ବିଜ୍ଞାପିତ ଅଞ୍ଚଳ ଘୋଷଣାକୁ ନେଇ ଖଇରା ରାଜନୀତି ସରଗରମ

ଖଇରା,୨୮।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଏନଏସି ଘୋଷଣାରୁ ବାଦ୍‌ ପଡିବା ପରେ ଏବେ ରାଜନୀତି ସରଗରମ ହୋଇପଡିଛି। ଶାସକ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପକୁ ନେଇ ଖଇରା ପାଣିପାଗ ଅଶାନ୍ତ ହୋଇପଡିଛି। ଗୋଟିଏପକ୍ଷେ ବିରୋଧୀ ଭାଜପା ଓ ଖଇରା ସ୍ବାଭିମାନ ମଞ୍ଚ ବୁଧବାର ଖଇରା ବଜାର ବନ୍ଦ ପାଇଁ ଆହ୍ବାନ ଦେବା ସହ ଡାକବାଜି ଯନ୍ତ୍ରରେ ପ୍ରଚାର ମଧ୍ୟ କରିଛି। ଭାଜପା ନେତା ପଦ୍ମଲୋଚନ ପଣ୍ଡା ଓ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ପୂର୍ବରୁ ବଜାର ପାଇଁ ଖବରଦାତା ସମ୍ମିଳନୀରେ ଚେତାବନୀ ଦେବା ପରେ ସୋମବାର ସ୍ବାଭିମାନ ମଞ୍ଚ ପକ୍ଷରୁ ଆଖଣ୍ଡଳେଶ୍ୱର ଶିବ ମନ୍ଦିରରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବୁଧବାର ବଜାର ବନ୍ଦ ସହ ଏନଏସି ଘୋଷଣା ନ ହେବା ପର୍ଯ୍ୟନ୍ତ ଗୁରୁବାରଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ପାଇଁ ଚେତାବନୀ ଦିଆଯାଇଛି। ଖଇରା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାମଚନ୍ଦ୍ର ଦାସ, ପ୍ରଶାନ୍ତ ବେହେରା, ସନ୍ତୋଷ ଶତପଥି, ରଘୁନାଥ ପାତ୍ର, ଜଗତାନନ୍ଦ ମହାପାତ୍ର, ରବୀନ୍ଦ୍ର ବିଶ୍ୱାଳ, ଅରୁଣ ସ୍ବାଇଁ, ବିଷ୍ଣୁମୋହନ ସାହୁ, ନାରାୟଣ ପେଡା, ଜନ୍ମେଜୟ ଶତପଥି, ମାନସ ମହାପାତ୍ର, ପଦ୍ମନାଭ ପଣ୍ଡା ଓ ଗଜେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେଇଥିଲେ।

ବିରୋଧୀଙ୍କ ସମାଲୋଚନା ଓ ଖଇରା ବଜାର ବନ୍ଦ ଡାକରାକୁ ନେଇ ଶାସକ ଦଳର ନେତା ଏବଂ ଏନଏସିରେ ଅନ୍ତର୍ଭୁକ୍ତ ହେବାକୁ ଥିବା ପଞ୍ଚାୟତଗୁଡିକର ଲୋକପ୍ରତିନିଧିମାନେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଶାଣିତ ପ୍ରହାର କରିଛନ୍ତି। ୪ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ୫ ନମ୍ବର ଜିଲା ଜୋନ ପରିଷଦ ସଭ୍ୟ ମାନସ କୁମାର ଦାଶ, ଖଇରା ସମିତିସଭ୍ୟା ନର୍ମଦା ଦେଓ, ସରପଞ୍ଚ ମାଳତୀ ସେଠୀ, ବିଜେଡି ଜିଲା ସମ୍ପାଦକ ରାଧାକାନ୍ତ ପାତ୍ର, ପ୍ରାକ୍ତନ ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ର, ବ୍ୟବସାୟ ସୁଦର୍ଶନ ମହାରଥା, ନଳିନୀ ସାହୁ, ଆରତୀ ମହାନ୍ତି, ସୁଶାନ୍ତ କୁମାର ନାୟକ ପ୍ରମୁଖ ବିରୋଧୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦେଇଥିଲେ। ୫-ଟି ସଚିବଙ୍କ ସିମୁଳିଆ ଗସ୍ତ ସମୟରେ ବିଭିନ୍ନ ସଙ୍ଗଠନ ତରଫରୁ ସିମୁଳିଆକୁ ଏନ୍‌ଏସି କରିବା ନେଇ ଦାବିପତ୍ର ପ୍ରଦାନ କରିଥିବା ବେଳେ ଖଇରାର ତଥାକଥିତ ସଙ୍ଗଠନ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଗରିବ ଖଟିକିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଆହାର କେନ୍ଦ୍ର ନିର୍ମାଣକୁ ଅଟକାଇ ରଖିଥିବା ବ୍ୟକ୍ତିମାନେ ଏନଏସି ଦାବି କରି ଯେଭଳି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ ସାଧାରଣ ଲୋକଙ୍କୁ କେତେ ଟାକ୍ସବୋଝ ପଡିବ ସେକଥା ଚିନ୍ତା କରୁନାହାନ୍ତି। ସବୁପରେ ବି ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜ୍ଞାପିତ ଅଞ୍ଚଳ ଘୋଷଣାକୁ ନେଇ ଖୁବଶୀଘ୍ର ଖୁସି ଖବର ମିଳିବ ବୋଲି ବିବୃତ୍ତି ଦେଇଥିଲେ ହେଁ ବିରୋଧୀ ଦଳ ଓ ସଙ୍ଗଠନ କେବଳ ନାଁ ନେବା ପାଇଁ ମିଥ୍ୟା ପ୍ରଚାର କରୁଥିବା କହିଛନ୍ତି। ଏଭଳି ବଜାର ବନ୍ଦକୁ ଦଳ ଦୃଢ ନିନ୍ଦା କରିବା ସହ ନିରୀହ ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ସବୁ ପ୍ରକାର ଉଦ୍ୟମ କରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri