ଖିମ୍‌ଜୀ ଜୁଏଲର୍ସର ‘ହ୍ବାଏ ନଟ୍‌ ଡାଇମଣ୍ଡ’ ଅଭିଯାନ

ଭୁବନେଶ୍ୱର,୧୭।୫: ରାଜ୍ୟର ପ୍ରମୁଖ ତଥା ସର୍ବ ପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ନୂତନ ସ୍ବତନ୍ତ୍ର ହୀରା ଗହଣା ‘ହ୍ବାଏ ନଟ୍‌ ଡାଇମଣ୍ଡ’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଉକ୍ତ ଅଭିଯାନ ଜରିଆରେ ଖିମ୍‌ଜୀ ପ୍ରତ୍ୟେକ ଗ୍ରାହକଙ୍କ ବ୍ୟକ୍ତିତ୍ୱକୁ ପାଳନ କରିବ ଏବଂ ବ୍ରାଣ୍ଡ୍‌ର ଆକର୍ଷଣୀୟ ଅଳଙ୍କାର ସଂଗ୍ରହ ଗ୍ରାହକମାନଙ୍କର ଅନନ୍ୟ ଷ୍ଟାଇଲକୁ ମଧ୍ୟ ତାହା ଦର୍ଶାଇବ ବୋଲି ଖିମ୍‌ଜୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଗ୍ରାହକମାନଙ୍କ ମଧ୍ୟରେ ଖିମ୍‌ଜୀ ହୀରା ଅଳଙ୍କାରର ଚାହିଦା ବେଶ୍‌ ଅଧିକ ରହିଛି। ଏପରିକି ହୀରା ଅଳଙ୍କାର ମହଙ୍ଗା ବୋଲି ଲୋକମାନଙ୍କ ମଧ୍ୟରେ ରହିଥିବା ଧାରଣାକୁ ବଦଳାଇବା ପାଇଁ ଆମେ ହୀରା ଅଳଙ୍କାର ଉପରେ ସ୍ବତନ୍ତ୍ର ଅଫର ନେଇ ଆସିଛୁ। ବିଶେଷକରି ଗ୍ରାହକଙ୍କ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଖିମ୍‌ଜୀ ସର୍ବଶ୍ରେଷ୍ଠ ମୂଲ୍ୟରେ ଆକର୍ଷଣୀୟ ଅଳଙ୍କାର ଉପଲବ୍ଧ କରାଇବା ସହ ଗ୍ରାହକଙ୍କୁ ଆକର୍ଷିତ କରିବା ଭଳି ସମସ୍ତ ସୁବିଧା ଯୋଗାଇ ଦେଉଛୁ। ଏପରିକି ଗ୍ରାହକମାନେ ୨୦୨୩ ମେ ୧୩ ରୁ ୩୦ ପର୍ଯ୍ୟନ୍ତ ଖିମ୍‌ଜୀ ଜୁଏଲର୍ସର ଷ୍ଟୋରକୁ ଆସି ଏହି ସ୍ବତନ୍ତ୍ର ଅଫରଗୁଡ଼ିକର ଲାଭ ଉଠାଇପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଖିମ୍‌ଜୀ ସର୍ବଶ୍ରେଷ୍ଠ ମୂଲ୍ୟରେ ସୂକ୍ଷ୍ମ କାରିଗରି ସହ ପ୍ରତ୍ୟେକ ହୀରା ଖଣ୍ଡକୁ ଆକର୍ଷଣୀୟ ଭାବେ ନିର୍ମିତ କରାଯାଇଛି। ଫଳରେ ଗ୍ରାହକମାନେ ଖିମ୍‌ଜୀର ଉକ୍ତ ସଂଗ୍ରହକୁ ଉପଭୋଗ କରିପାରିବେ ଏବଂ ସେମାନଙ୍କ ପାଇଁ ଉପଯୁକ୍ତ ହୀରା ମଧ୍ୟ ବାଛିପାରିବେ। ଏଥିସହ ଗ୍ରାହକମାନେ ସେମାନଙ୍କ ଅଳଙ୍କାର କ୍ରୟକୁ ସମ୍ପୂର୍ଣ୍ଣ ଉପଭୋଗ କରିବା ପାଇଁ ବ୍ରାଣ୍ଡ୍‌ ପ୍ରତ୍ୟେକ କ୍ରୟ ଉପରେ ମାଗଣା ବୀମାର ସୁବିଧା ମଧ୍ୟ ରଖିଛି। ଉଲ୍ଲେଖଯୋଗ୍ୟ, ଖିମ୍‌ଜୀ ଜୁଏଲର୍ସର ସ୍ବତନ୍ତ୍ର ହୀରା ଅଳଙ୍କାରର ଆକର୍ଷଣୀୟ କ୍ୟାମ୍ପେନ୍‌ର ଲାଭ ଉଠାନ୍ତୁ ଏବଂ ‘ହ୍ବାଏ ନଟ୍‌ ଡାଇମଣ୍ଡ୍‌’ କ୍ୟାମ୍ପେନ୍‌ ଏବଂ ହୀରା ଅଳଙ୍କାରର ଆକର୍ଷଣୀୟ ସଂଗ୍ରହ ବିଷୟରେ ଅଧିକ ଜାଣିବା ପାଇଁ ସେମାନଙ୍କ ନିକଟତମ ଷ୍ଟୋର ପରିଦର୍ଶନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri