ଖୁସି ରିଅଲକନ୍‌ର ନୂତନ ସ୍ଲୋଗାନ ‘ଖୁସିକା ଠିକାନା’

ଭୁବନେଶ୍ୱର,୨୫।୫: ରାଜ୍ୟର ପ୍ରମୁଖ ଗୃହନିର୍ମାଣକାରୀ ସଂସ୍ଥା ଖୁସି ରିଅଲକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ପ୍ରିମିୟମ ପ୍ରକଳ୍ପ ଖୁସି କାପେଲାର ନୂଆ ସ୍ଲୋଗାନ ‘ଖୁସିକା ଠିକାନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ପାହାଳ ନିକଟରେ କମ୍ପାନୀ ୨ଟି ପ୍ରିମିୟମ ଟାୱାର ନିର୍ମାଣ କରୁଛି। ବିଶେଷକରି ଖୁସି କାପେଲାର ପ୍ରଚାର ଓ ପ୍ରସାର ଅଭିଯାନ ଉଦ୍ଦେଶ୍ୟରେ ଏଭଳି ଏକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି, ଯେଉଁଥିରେ ‘ଖୁସି କାପେଲା’ର ପ୍ରକୃତ ଅର୍ଥ ଏବଂ ଉଦ୍ଦେଶ୍ୟ ଗ୍ରାହକଙ୍କୁ ଅନୁଭବ ହେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଖୁସି ରିଅଲକନ୍‌ର ନିର୍ଦ୍ଦେଶକ ଗୌରବ ଅଗ୍ରୱାଲ କହିଛନ୍ତି, ଉଭୟ କଟକ-ଭୁବନେଶ୍ୱରର ଗ୍ରାହକମାନଙ୍କ ପାଇଁ ଆମେ ‘ଖୁସି କାପେଲା’ ତିଆରି ଭଳି ଏକ ପ୍ରିମିୟମ ପ୍ରକଳ୍ପ କରୁଥିବାରୁ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମେ ଏକ ପ୍ରି-ସାର୍ଟିଫାଏଡ୍‌ ଆଇଜିବିସି ଗୋଲ୍ଡ-ଗ୍ରୀନ୍‌ ବିଲ୍‌ଡିଂ ନିର୍ମାଣ କରିବାକୁ ଯାଉଛୁ। ଉକ୍ତ ପ୍ରକଳ୍ପ ଜରିଆରେ ଗ୍ରାହକଙ୍କୁ ୩୦ରୁ ଅଧିକ ଉତ୍କୃଷ୍ଟ ସୁବିଧା ସହ ୟୁନିଟ୍‌ ଲେଆଉଟ୍‌ ପ୍ରଦାନ କରୁଛୁ। ସେହିଭଳି ଉତ୍ତମ ଆଲୋକ ଏବଂ ବାୟୁ ସଞ୍ଚାଳନ ସୁବିଧା ସହ ସବୁଜ ନିର୍ମାଣ ମାନକ ଓ ବାସ୍ତୁ ଅନୁକୂଳ ଘର ସବୁ ଉକ୍ତ ପ୍ରକଳ୍ପରେ ଉପଲବ୍ଧ। ସୂଚନାଯୋଗ୍ୟ, ୨୦୨୩ ଫେବୃୟାରୀରୁ ଆଶାୟୀ ଗ୍ରାହକଙ୍କ ପାଇଁ ‘ଖୁସି କାପେଲା’ର ବୁକିଂ ଆରମ୍ଭ ହୋଇଥିଲା। ୨ଟାୱାର ବିଶିଷ୍ଟ ଉକ୍ତ ପ୍ରିମିୟମ ପ୍ରକଳ୍ପରେ ମୋଟ ୨୪୨ ଘର ଉପଲବ୍ଧ। ଉକ୍ତ ଆପାର୍ଟମେଣ୍ଟ ୬୦୬୩୮.୬୭ ବର୍ଗ ମିଟର ସ୍ଥାନରେ ନିର୍ମିତ ହେଉଥିବା ବେଳେ ବାସ୍ତୁ ଉପଯୋଗୀ ଅତ୍ୟାଧୁନିକ ସୁବିଧା ସହ ୨ଟି ପେଣ୍ଟ ହାଉସ, ଆଧୁନିକ ଜିମ୍‌, ଅତ୍ୟାଧୁନିକ ସୁଇମିଂ ପୁଲ୍‌ ଓ ପିଲାମାନଙ୍କ ପାଇଁ ଇନ୍‌ଡୋର ଏବଂ ଆଉଟ୍‌ଡୋର ପ୍ଲେ ଏରିଆ ସହିତ ସୁଇମିଂ ପୁଲ୍‌, ହାଇ ଲାଇଫ୍‌ ଷ୍ଟାଇଲ୍‌ କ୍ଲବ୍‌, ଲ୍ୟାଣ୍ଡସ୍କେପ୍‌ ବଗିଚା ଏବଂ ସମସ୍ତ ଗୁଣାତ୍ମକ ଆଧୁନିକ ସୁବିଧା ଓ ସହରର ଅତି ନିକଟରେ ନୂତନ ଜ୍ଞାନ କୌଶଳରେ ନିର୍ମିତ ‘ଖୁସି କାପେଲା’ର ଚାହିଦା ବଜାରରେ ବହୁତ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଖୁସି ରିଅଲକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୌରବ ଅଗ୍ରୱାଲ,ସଞ୍ଜୟ ବଂଶଲ ଏବଂ ପ୍ରଦୀପ ଠକରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri