ଖିମ୍‌ଜୀ ଜୁଏଲର୍ସର ଧନ୍‌ତେରସ୍‌ ଧନବର୍ଷା ସ୍କିମ୍‌ ଉନ୍ମୋଚିତ

ଭୁବନେଶ୍ୱର,୫।୧୧ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଧନ୍‌ତେରସ୍‌ର ଶୁଭ ପର୍ବରେ ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ଖିମ୍‌ଜୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ‘ଧନ୍‌ତେରସ୍‌ ଧନବର୍ଷା’ ସ୍କିମ୍‌ର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଖିମ୍‌ଜୀ ଜୁଏଲର୍ସ ତା’ର ମୂଲ୍ୟବାନ୍‌ ଗ୍ରାହକଙ୍କ ପାଇଁ ଧନ୍‌ତେରସ୍‌କୁ ଅଧିକ ସ୍ବତନ୍ତ୍ର କରିବା ନିମନ୍ତେ ଅନେକ ସୁବିଧା ଓ ରିହାତି ପ୍ରଦାନ କରୁଛି। ଏପରିକି ଖିମ୍‌ଜୀ ଜୁଏଲର୍ସ ହୀରା ଗହଣା ଉପରେ ଫ୍ଲାଟ୍‌ ୨୦% ଏବଂ ସୁନା ଅଳଙ୍କାରର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଫ୍ଲାଟ୍‌ ୪.୫% ଓ ରୁପାର ଗଢ଼ା ମୂଲ୍ୟ ଉପରେ ୨୫% ରିହାତି ଭଳି ଅନେକ ଆକର୍ଷଣୀୟ ଅଫର ଗ୍ରାହକମାନଙ୍କୁ ପ୍ରଦାନ କରୁଛି, ଏହା ବ୍ୟତୀତ ବ୍ରାଣ୍ଡ୍‌ ୯୯୯ ପ୍ୟୁରିଟିର ସୁନା ଏବଂ ରୁପା ମୁଦ୍ରା କ୍ରୟ ଉପରେ ବାଏବ୍ୟାକ୍‌ ଗ୍ୟାରେଣ୍ଟି ମଧ୍ୟ ଦେଉଛି। ଏହି ଅଫର ୨୦୨୩ ନଭେମ୍ବର ୩ ପରଠାରୁ ଓଡ଼ିଶାର ସମସ୍ତ ଖିମ୍‌ଜୀ ଜୁଏଲର୍ସ ଷ୍ଟୋରରେ ଉପଲବ୍ଧ।
ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ,ସମୃଦ୍ଧି ଏବଂ ସୌଭାଗ୍ୟ ଲାଭ କରିବା ପାଇଁ ଧନ୍‌ତେରସ୍‌ ସମୟରେ ଲୋକମାନେ ସୁନା ଏବଂ ମୂଲ୍ୟବାନ୍‌ ଧାତୁର ବିନିଯୋଗ କରନ୍ତି। ଏପରିକି ଆମର ମୂଲ୍ୟବାନ୍‌ ଗ୍ରାହକଙ୍କ ପାଇଁ ଚଳିତ ବଷର୍ର ଧନ୍‌ତେରସ୍‌କୁ ଅଧିକ ସ୍ବତନ୍ତ୍ର କରିବା ଲାଗି ଆମେ ଏ ବର୍ଷର ସବୁଠାରୁ ବଡ ଅଫର ଆଣିଛୁ। ଆମ ଗ୍ରାହକମାନଙ୍କୁ ସର୍ବୋତ୍ତମ ଅଳଙ୍କାର,ମନଲୋଭା ଅଫର ଏବଂ ନିଆରା ଶପିଂ ଅଭିଜ୍ଞତା ଯୋଗାଇବା ଜାରି ରଖିବା ପାଇଁ ଆମର ପ୍ରତିଶ୍ରୁତିର ଏହା ଏକ ଉଦାହରଣ ପାଲଟିଛି। ବିଶେଷକରି ସର୍ବୋତ୍କୃଷ୍ଟ ସେବା ଯୋଗାଇବା ପାଇଁ ଆମର ଅଦ୍ୟମ ପ୍ରୟାସକୁ ଏହା ପ୍ରତିଫଳିତ କରିବ। ଏପରିକି ଆମ ପାଖରେ ଥିବା ଆକର୍ଷଣୀୟ ଅଫର ସହ ଆମେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ଗ୍ରାହକଙ୍କ ଉପସ୍ଥିତି ଆଶା କରୁଛୁ।
ଅପରପକ୍ଷରେ ଧନ ଏବଂ ସମୃଦ୍ଧିର ପର୍ବ ଧନ୍‌ତେରସ୍‌କୁ ଖିମ୍‌ଜୀ ଜୁଏଲର୍ସର ସୂକ୍ଷ୍ମ ଅଳଙ୍କାର ସହ ପାଳନ କରିବା ହେଉଛି ଉପଯୁକ୍ତ ସୁଯୋଗ। ଖିମ୍‌ଜୀ ଜୁଏଲର୍ସରେ ରୁପା ଅଳଙ୍କାରର ବ୍ୟାପକ ସଂଗ୍ରହ ବ୍ୟତୀତ ୧୦୦% ହଲ୍‌ମାର୍କ ସୁନା, ଆଇଜିଆଇ ସାର୍ଟିଫାୟେଡ୍‌ ହୀରା ଏବଂ ପ୍ଲାଟିନମ୍‌ ଅଳଙ୍କାରର ଏକ ବିସ୍ତୃତ ସଂଗ୍ରହ ମଧ୍ୟ ଉପଲବ୍ଧ ରହିଛି। ସୂକ୍ଷ୍ମ ଡିଜାଇନ୍‌, ମନଲୋଭା କାରିଗରି ଏବଂ ଶୁଦ୍ଧତା ପାଇଁ ଜଣାଶୁଣା ଖିମ୍‌ଜୀ ଜୁଏଲର୍ସ ସୂକ୍ଷ୍ମ ଅଳଙ୍କାର କ୍ଷେତ୍ରରେ ଏକ ପ୍ରସିଦ୍ଧ ନାମ। ଜୀବନର ବିଶେଷ ମୁହୂର୍ତ୍ତକୁ ସୂକ୍ଷ୍ମ ଅଳଙ୍କାର ସହ ପାଳନ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଖିମ୍‌ଜୀ ଜୁଏଲର୍ସ ଏକ ବିଶ୍ୱସ୍ତ ଗନ୍ତବ୍ୟସ୍ଥଳ। ଗ୍ରାହକମାନେ ରାଜ୍ୟର ସମସ୍ତ ଖିମ୍‌ଜୀ ଜୁଏଲର୍ସ ଶୋ’ ରୁମ୍‌ରେ ‘ଧନ୍‌ତେରସ୍‌ ଧନବର୍ଷା’ ସ୍କିମ୍‌ ଅଧୀନରେ ପାରମ୍ପରିକ ତଥା ମଡର୍ନ ଅଳଙ୍କାର ସଂଗ୍ରହର ଆନନ୍ଦ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri