ଭୁବନେଶ୍ୱର, ୧୮ା୬(ଅଭିଜିତ ଦାସ) ବିକାଶ ଓ ଉନ୍ନୟନ କାମ ପାଇଁ ସ୍ମାର୍ଟସିଟି ଭୁବନେଶ୍ୱରରେ ପାଣିଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ସହରର ବିକାଶଧାରା ‘ଗୋଦରା କୋଡେ ଯେତେ ମାଡେ ସେତେ ସଦୃଶ’ ହୋଇଛି। ଯିଏ ଯେଉଁଠି ଯେମିତି ପାରୁଛି ଖୋଳିତାଡ଼ି ପକାଉଛି। ଗୋଟିଏ ବିଭାଗ କାମ ସାରିବା ପରେ ଅନ୍ୟ ବିଭାଗ ନିଜ କାମ ପାଇଁ ତାହାକୁ ତାଡ଼ି ଦେଉଛି। ଏମିତି ବର୍ଷ ବର୍ଷ ଧରି ସହରରେ ଖୋଳାପୋତା ଭିତରେ ସ୍ମାର୍ଟସିଟି ଖିନ୍ଭିନ୍ ହୋଇଯାଉଥିବାବେଳେ ସହରବାସୀ ପ୍ରତିଦିନ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଧୀରେ ଧୀରେ ସ୍ଥିତି ଏପରି ହୋଇଛି ସହର ଖାଲଖମାରେ ଭର୍ତ୍ତି ହୋଇଯାଉଛି। ପ୍ରଥମେ ଡ୍ରେନ୍, ସ୍ବେରେଜ ଲାଇନ୍ ପାଇଁ ମୁଖ୍ୟ ରାସ୍ତାଠାରୁ କଲୋନୀ ପର୍ଯନ୍ତ ଖୋଳାପୋତା କାମ ଚାଲିଥିଲା। ଏବେ ଅଣ୍ଡରଗ୍ରାଉଣ୍ଡ୍ କେବ୍ଲିଂ ଓ ଗ୍ୟାସ୍ ଲାଇନ୍ କାମ ପାଇଁ ଲୋକଙ୍କୁ ଦହଗଞ୍ଜ କରୁଛି। ମନଇଚ୍ଛା ରାସ୍ତାକୁ ଖୋଳି ଅଧାପନ୍ତରିଆ ଭାବେ ଛାଡ଼ି ମାସ ମାସ ଧରି ଲୋକଙ୍କ ଯାତାୟାତ ବନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି। ଆଗକୁ ମୌସୁମୀ ଆସୁଥିବାରୁ ଏବେ ଚିନ୍ତାରେ ସହରବାସୀ।
ସ୍ମାର୍ଟସିଟି ଯୋଜନାରେ ଭୁବନେଶ୍ୱରରେ ଅଣ୍ଡରଗ୍ରାଉଣ୍ଡ୍ ବିଦ୍ୟୁତ୍ କେବୁଲ ଯୋଜନା ଆରମ୍ଭ କରାଯାଇଥିଲା। ପରେ ମାଟି ତଳେ ଗ୍ୟାସ୍ ପାଇପ୍ ଲାଇନ ପ୍ରକଳ୍ପ ଓ ୨୦୧୮ରେ ଅଣ୍ଡରଗ୍ରାଉଣ୍ଡ୍ ଇଣ୍ଟରନେଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ତେବେ ଏ ସମସ୍ତ ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ଘରୋଇ କମ୍ପାନୀ ଓ ଠିଦାକାରଙ୍କୁ ଦିଆଯାଇଛି। ମନଇଚ୍ଛା କାର୍ଯ୍ୟ କରୁଥିବାରୁ ପ୍ରକଳ୍ପ ଗୁଡିକ ଧିମା ଗତିରେ ଚାଲୁଛି। ରାସ୍ତା ଖୋଳିବା ପରେ ନିୟମ ଅନୁସାରେ ପୁନରୁଦ୍ଧାର କାମ କରାଯାଉ ନ ଥିବାରୁ ଖାଲଖମା ରହୁଛି। ଏପରିକି କାର୍ଯ୍ୟ ସ୍ଥଳରେ ରାସ୍ତା ଉପରେ ବିଭିନ୍ନ ଯନ୍ତ୍ରପାତି ବହୁ ଦିନ ଧରି ପଡିରହୁଛି। ଦୀର୍ଘଦିନ ଧରି କାମ ଚାଳୁଥିବାରୁ ରାସ୍ତାରେ ଧୂଳି ଉଠି ଲୋକଙ୍କୁ ଅଣନିଃଶ୍ୱାସୀ କରି ପକାଉଛି।
ଦମଦାର ବିଜୟ ସହ ସିଜିନ୍ ଆରମ୍ଭ କଲା ରାଜସ୍ଥାନ ରୟାଲ
ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…
ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…
ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…
୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ
ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…
ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ
ଭୁବନେଶ୍ୱର, ୩୦।୩: ଏମ୍ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…
ହଠାତ୍ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍: ଘଟଣାସ୍ଥଳରେ…
ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…
ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…
ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…
ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…
ଭୁବନେଶ୍ୱର,୩୦।୩: ଭାଜପା ଏମ୍ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…
ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…
Archives

