Categories: ଖେଳ

ଖେଳରନତ୍ ପୁରସ୍କାର କମିଟି ଗଠିତ

ନୂଆଦିଲ୍ଲୀ, ୪ା୧୨(ପି.ଟି.): ମେଜର ଧ୍ୟାନଚାନ୍ଦ ଖେଳରନତ୍, ଅର୍ଜୁନ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଚୟନ କମିଟି ଗଠନ କରାଯାଇଥିବା କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ରବିବାର ଘୋଷଣା କରାଯାଇଛି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଏଏମ୍‌ ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ସଦସ୍ୟ ସଂଖ୍ୟା ୧୨ ରହିଛି। ତନ୍ମଧ୍ୟରେ ୬ଜଣ ଜଣାଶୁଣା କ୍ରୀଡ଼ା ବ୍ୟକ୍ତିତ୍ୱ ଅଛନ୍ତି। ସେମାନେ ହେଲେ ଭାରତର ପୂର୍ବତନ ହକି ଅଧିନାୟକ ଧନରାଜ ପିଲ୍ଲେ, ଅଲିମ୍ପିଆନ ବକ୍ସର ଅଖିଲ କୁମାର, ଶୁଟର ଶୁମା ଶିରୁର୍‌, ଟେବୁଲ ଟେନିସ ଫେଡେରେଶନ ଅଫ୍‌ ଇଣ୍ଡିଆ ତରଫରୁ ପ୍ରତିନିଧିତ୍ୱ କରୁଥିବା ୮ ଥର ଜାତୀୟ ଟେବୁଲ ଟେନିସ ଚାମ୍ପିୟନ କମଳେଶ ମେହେଟା। ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଅଧିନାୟିକା ଅଞ୍ଜୁମ ଚୋପ୍ରା ଏବଂ ମିଶନ ଅଲିମ୍ପିକ ସେଲ ଓ ଫାର୍ମାନ ବାଶା ଅଫ୍‌ ପାଓ୍ବାର ଲିଫ୍ଟିଂ ଫେଡେରେଶନର ଅଂଶ ବିଶେଷ ଥିବା ବ୍ୟାଡ୍‌ମିଣ୍ଟନ ଖେଳାଳି ତ୍ରୁପତି ମୁରୁଗୁଣ୍ଡେ ମଧ୍ୟ କମିଟିର ସଦସ୍ୟ ରହିଛନ୍ତି। ମିଡିଆ ପ୍ରତିନିଧି ଭାବେ ଦୈନିକ ଜାଗରଣର ସ୍ପୋଟର୍‌ସ ଏଡିଟର ଅଭିଷେକ ତ୍ରିପାଠୀ, ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ, ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ର ସିଇଓ ପୁଷ୍ପେନ୍ଦ୍ର ଗର୍ଗ ଏବଂ ସରକାରୀ ଅଫସିଆଲ ଭାବେ ଯୁଗ୍ମ ସଚିବ (ଏମ୍‌ଓ୍ବାଇଏଏସ୍‌) ପ୍ରେମ୍‌ କୁମାର ଝା ଏହି କମିଟିରେ ସ୍ଥାନ ପାଇଛନ୍ତି।

Share