Categories: ଜାତୀୟ

ପଦ୍ମ ଧରିଲେ ଖୁଶବୁ: ୧୦ ବର୍ଷରେ ତୃତୀୟ ଦଳରେ ସାମିଲ୍‌

ଚେନ୍ନାଇ, ୧୨।୧୦: ଅଭିନେତ୍ରୀ ଖୁଶବୁ ସୁନ୍ଦର ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର କଂଗ୍ରେସ ପ୍ରବକ୍ତା ଭାବେ ସେ କାର୍ଯ୍ୟ କରୁଥିଲେ। ତେବେ ଦଳୀୟ ଅସନ୍ତୋଷ ଯୋଗୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟ କଂଗ୍ରେସରେ ଜାରି ରହିଥିବା ମନମୁଖୀ କାର୍ଯ୍ୟ ସମ୍ପର୍କରେ ସେ ଚିଠି ଲେଖି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜଣାଇଥିଲେ। ଏହାପରେ ଏବେ ସେ ଭାଜପାରେ ଯୋଗଦେଇଛନ୍ତି। ଏପରି କରି ଗତ ୧୦ ବର୍ଷ ମଧ୍ୟରେ ସେ ତୃତୀୟ ରାଜନୈତିକ ଦଳରେ ସାମିଲ ହୋଇଛନ୍ତି। ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଖୁଶବୁ ୨୦୧୦ରେ ଡିଏମ୍‌କେରେ ଯୋଗଦେଇଥିଲେ। ଏହା ପରେ ୨୦୧୪ରେ ସେ କଂଗ୍ରେସରେ ସାମିଲ୍‌ ହୋଇଥିଲେ। ଏବେ ସେ ପଦ୍ମ ଧରିଛନ୍ତି। ରାଜ୍ୟ ଭାଜପା ସଭାପତି ଡ. ଏଲ୍‌. ମୁରୁଗାନ, ସି.ଟି. ରବି ଏବଂ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି। ରାଜ୍ୟରେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ନୂଆ ନେତା ଖୋଜୁଥିବାବେଳେ ଖୁଶବୁ ଏହାର ଫାଇଦା ନେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share