ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି।ବିଭିନ୍ନ ପଦପଦବୀ ପାଇଁ ସମୁଦାୟ ୨୩ ଛାତ୍ରୀଛାତ୍ର ସେମାନଙ୍କ ନାମାଙ୍କନ ଦାଖଲ କରିଥିବା ବେଳେ ଯାଞ୍ଚ ପରେ ସମସ୍ତ ପ୍ରାର୍ଥିପତ୍ର ଗୁଡ଼ିକୁ ବୈଧ ଘୋଷିତ କରାଯାଇଥିଲା।ଶନିବାର ନିର୍ଦ୍ଧାରତ ସମୟ ସୁଦ୍ଧା କେହି ଜଣେ ହେଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନଥିବାରୁ ନିର୍ବାଚନ ମଇଦାନ ରେ ୧୪ ପ୍ରାର୍ଥି ଙ୍କ ମଧ୍ୟରେ ଦ୍ଵି- ମୁଖି ପ୍ରତିଦ୍ବନ୍ଦିତା ନିଶ୍ଚିତ ବୋଲି ଜଣାପଡିଛି।ଏନେଇ ଅପରାହ୍ନରେ କଲେଜ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।ବୈଧ ପ୍ରାର୍ଥି ଙ୍କ ମଧ୍ୟରେ ସଭାପତି ପଦବୀ ପାଇଁ ରାଜେନ୍ଦ୍ର ସେଠୀ, ଡି.ସଞ୍ଜୀବ କୁମାର ଦୋରା,ଉପସଭାପତି ପଦବୀ ପାଇଁ ଇସାନ୍ ନାୟକ,ରାଧାରାଣୀ ପାଣିଗ୍ରାହୀ,ସମ୍ପାଦକ – କଇଫସ ମାଝୀ,ରାହୁଲ ବିଷୋୟୀ,ସହ – ସମ୍ପାଦକ ପାଇଁ ଟୁକୁନା ଶବର, ଅନିଲ ସେଠୀ,କ୍ରୀଡା ସମ୍ପାଦକ ପାଇଁ ସୁବ୍ରତ କୁମାର ପାଣିଗ୍ରାହୀ, ବି.ବାଲାଜୀ ରେଡ୍ଡୀ, ଡିଏସଏ ସମ୍ପାଦକ ପାଇଁ ସୁଧାଂଶୁ ଗୌଡ଼,ଏସ.ନିଶା ଦୋରା,ଗାର୍ଲ୍ସ କମନ୍ ରୁମ୍ ସମ୍ପାଦକ ପଦବୀ ପାଇଁ ପ୍ରିୟଙ୍କା ପ୍ରଧାନ ଏବଂ ଟି. ଦିଲ୍ଲୀପା ଦୋରା ଙ୍କ ମଧ୍ୟରେ ସିଧାସଳଖ ଦ୍ଵି – ମୁଖି ପ୍ରତିଦ୍ବନ୍ଦିତା ହେବ ବୋଲି ଜଣାପଡିଛି।ସେହିପରି କ୍ରୀଡା ସହ – ସମ୍ପାଦକ ପାଇଁ ନିକୁନ୍ ଗୌଡ଼, ନାଟ୍ୟ ସଂସଦ ସମ୍ପାଦକ ପାଇଁ ବରୁଣ ସେଠୀ,ନାଟ୍ୟ ସହ ସମ୍ପାଦକ ପାଇଁ ଜି.ମୋନାଲିସା ଦୋରା, ଡିଏସଏ ସହ – ସମ୍ପାଦକ ପାଇଁ ସୁମିତ୍ ବିଷୋୟୀ,ଯୁକ୍ତ ୩ ପ୍ରଥମବର୍ଷ କଳା ପାଇଁ ଶ୍ରେଣୀ ପ୍ରତିନିଧି ପାଇଁ ଏମ.ରାଜେଶ ପାତ୍ର,ଯୁକ୍ତ ୩ ଦ୍ଵିତୀୟ ବର୍ଷ ଶ୍ରେଣୀ ପ୍ରତିନିଧି ପାଇଁ ବାଦଲ ପାଢ଼ୀ,ଯୁକ୍ତ ୩ ବିଜ୍ଞାନ ବିଭାଗ ଶ୍ରେଣୀ ପ୍ରତିନିଧି ପାଇଁ ରାଜେଶ ପାଇକ,ଏସଏସଜି ସମ୍ପାଦକ ପାଇଁ ବିକାଶ କୁମାର ଜେନା ଏବଂ ବାଳକ କମନରୁମ୍ ସମ୍ପାଦକ ପଦବୀ ପାଇଁ ଆର. ରୁଦ୍ର ପାତ୍ର କେବଳ ଜଣେ ଲେଖାଏଁ ପ୍ରାର୍ଥୀ ଙ୍କ ପ୍ରାର୍ଥୀ ପତ୍ର କାଏମ ରହିଥିବାରୁ ସେମାନେ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା କୁ ବାକି ଅଛି।ଆସନ୍ତା ଗୁରୁବାର କଲେଜ କ୍ୟାମ୍ପସ ରେ ‘ମୁଁ କାହିଁକି ଠିଆ ହୋଇଛି ‘ ସଭା ଅନୁଷ୍ଠିତ କରାଯିବ ବୋଲି ଛାତ୍ର ସଂସଦ ନିର୍ବାଚନ ଆବାହକ ତଥା ଅଧ୍ୟାପକ ଡ଼. ସନ୍ତୋଷ କୁମାର ସାହୁ କହିଛନ୍ତି।ଶୁକ୍ରବାର ସକାଳ ୮ ଟାରୁ ଅପରାହ୍ନ ୨ଟା ଯାଏଁ ଛାତ୍ରୀଛାତ୍ର ବୃନ୍ଦ ମତଦାନ କରିବା ପରେ ସନ୍ଧ୍ୟାସୁଦ୍ଧା ଫଳାଫଳ ଘୋଷଣା କରାଯିବ। ଛାତ୍ରୀଛାତ୍ର ବୃନ୍ଦ ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବା ପାଇଁ କଲେଜ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡଙ୍ଗୀ ପରାମର୍ଶ ଦେଇଛନ୍ତି। ଶନିବାର ପୂର୍ବାହ୍ନ ୧୧ ଟାରେ ନବନିର୍ବାଚିତ ଛାତ୍ର ପ୍ରତିନିଧି ବୃନ୍ଦ ଶପଥ ଗ୍ରହଣ କରିବେ ବୋଲି ସେ ଜଣାଇଛନ୍ତି।