Categories: ଜାତୀୟ

ମେଘାଳୟରେ ଲଗାତର ଦ୍ୱିତୀୟ ଦିନରେ ବିଧାୟକଙ୍କ ଇସ୍ତଫା

ଶିଲଂ,୧୩।୧: ମେଘାଳୟ ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ କେଏଚ୍‌ଏନ୍‌ଏମ୍‌ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ଅସୁବିଧାର ସମ୍ମୁଖୀନ ହୋଇଛି। କେଏଚ୍‌ଏନ୍‌ଏମ୍‌ ନେତା ଆଡେଲବର୍ଟ ନୋନ୍‌ଙ୍ଗ୍ରୁମ୍‌ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆଡେଲବର୍ଟ ଉତ୍ତର ଶିଲଂର ବିଧାୟକ। ଗୁରୁବାର ସେ ମେଘାଳୟର ବାଚସ୍ପତି ମେହେତାବ ଲିଙ୍ଗଦେହଙ୍କୁ ଇସ୍ତଫା ହସ୍ତାନ୍ତର କରିଥିଲେ। ଏହାପରେ ଆଡେଲବର୍ଟ ଭଏସ ଅଫ୍‌ ପିପୁଲ ପାର୍ଟିରେ ଯୋଗଦେବେ ବୋଲି କହିଛନ୍ତି। ଇସ୍ତଫା କାରଣ ସେ ଭିପିପି ପାର୍ଟିର ନୀତିକୁ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ,
ମେଘାଳୟର ବିଧାନସଭାରୁ ମୋଟ ୧୩ ଜଣ ବିଧାୟକ ଏପର୍ଯ୍ୟନ୍ତ ଇସ୍ତଫା ଦେଇସାରିଛନ୍ତି। ଏଥିସହ ୬୦ଜଣ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବର୍ତ୍ତମାନ ୪୭ ଜଣ ବିଧାୟକ ରହିଛନ୍ତି।

Share