Categories: ଖେଳ

ରୋହିତ ଶର୍ମାଙ୍କ ସମେତ ୫ ଜଣଙ୍କୁ ଖେଳରତ୍ନ, ଦୂତୀଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଚଳିତ ବର୍ଷ ପାଇଁ ଜାତୀୟ କ୍ରୀଡା ପୁରସ୍କାର ଘୋଷଣା କରାଯାଇଛି। ଆଥଲେଟ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦୂତୀ ଚାନ୍ଦଙ୍କ ସହ ୨୭ ଜଣ ଖେଳାଳି ଅର୍ଜୁନ ପୁରସ୍କାର ପାଇବେ। ସେହିପରି ୫ କ୍ରୀଡାବିତ୍‌ ପାଇବେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର। ଭାରତର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ସମେତ ପାରା ଆଥଲେଟ ଟି. ମରିୟାପ୍ପାନ, ଟେବୁଲ ଟେନିସ ତାରକା ମନିକା ବାତ୍ରା, ମହିଳା ରେସଲର୍‌ ଭିନେଶ ଫୋଗଟ ଏବଂ ଭାରତୀୟ ମହିଳା ହକି ଦଳର କ୍ୟାପଟେନ ରାଣୀ ରାମପଲଙ୍କୁ ମିଳିବ ଖେଳରତ୍ନ ପୁରସ୍କାର। ଏ ନେଇ ଶୁକ୍ରବାର କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

Share