ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ

ଚେନ୍ନାଇ,୧୮।୧୧-ତାମିଲନାଡୁର ମେଲମାରୁଭାଥୁର ସହର ନିକଟରେ ବୁଧବାର ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ କଣ୍ଟେନର ତାଙ୍କ କାରକୁ ଧକ୍କା ଦେବାରୁ କାରର ଡାହାଣ ପାର୍ଶ୍ୱ ଡୋର ଭାଙ୍ଗି ଯାଇଛି। ତେବେ ଏହି ଦୁର୍ଘଟଣାରୁ ଖୁସବୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନର ଡ୍ରାଇଭରଙ୍କୁ କରିବାସହ ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ଖୁସବୁ ଟୁଇଟ କରି କହିଛନ୍ତି, ମେଲମାରୁଭାଥୁରରେ ମୁଁ ଦୁର୍ଘଟଣାର ଶିକାର ହୋଇଥିଲି। ଏକ କଣ୍ଟେନର ମୋର କାରକୁ ଧକ୍କା ଦେଇଥିଲା। ଭଗବାନଙ୍କ ଆଶୀର୍ବାଦରୁ ବର୍ତ୍ତମାନ ମୁଁ ସୁରକ୍ଷିତ ଅଛି।

Share