ରାଜ୍ୟରେ ହେବ ଖୋ ଖୋ ଷ୍ଟାଡିୟମ

ଭୁବନେଶ୍ୱର, ୮।୯(କ୍ରୀଡ଼ା ପ୍ରତିନିଧି): କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶା ଏବେ ଆଗକୁ ବଢ଼ୁଛି। ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ଏଠାରେ ଏବେ ହକି, ଆଥ୍‌ଲେଟିକ୍ସ, ଫୁଟ୍‌ବଲ, ଟେନିସ୍‌ ଆଦି ଏକାଧିକ ଖେଳର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ହୋଇପାରିଛି। ଫଳସ୍ବରୂପ ଓଡ଼ିଶାରେ ବିଶ୍ୱକପ୍‌ ସମେତ ପାଖାପାଖି ଏକ ଡଜନ ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜନ ହୋଇଛି। ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜନ କରି ଦେଶ ବିଦେଶରୁ ପ୍ରଶଂସା ସାଉଁଟିଛନ୍ତି ଓଡ଼ିଶା ସରକାର। ଫ୍ରାଞ୍ଚାଇଜ୍‌ଭିତ୍ତିକ ଲିଗ୍‌ ହକିରେ କଳିଙ୍ଗ ଲାନ୍ସର୍ସ, ଫୁଟ୍‌ବଲରେ ଓଡ଼ିଶା ଏଫ୍‌ସି ପରି ଖୋ ଖୋରେ ରାଜ୍ୟର ଏକ ନିଜସ୍ବ ଦଳ ଓଡ଼ିଶା ଜଗରନଟ୍ସ ସଦ୍ୟସମାପ୍ତ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ରେ ଅଂଶଗ୍ରହଣ କରିଥିଲା।

କେବଳ ସେତିକି ନୁହେଁ, ସର୍ବପ୍ରଥମ ସଂସ୍କରଣରେ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ହୋଇ ଇତିହାସ ରଚିଛି। ଫଳସ୍ବରୂପ ଏବେ ସ୍ବଦେଶୀ କ୍ରୀଡ଼ା ଖୋ ଖୋ ପାଇଁ ଆସିଛି ବଡ଼ ଖୁସି ଖବର। ଓଡ଼ିଶାରେ ଖୋ ଖୋ ଷ୍ଟାଡିୟମ ଏବଂ ହାଇ ପର୍‌ଫର୍ମାନ୍ସ ସେଣ୍ଟର (ଏଚ୍‌ପିସି) ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଭାରୋତ୍ତୋଳନ ହଲ୍‌ରେ ଓଡ଼ିଶା ଜଗରନଟ୍ସ ଦଳକୁ ସମ୍ବର୍ଦ୍ଧନା ସହ ଆର୍ଥିକ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି। ଜଗରନଟ୍ସ ଦଳକୁ ୨ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବରୁ ଓଡ଼ିଶାରେ ସୁଇମିଂ, ଆଥ୍‌ଲେଟିକ୍ସ, ଭାରୋତ୍ତୋଳନ, ହକି, ଶୁଟିଂ, ବ୍ୟାଡ୍‌ମିଣ୍ଟନ ଓ ଫୁଟ୍‌ବଲ ଆଦିର ଏଚ୍‌ପିସି ଥିବାବେଳେ ଏଥିରେ ଯୋଡ଼ିହେବାକୁ ଯାଉଛି ଖୋ ଖୋ।

”ପାରମ୍ପରିକ କ୍ରୀଡ଼ା ଖୋ ଖୋ ଗ୍ରାମାଞ୍ଚଳରେ ସୀମିତ ରହିବା ସତ୍ତ୍ୱେ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ରେ ଚାମ୍ପିୟନ ହୋଇ ତୁମେ ଇତିହାସ ରଚିଛ। ଆଗାମୀ ଦିନରେ ଏହା ସ୍ମରଣୀୟ ହେବା ସହ ଆଲୋଚନାର ବିଷୟ ରହିବ। ଏହାକୁ ପେସାଦାର କ୍ରୀଡ଼ା ଭାବେ ଆପଣାଇବାକୁ ଯୁବପିଢ଼ି ଆଗ୍ରହ ପ୍ରକାଶ କରିବେ। ଲୋକମାନେ ଏବେ ଅଲ୍‌ଟିମେଟ ଖୋ ଖୋ ଏବଂ ଓଡ଼ିଶା ଜଗରନଟ୍ସ ସମ୍ପର୍କରେ ଆଲୋଚନା କରୁଛନ୍ତି। ଓଡ଼ିଶା ଦଳ ପାଇଁ ଆମେ ଗର୍ବ ଅନୁଭବ କରୁଛୁ। ଆଗାମୀ ଦିନରେ ଆହୁରି ସଫଳତା ପାଇଁ ମୁଁ ଶୁଭକାମନା ଜଣାଉଛି“ ବୋଲି ଚାମ୍ପିୟନ ଦଳ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଅବସରରେ ଅଲ୍‌ଟିମେଟ ଖୋ ଖୋ ସିଇଓ ତେନଜିଂ ନିୟୋଗି ମୁଖ୍ୟମନ୍ତ୍ରୀଙ୍କୁ ଦଳର ଏକ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ।

ଗତ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ରେ ଓଡ଼ିଶା ଜଗରନଟ୍ସ ଦଳ ଅପୂର୍ବ ଉତ୍ସାହର ସହ ଖେଳି ଅଧିକାଂଶ ସମୟ ଟେବୁଲ ଟପ୍ପର ରହିଥିଲା। ଫାଇନାଲର ଅନ୍ତିମ ସେକେଣ୍ଡରେ ତେଲ୍‌ଗୁ ଯୋଦ୍ଧାସ୍‌କୁ ଚକ୍‌ମା ଦେଇ ବିଜୟ ମୁକୁଟ ପିନ୍ଧିଥିଲା। ଓଡ଼ିଶାର ଅଗଣିତ ପ୍ରଶଂସକଙ୍କ ସ୍ବପ୍ନକୁ ସେମାନେ ସାକାର କରିଥିଲେ। ଅନ୍ୟପକ୍ଷରେ ଖୋ ଖୋ ଖେଳ ପ୍ରତି ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଏବଂ ଆଗ୍ରହକୁ ଭାରତୀୟ ଖୋ ଖୋ ଫେଡେରେଶନ ସଭାପତି ସୁଧାଂଶୁ ମିତ୍ତଲ ପ୍ରଶଂସା କରିଥିଲେ। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଖୋ ଖୋକୁ ଏପରି ସମର୍ଥନ ଜଣାଇବା ଆବଶ୍ୟକ ବୋଲି ସେ କହିଥିଲେ। ଓଡ଼ିଶା ଦଳର ସଫଳତାରେ ଖୁସି ଜାହିର କରିଥିଲେ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ସିଇଓ ଓ କମିଶନର ତେନଜିଂ ନିୟୋଗି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ହକି ପ୍ରମୋଶନ କାଉନ୍‌ସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଏବଂ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri