ନୂଆ ମୁହଁକୁ ଭରସା କରିପାରେ ଖୋର୍ଦ୍ଧା ବିଜେଡି

ଖୋର୍ଦ୍ଧା ଅଫିସ,୫ା୩: ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନର ସଫଳତା ପରେ ଶାସକ ଦଳ ବିଜେଡି ପୌର ନିର୍ବାଚନରେ କ୍ଲିନ ସୁଇପ ଯୋଜନାରେ ରହିଛି। ଅନ୍ୟପଟେ ବିରୋଧୀ ଭାଜପା ଓ କଂଗ୍ରେସ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବାନ୍ଧିଛନ୍ତି। ଶୁକ୍ରବାର ସୁଦ୍ଧା କୌଣସି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ଖୋର୍ଦ୍ଧା ପୌର ନିର୍ବାଚନରେ ଅଧ୍ୟକ୍ଷା ପଦ ପାଇଁ ବିଜେଡିର ୧୫ଜଣ ଦାବିଦାର ରହିଛନ୍ତି। ତେବେ ଦଳ ନୂଆ ମୁହଁ ଖୋଜୁଛି। ଅନ୍ୟପଟେ ବିରୋଧୀଙ୍କୁ ଉପଯୁକ୍ତ ପ୍ରାର୍ଥୀ ମିଳୁ ନ ଥିବା ଶୁଣିବାକୁ ମିଳୁଛି। ଶନିବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଅବସରରେ ବିଜେଡି ଜିଲାୱାରୀ ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି। ଅନ୍ୟପଟେ ଆଶାୟୀ ପ୍ରାର୍ଥୀ ନିଜ ୱାର୍ଡରେ ପୋଷ୍ଟର ଓ ବ୍ୟାନର ମାରି କାର୍ଯ୍ୟ ଆରମ୍ଭ କରିଦେଲେଣି। ଚଳିତ ପୌର ନିର୍ବାଚନରେ ପୌରାଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିପାଇଁ ସିଧାସଳଖ ଭୋଟ ଗ୍ରହଣ କରାଯିବ। ବହୁ ପୁରୁଣା କର୍ମୀ ନିଜ ପାଇଁ ଓ ସମ୍ପର୍କୀୟଙ୍କ ଲାଗି ଲବି ଚଳାଇଛନ୍ତି। ଦଳୀୟ ବିଧାୟକ, ସାଙ୍ଗଠନିକ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକଙ୍କୁ ମନାଇବା ପାଇଁ ଚାଲିଛି ଛକାପଞ୍ଝା। ଏଥର ବିଜେଡି ପକ୍ଷରୁ ଦଳୀୟ ବିଧାୟକ, ଏମ୍‌ପି ଏପରି କି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିବା ବ୍ୟକ୍ତିଙ୍କ ପରିବାରରୁ କାହାରିକୁ ଟିକେଟ ଦିଆଯିବ ନାହିଁ ବୋଲି ହୁଇପ ଜାରି ହୋଇଥିବା ଶୁଣିବାକୁ ମିଳୁଛି। ସ୍ବଚ୍ଛ ଓ ନିର୍ବିବାଦୀୟ ବ୍ୟକ୍ତିତ୍ୱ ସମ୍ପନ୍ନ ମହିଳାଙ୍କୁ ପୌରାଧ୍ୟକ୍ଷ ପଦରେ ବସାଇବା ପାଇଁ ଲକ୍ଷ୍ୟ ରଖିଛି। ତେଣୁ ବିଜେଡି ନୂଆ ମୁହଁ ଖୋଜୁଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେବେ କିଏ ନୂଆ ମୁହଁ ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟପଟେ ଭାଜପା ପକ୍ଷରୁ ପୌର ଅଧ୍ୟକ୍ଷା ଆସନରେ ବସାଇବା ପାଇଁ ଜଣେ ପୂର୍ବତନ କାଉନସିଲରଙ୍କ ନାମ କୋର୍‌ କମିଟି ବୈଠକରେ ପ୍ରସ୍ତାବ ଦିଆଯାଇଛି ବୋଲି କମିଟି ସଦସ୍ୟ ଦେବବ୍ରତ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ଚାଲିଛି। ଶନିବାର ତାଲିକା ପ୍ରକାଶ କରାଯିବ ବୋଲି ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର କହିଛନ୍ତି। ପୌରାଧ୍ୟକ୍ଷା ପଦ ପାଇଁ କୌଣସି ଦଳୀୟ କର୍ମୀ ପ୍ରାର୍ଥତ୍ପତ୍ର କିଣି ନ ଥିବା ବେଳେ ସାମାଜିକ କର୍ମୀ ମମତା ପୃଷ୍ଟି ସ୍ବାଧୀନ ପ୍ରାର୍ଥୀ ଭାବେ ଫର୍ମ କିଣିଥିବା ଜଣାପଡ଼ିଛି। ସେ ବିଜେଡିରୁ ଟିକେଟ ପାଇଁ ଆଶା ବାନ୍ଧିଛନ୍ତି। ସେ ସାମାଜିକ କର୍ମୀ ନରେନ୍ଦ୍ର ପୃଷ୍ଟିଙ୍କ ସହଧର୍ମିଣୀ। ଅନ୍ୟପକ୍ଷରେ ୨୦୧୩ରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସହଧର୍ମିଣୀ ସଂଯୁକ୍ତା ସାହୁ ପୌରାଧ୍ୟକ୍ଷା ହୋଇଥିଲେ। ତେବେ ଚଳିତ ପୌର ନିର୍ବାଚନରେ ସେ ଦୌଡରେ ନ ଥିବା ସ୍ପଷ୍ଟ କରିଛନ୍ତି। ସେହିପରି ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର କହିଛନ୍ତି, ତାଲିକା ପ୍ରସ୍ତୁତ କରାଯାଇଛି। ଦଳ ଯାହା ନାମରେ ମୋହର ମାରିବ, ସେ ହିଁ ନିର୍ବାଚନ ଲଢିବେ। ପୌର ନିର୍ବାଚନ ଦୌଡ଼ରେ ସେ ନ ଥିବା ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?