ମୁଣ୍ଡବିନ୍ଧାର କାରଣ ପାଲଟିଲାଣି କରୋନା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧।୫ : ଦିନକୁ ଦିନ ଖୋର୍ଦ୍ଧା ଜିଲାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଜିଲାରେ ସଂକ୍ରମଣ ହାର ଅଧିକ ରହିଛି। ଦୈନିକ ସଂକ୍ରମଣ ହଜାର ଉପରେ ରହୁଥିବା ବେଳେ ଶନିବାର ୧୭ଶହରୁ ଊଦ୍ଧର୍‌ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଜିଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିିଛି। ଖୋର୍ଦ୍ଧା ଗ୍ରାମାଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଶତକ ଛୁଇଁଲାଣି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲା ପ୍ରଶାସନ ପକ୍ଷରୁ କୋଭିଡ ସମୀକ୍ଷା କରାଯାଇଛି। ଓସୱାନରେ ହଲରେ ଭର୍ଚୁଆଲ୍‌ରେ ଜିଲାପାଳ ସନତ କୁମାର ମହାନ୍ତି ଜିଲାର ସମସ୍ତ ବିଡିଓ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ଅତିରିକ୍ତ ଜିଲାପାଳ ମନୋଜ ପାଢୀ, ଅତିରିକ୍ତ ଜିଲାପାଳ(ରାଜସ୍ବ)ଅନୁଜ ଦାସ ପଟ୍ଟନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଉପଜିଲାପାଳ ଅଶୋକ ବେହୁରିଆ, ଭୁବନେଶ୍ବର ଉପଜିଲାପାଳ ଦେବବ୍ରତ ସାହୁ ପ୍ରମୁଖ ଓସୱାନରେ ଉପସ୍ଥିତ ଥିଲେ।

କୋଭିଡ ନିୟନ୍ତ୍ରଣ ଲାଗି ମାସ୍କ ପିନ୍ଧିବା, ସାନିଟାଇଜ ଏବଂ ସାମାଜିକ ଦୂରତା ଉପରେ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ସଂକ୍ରମଣ ବଢୁଛି। ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ଜିଲାପାଳ କହିଥିଲେ। କରୋନା ସଂକ୍ରମଣ ରୋକିବା ଲାଗି ସମସ୍ତଙ୍କ ସହଯୋଗ ଜରୁରୀ। କୋଭିଡ ଟିକାକରଣ, ଟେଷ୍ଟିଙ୍ଗ ଏବଂ କଣ୍ଟାକ୍ଟ ଟ୍ରେସିଙ୍ଗ ଉପରେ ଗୁରୁତ୍ୱ ଦିଆଯାଉ। ବାହର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ଉପରେ ନଜର ରଖ। ସ୍ଥାନିୟ ପ୍ରଶାସନ କୁ ଏ ସମ୍ପର୍କ ରେ ରିପୋର୍ଟ କର। ପ୍ରବାସୀଙ୍କ କୋଭିଡ ନେଗେଟିଭ୍‌ ଏବଂ ୧୪ଦିନିଆ ସଂଘରୋଧ ବାଧ୍ୟତାମୂଳକ ରହିବ। ସଂକ୍ରମିତ ସନ୍ଦିଗ୍ଧ ଅଞ୍ଚଳ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ସମସ୍ତ ଅଞ୍ଚଳରେ ଆର୍‌ଆର୍‌ଟି ଟିମ୍‌ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସର୍ବେକ୍ଷଣ, କଣ୍ଟାକ୍ଟ ଟ୍ରେସିଙ୍ଗ କରିିବ। ସଂଘରୋଧରେ ରହି ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସହ ସ୍ଥାନିୟ ସିଏଚ୍‌ସି ଡାକ୍ତର ଭର୍ଚୁଆଲରେ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ନିୟମିତ ଯୋଗାଯୋଗ, ଚିକିତ୍ସା ସୁବିଧା ଉପଲବ୍ଧ କରିବେ। ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ କୋଭିଡ ମେଡିକାଲକୁ ସ୍ଥାନାନ୍ତରିତ କରାଯିବାକୁ ଜିଲାପାଳ କହିଛନ୍ତି।

ଏନେଇ ପିଡି ଡିଆର୍‌ଡିଏ ରାଉତରାୟ କହିଲେ ଯେ, କୋଭିଡ ନିୟନ୍ତ୍ରଣ ଲାଗି ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ବାଳକାଟୀଠାରେ ୧୬୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ ରହିଛି। ଏଥିରେ ଅକ୍ସିଜେନ, ଆଇସିୟୁ, ସାଧାରଣ ଶଯ୍ୟା ରହିଛି। ଖୁଦୁପୁରରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର କରାଯାଇଥିବା ବେଳେ ଝାମୁଝରୀରେ ୫୦୦ ଶଯ୍ୟା ବିଶିଷ୍ଟ ସିସିସି ବ୍ୟବସ୍ଥା କରାଯିବ। ଏଥିସହିତ ଖୋର୍ଦ୍ଧା ପିଏନ୍‌ କଲେଜ, ନାଚୁଣୀ କଲେଜ, ଏବଂ ଆଇଏନ୍‌ଏସ୍‌ ଚିଲିକାରେ ୧୫୦ ଶଯ୍ୟା ସିସିସି ଯୋଜନା ରହିଛି। ଜିଲାରେ ୨୬ଟି ରାପିଡ ରେସପନ୍ସ ଟିମ( ଆର୍‌ଆର୍‌ଟି ) ସଂଘରୋଧରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି। ଘରକୁ ଘର ବୁଲି ଥର୍ମାଲ ସ୍କିନିଂ, କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଛି। ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବସ୍ତି ଓ ପଞ୍ଚାୟତ କୋଭିଡ ପରିଚାଳନା କମିଟି(ସିଏମ୍‌ସି) ନିଜ ଅଞ୍ଚଳ କୋଭିଡ ସମୀକ୍ଷା, ସଚେତନତା, ନିୟମିତ ବୈଠକ କରୁଛନ୍ତି। ବାହର ରାଜ୍ୟ ପ୍ରବାସୀ ବସ୍ତି, ଗାଁ କୁ ଫେରିଲେ ସ୍ଥାନୀୟ ପ୍ରଶାସନକୁ ଖବର ଦେବେ। ବଙ୍ଗ, କୁମ୍ଭମେଳା ଫେରନ୍ତା ତଥା ରେଡ୍‌ ଜୋନ ତାଲିକାଭୁକ୍ତ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଓ ୧୪ଦିନିଆ ସଂଘରୋଧ ବାଧ୍ୟତାମୂଳକ ରହିଛି। ଏନେଇ ଜିଲାରେ ୨୨ଟି କ୍ଲଷ୍ଟର ଟିଏମ଼୍‌ସି ବ୍ୟବସ୍ଥା କରାଯାଇଛି। ଏଥିରେ ୮୦୪ ଶଯ୍ୟା ରହିଛି। ଜଟଣୀ ଓ ବାଲୁଗାଁ ଷ୍ଟେଶନରେ ନାମ ପଞ୍ଜିକରଣ ଆରମ୍ଭ ହୋଇଛି। ବାହର ଫେରନ୍ତାଙ୍କ ଉପରେ କଡା ନଜର ରହିଛି। ଜିଲାରେ ଅକ୍ସିଜେନର କୌଣସି ଅଭାବ ନାହିଁ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କୋଭିଡ ଏନ୍‌ଫୋର୍ସମେଣ୍ଟ କଡାକଡି କରାଯାଇଛି। ବିନା ମାସ୍କରେ ବୁଲୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ସହ କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନକାରୀ ଦୋକାନ, ବଜାର ସିଲ୍‌ କରାଯିବ। କରୋନା ନିୟନ୍ତ୍ରଣ ଲାଗି ଅଧିକ ସଂକ୍ରମଣ ଅଞ୍ଚଳ କୁ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି। ସଂକ୍ରମଣ ନିୟନ୍ତ୍ରଣ ଲାଗି ଜନସାଧାରଣଙ୍କ ସହଭାଗିତା ଜରୁରୀ ବୋଲି ସେ କହିଛନ୍ତି। କୋଭିଡ ନିୟନ୍ତ୍ରଣ ଲାଗି ମାସ୍କ, ସାନିଟାଇଜ୍‌ ଓ ସାମାଜିକ ଦୂରତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପ୍ରତି ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri