନୂଆ ଘର ଖୋଜୁଥିବା ଶୁଣିବାକୁ ମିଳିଛି । କାରଣ ବିବାହ ପୂର୍ବରୁ ଏମାନେ ଏକାଠି ରହିବା ସହ ଫ୍ୟୁଚର ପ୍ଲାନିଂ କରିବେ ବୋଲି କୁହାଯାଉଛି । ଏମାନେ ଏବେ ଲିଭ ଇନରେ ରହିବାକୁ ଚାହୁଁଛନ୍ତି । କାରଣ ବିବାହ ପୂର୍ବରୁ ଏମାନେ ପରସ୍ପର ସହ ଟାଇମ ସ୍ପେଣ୍ଡ କରିବାକୁ ଚାହୁଁଛନ୍ତି । ଏମିତି ବି ଶୁଣିବାକୁ ମିଳିଛି କି ଯଦି ନୂଆ ଘର ନ ମିଳିଲା ତେବେ କିଆରା, ସିଦ୍ଧାର୍ଥଙ୍କ ଘରକୁ ସିଫ୍ଟ କରିଯିବେ । ସେଠାରେ ସେମାନେ ଏକାଠି ରହିବା ପରେ ଆସନ୍ତା ବର୍ଷ ଏପ୍ରିଲରେ ବିବାହ କରିବେ ।
ତେବେ କିଆରା-ସିଦ୍ଧାର୍ଥ ଲିଭ ଇନରେ ରହିବା କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ବି କେତେଜଣ ଷ୍ଟାର କପୁଲ ଲିଭ ଇନରେ ରହି ଆସୁଥିଲେ । ଯେମିତି ରଣବୀର କପୁର ଓ ଆଲିଆ ଭଟ୍ଟ । ତେବେ ବିବାହକୁ ନେଇ ସିଦ୍ଧାର୍ଥ କେତେଥର ମୁହଁ ଖୋଲିଥିବା ବେଳେ କିଆରା କିନ୍ତୁ ଏ ନେଇ ସାମନ୍ୟ ହିଣ୍ଟ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri