ମା’ଙ୍କ ଫଟୋ ଶେୟାର କରି ଇମୋଶନାଲ ହେଲେ ଖୁସି-ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କର ଗୁରୁବାର ଚତୁର୍ଥ ମୃତ୍ୟୁ ବାର୍ଷିକୀ। ଏହି ଅବସରରେ ଝିଅ ଖୁସି କପୁର ଶ୍ରୀଦେବୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଖୁସି ପିଲାଦିନେ ମା’ଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି। ଖୁସି ସେହି ଫଟୋରେ ଏକ ଧଳା ହାର୍ଟ ଇମୋଜି ଦେଇ ତାଙ୍କ ମା’ଙ୍କୁ ମନେ ପକାଇଛନ୍ତି। ଖୁସିଙ୍କ ବ୍ୟତୀତ ଜାହ୍ନବୀ ମଧ୍ୟ ତାଙ୍କ ମା’ଙ୍କର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଖୁସି ଲେଖିଛନ୍ତି, ମୁଁ ତୁମ ବିନା ଯେତେ ବର୍ଷ ବିତାଇଛି, ତାହାଠାରୁ ଅଧିକ ତୁମ ସହିତ ବିତାଇଛି।’ ଅଭିନେତ୍ରୀ ଶ୍ରୀଦେବୀ ୨୦୧୮ ଫେବୃୟାରୀ ୨୪ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

Share