ଖିମ୍‌ଜୀ ଜୁଏଲର୍ସର ଧନ୍‌ତେରସ୍‌ ଧନବର୍ଷା ସ୍କିମ୍‌ ଉନ୍ମୋଚିତ

ଭୁବନେଶ୍ୱର,୫।୧୧ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଧନ୍‌ତେରସ୍‌ର ଶୁଭ ପର୍ବରେ ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ଖିମ୍‌ଜୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ‘ଧନ୍‌ତେରସ୍‌ ଧନବର୍ଷା’ ସ୍କିମ୍‌ର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଖିମ୍‌ଜୀ ଜୁଏଲର୍ସ ତା’ର ମୂଲ୍ୟବାନ୍‌ ଗ୍ରାହକଙ୍କ ପାଇଁ ଧନ୍‌ତେରସ୍‌କୁ ଅଧିକ ସ୍ବତନ୍ତ୍ର କରିବା ନିମନ୍ତେ ଅନେକ ସୁବିଧା ଓ ରିହାତି ପ୍ରଦାନ କରୁଛି। ଏପରିକି ଖିମ୍‌ଜୀ ଜୁଏଲର୍ସ ହୀରା ଗହଣା ଉପରେ ଫ୍ଲାଟ୍‌ ୨୦% ଏବଂ ସୁନା ଅଳଙ୍କାରର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଫ୍ଲାଟ୍‌ ୪.୫% ଓ ରୁପାର ଗଢ଼ା ମୂଲ୍ୟ ଉପରେ ୨୫% ରିହାତି ଭଳି ଅନେକ ଆକର୍ଷଣୀୟ ଅଫର ଗ୍ରାହକମାନଙ୍କୁ ପ୍ରଦାନ କରୁଛି, ଏହା ବ୍ୟତୀତ ବ୍ରାଣ୍ଡ୍‌ ୯୯୯ ପ୍ୟୁରିଟିର ସୁନା ଏବଂ ରୁପା ମୁଦ୍ରା କ୍ରୟ ଉପରେ ବାଏବ୍ୟାକ୍‌ ଗ୍ୟାରେଣ୍ଟି ମଧ୍ୟ ଦେଉଛି। ଏହି ଅଫର ୨୦୨୩ ନଭେମ୍ବର ୩ ପରଠାରୁ ଓଡ଼ିଶାର ସମସ୍ତ ଖିମ୍‌ଜୀ ଜୁଏଲର୍ସ ଷ୍ଟୋରରେ ଉପଲବ୍ଧ।
ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ,ସମୃଦ୍ଧି ଏବଂ ସୌଭାଗ୍ୟ ଲାଭ କରିବା ପାଇଁ ଧନ୍‌ତେରସ୍‌ ସମୟରେ ଲୋକମାନେ ସୁନା ଏବଂ ମୂଲ୍ୟବାନ୍‌ ଧାତୁର ବିନିଯୋଗ କରନ୍ତି। ଏପରିକି ଆମର ମୂଲ୍ୟବାନ୍‌ ଗ୍ରାହକଙ୍କ ପାଇଁ ଚଳିତ ବଷର୍ର ଧନ୍‌ତେରସ୍‌କୁ ଅଧିକ ସ୍ବତନ୍ତ୍ର କରିବା ଲାଗି ଆମେ ଏ ବର୍ଷର ସବୁଠାରୁ ବଡ ଅଫର ଆଣିଛୁ। ଆମ ଗ୍ରାହକମାନଙ୍କୁ ସର୍ବୋତ୍ତମ ଅଳଙ୍କାର,ମନଲୋଭା ଅଫର ଏବଂ ନିଆରା ଶପିଂ ଅଭିଜ୍ଞତା ଯୋଗାଇବା ଜାରି ରଖିବା ପାଇଁ ଆମର ପ୍ରତିଶ୍ରୁତିର ଏହା ଏକ ଉଦାହରଣ ପାଲଟିଛି। ବିଶେଷକରି ସର୍ବୋତ୍କୃଷ୍ଟ ସେବା ଯୋଗାଇବା ପାଇଁ ଆମର ଅଦ୍ୟମ ପ୍ରୟାସକୁ ଏହା ପ୍ରତିଫଳିତ କରିବ। ଏପରିକି ଆମ ପାଖରେ ଥିବା ଆକର୍ଷଣୀୟ ଅଫର ସହ ଆମେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ଗ୍ରାହକଙ୍କ ଉପସ୍ଥିତି ଆଶା କରୁଛୁ।
ଅପରପକ୍ଷରେ ଧନ ଏବଂ ସମୃଦ୍ଧିର ପର୍ବ ଧନ୍‌ତେରସ୍‌କୁ ଖିମ୍‌ଜୀ ଜୁଏଲର୍ସର ସୂକ୍ଷ୍ମ ଅଳଙ୍କାର ସହ ପାଳନ କରିବା ହେଉଛି ଉପଯୁକ୍ତ ସୁଯୋଗ। ଖିମ୍‌ଜୀ ଜୁଏଲର୍ସରେ ରୁପା ଅଳଙ୍କାରର ବ୍ୟାପକ ସଂଗ୍ରହ ବ୍ୟତୀତ ୧୦୦% ହଲ୍‌ମାର୍କ ସୁନା, ଆଇଜିଆଇ ସାର୍ଟିଫାୟେଡ୍‌ ହୀରା ଏବଂ ପ୍ଲାଟିନମ୍‌ ଅଳଙ୍କାରର ଏକ ବିସ୍ତୃତ ସଂଗ୍ରହ ମଧ୍ୟ ଉପଲବ୍ଧ ରହିଛି। ସୂକ୍ଷ୍ମ ଡିଜାଇନ୍‌, ମନଲୋଭା କାରିଗରି ଏବଂ ଶୁଦ୍ଧତା ପାଇଁ ଜଣାଶୁଣା ଖିମ୍‌ଜୀ ଜୁଏଲର୍ସ ସୂକ୍ଷ୍ମ ଅଳଙ୍କାର କ୍ଷେତ୍ରରେ ଏକ ପ୍ରସିଦ୍ଧ ନାମ। ଜୀବନର ବିଶେଷ ମୁହୂର୍ତ୍ତକୁ ସୂକ୍ଷ୍ମ ଅଳଙ୍କାର ସହ ପାଳନ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଖିମ୍‌ଜୀ ଜୁଏଲର୍ସ ଏକ ବିଶ୍ୱସ୍ତ ଗନ୍ତବ୍ୟସ୍ଥଳ। ଗ୍ରାହକମାନେ ରାଜ୍ୟର ସମସ୍ତ ଖିମ୍‌ଜୀ ଜୁଏଲର୍ସ ଶୋ’ ରୁମ୍‌ରେ ‘ଧନ୍‌ତେରସ୍‌ ଧନବର୍ଷା’ ସ୍କିମ୍‌ ଅଧୀନରେ ପାରମ୍ପରିକ ତଥା ମଡର୍ନ ଅଳଙ୍କାର ସଂଗ୍ରହର ଆନନ୍ଦ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri