ଖବରରେ ଖେଡ୍‌କର

ୟୁପିଏସ୍‌ସି ଠକେଇଠାରୁ ଆରମ୍ଭକରି ଅପହରଣ ଅଭିଯୋଗ ପର୍ଯ୍ୟନ୍ତ ପୂଜା ଖେଡ୍‌କରଙ୍କ କାହାଣୀ ଏକ ଦୁଃଖସୁଖପୂର୍ଣ୍ଣ ନାଟକ ହୋଇଯାଇଛି। ଠକେଇ କଥା ଜନମାନସରୁ ଅପସରି ଯାଉଥିବାବେଳେ ପୁନର୍ବାର ଏକ ନୂଆ ଘଟଣା ଖବରର ଶିରୋନାମା ହୋଇଛି। ନିକଟରେ ନଭି ମୁମ୍ବାଇର ଏକ ରାସ୍ତାରେ ଗୋଟିଏ ସିମେଣ୍ଟ ମିକ୍ସର ଟ୍ରକର ହେଲ୍‌ପର ନିଖୋଜ ହେବା ଘଟଣା ପୂଜା ଖେଡ୍‌କରଙ୍କୁ ବିବାଦୀୟ କରିଛି। ପୂଜା ଅଟୋମୋବାଇଲ ନାମରେ ପଞ୍ଜୀକୃତ ପୁଣେର ଏକ ବଙ୍ଗଳାରୁ ଅପହୃତ ହେଲପରଙ୍କୁ ଉଦ୍ଧାର କରାଯାଇଥିଲା, ଯାହା ସହ ଖେଡ୍‌କରଙ୍କ ସମ୍ପର୍କ ରହିଥିବା କୁହାଯାଉଛି। ଏହାସହ ତାଙ୍କ ମା’ ପୋଲିସକୁ ଘରେ ପୂରାଇ ଦେଇ ନ ଥିବାରୁ ଘଟଣା ଆହୁରି ଜଟିଳ ହୋଇଯାଇଥିବା ଜଣାପଡ଼ିଛି। ତେବେ ଅପହରଣକାରୀଙ୍କ ପରିଚୟ ମିଳି ନ ଥିବାରୁ ପୋଲିସ ଏକ ଏଫ୍‌ଆଇଆର୍‌ ଦାୟର କରି ଅପହରଣ ଘଟଣାର ତଦନ୍ତ ଚାଲୁରଖିଛି। ଖେଡ୍‌କର ଏଭଳି ବିବାଦୀୟ ହେବା କିଛି ନୂଆ କଥା ନୁହେଁ। ପୂର୍ବରୁ ସେ ୟୁପିଏସ୍‌ସି ପରୀକ୍ଷାରେ ନକଲି ଓବିସି ଓ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେଇ ଆଇଏଏସ ପାଇଁ ପ୍ରୋଭିଜନାଲ ଚୟନ ହେବା ପରେ ତାଙ୍କୁ ବରଖାସ୍ତ କରାଯାଇଥିଲା। ତେବେ ଖେଡ୍‌କର ଅପହରଣ ଯୋଜନା କରିଥିଲେ କି ନାହିଁ ସେ ସମ୍ପର୍କରେ ଏଯାବତ ପ୍ରମାଣ ମିଳିନାହିଁ। ଜଣେ ପବ୍ଲିକ ସର୍ଭିସ ଆଶାୟୀ କିଭଳି ସାର୍ବଜନୀନ ସ୍ତରରେ ବିବାଦୀୟ ହୋଇପାରନ୍ତି ତାହା ଏହି ଅଧ୍ୟାୟରୁ ସ୍ପଷ୍ଟ ହୁଏ। ଏହି ଅପହରଣ ଘଟଣାରେ ପୋଲିସର ପଦକ୍ଷେପ, ସମ୍ପତ୍ତିର ମାଲିକାନା ଏବଂ ରାଜନୈତିକ କିମ୍ବା ସାମାଜିକ ସମ୍ପର୍କକୁ ବିଚାରକୁ ନେଲେ ସାମ୍ନାକୁ ଆସିଥିବା ୟୁପିଏସ୍‌ସି ଠକେଇଠାରୁ ଏହା ଅଧିକ ମନେ ହେଉଛି।
ଖୋଲା କର୍ତ୍ତବ୍ୟ ଭବନ
ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟର ନୂଆ କର୍ତ୍ତବ୍ୟ ଭବନ-୩କୁ ନେଇ ନିର୍ଦ୍ଦିଷ୍ଟ ବର୍ଗର ବାବୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ ସର୍ଭିସ( ସିଏସ୍‌ଏସ୍‌) ଫୋରମ୍‌ର ୧୩,୦୦୦ରୁ ଊର୍ଦ୍ଧ୍ୱ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏବଂ ଗୃହନିର୍ମାଣ ଓ ସହର ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଛନ୍ତି ଯେ, ଅଫିସ୍‌ ପାଇଁ ନୂଆ ଭବନରେ ଆବଣ୍ଟିତ ସ୍ଥାନ ସରକାରଙ୍କ ୨୦୧୭ ନିମୟକୁ ପାଳନ କରୁନାହିଁ। ଏହି ନିିୟମରେ ଡେପୁଟି ସେକ୍ରେଟାରି ଓ ଡାଇରେକ୍ଟର ପାଇଁ ୨୪୦ ବର୍ଗଫୁଟ, ଅଣ୍ଡର୍‌ ସେକ୍ରେଟାରିଙ୍କ ପାଇଁ ୧୨୦ ବର୍ଗପୁଟ. ସେକ୍ସନ ଅଫିସରଙ୍କ ପାଇଁ ୬୦ ବର୍ଗଫୁଟ ଏବଂ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ପାଇଁ ୪୦ ବର୍ଗଫୁଟ ସ୍ଥାନ ନିଶ୍ଚିତ କରାଯାଇଛି। କିନ୍ତୁ ଏହା ପରିବର୍ତ୍ତେ ଛୋଟ ଛୋଟ ଭାଗରେ ବିଭକ୍ତ ବିରାଟ ଖୋଲା ହଲ୍‌ରେ ଅଧିକାରୀମାନଙ୍କୁ ଅଧିକ ସଂଖ୍ୟାରେ ବସିବାର ବ୍ୟବସ୍ଥା କରାଯାଇଛି। ଏପରିକି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭଳି ସମ୍ବେଦନଶୀଳ ମନ୍ତ୍ରଣାଳୟଗୁଡ଼ିକୁ ମଧ୍ୟ ସ୍ବତନ୍ତ୍ର ଭାବେ ସ୍ଥାନ ଦିଆଯାଇନାହିଁ। ସରକାରଙ୍କ ଯୁକ୍ତି ହେଉଛି, ଓପନ୍‌ ପ୍ଲାନ୍‌ ଅଫିସ ଆଧୁନିକତା, ନିରନ୍ତରତା ଓ ଦକ୍ଷତାକୁ ପ୍ରତିପାଦିତ କରେ। ବାବୁମାନେ ଯୁକ୍ତି କରନ୍ତି , ସେମାନେ ଶେୟାର ବଜାର ଟିପ୍ସ ଦେବାକୁ ବସୁ ନାହାନ୍ତି, ବରଂ ସେମାନେ ଭିଜିଲାନ୍ସ ବିଷୟ, କୋର୍ଟ କେସ୍‌ ଏବଂ ଗୋପନୀୟ ଫାଇଲ କାମ କରିବାକୁ ଆସିଛନ୍ତି। ବିଶ୍ୱସ୍ତରୀୟ ଗବେଷଣାଗୁଡ଼ିକ ବାରମ୍ବାର ସ୍ପଷ୍ଟ କରିଛି ଯେ, ଖୋଲା ଅଫିସ ଆକର୍ଷଣୀୟ ଦେଖାଗଲେ ମଧ୍ୟ ତାହା ଉତ୍ପାଦକତା ହ୍ରାସ କରେ, ଏକାଗ୍ରତାରେ ବାଧା ଆଣେ ଏବଂ କୋଳାହଳ ସ୍ଥିତି ସୃଷ୍ଟି କରେ, ତଥ୍ୟ ପ୍ରଘଟ ହେବାର ଆଶଙ୍କା ରହିଥାଏ। ତେବେ ସରକାର ନିଜେ ଅଧିକାରୀଙ୍କ ପାଇଁ ସ୍ଥାନ ନିଶ୍ଚିତ କରିଥିବାବେଳେ ଏକ ଆଖିଦୃର୍ଶିଆ ପ୍ରୋଜେକ୍ଟରେ କାହିଁକି ତାହାକୁ ଅଣଦେଖା କରିଛନ୍ତି?
ଅପାରଦର୍ଶୀ ନୀତି
ଶୀର୍ଷ ପଦବୀରେ ରହୁଥିବା ବାବୁମାନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ କେନ୍ଦ୍ର ଗୋଟିଏ ସପ୍ତାହରେ ସମ୍ପୂର୍ଣ୍ଣ ମନା କରୁଥିବାବେଳେ ପର ସପ୍ତାହରେ ଠିକ୍‌ ଅଛି ଓ ଆଗକୁ ବଢ଼ ବୋଲି କହୁଛି। ଝାଡ଼ଖଣ୍ଡ ଏହାର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅନୁରାଗ ଗୁପ୍ତାଙ୍କୁ ଏପ୍ରିଲ ୩୦ ପରେ ରଖିବା ପାଇଁ କରିଥିବା ଆବେଦନକୁ କେନ୍ଦ୍ର ଖାରଜ କରିଦେଇଥିଲା। ସେହିଭଳି ଡିଜିପି ପ୍ରଶାନ୍ତ କୁମାରଙ୍କୁ ରଖିବା ଲାଗି ଉତ୍ତରପ୍ରଦେଶର ଅନୁରୋଧକୁ ଅସ୍ବୀକାର କରିଥିଲା। ଉତ୍ତରପ୍ରଦେଶ ତାହାର ମୁଖ୍ୟଶାସନ ସଚିବ ମନୋଜ କୁମାର ସିଂଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କରିଥିବା ଆବେଦନକୁ ଡିଓପିଟି ରଦ୍ଦ କରିବା ପରେ ବିହାର ତାହାର ମୁଖ୍ୟ ଶାସନ ସଚିବ ଅମ୍ରିତ ଲାଲ୍‌ ମୀନାଙ୍କୁ ଅଧିକ ଦିନ ରଖିବାକୁ ଚାହିଁଥିଲେ ବି ମନା କରିଦେଇଥିଲା। କିନ୍ତୁ ପରେ ମଧ୍ୟପ୍ରଦେଶରେ ଅନୁରାଗ ଜୈନଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଆଉ ବର୍ଷେ ଏବଂ ତେଲଙ୍ଗାନାର ମୁଖ୍ୟ ଶାସନ ସଚିବ କେ. ରାମକୃଷ୍ଣ ରାଓଙ୍କ କାର୍ଯ୍ୟକାଳ ୭ମାସ ବୃଦ୍ଧି କରିବା ପାଇଁ ଅନୁମତି ଦିଆଗଲା। ମହାରାଷ୍ଟ୍ରରେ ରାଜେଶ କୁମାରଙ୍କ କାର୍ଯ୍ୟକାଳ ୩ ମାସ ବଢ଼ାଗଲା। ବିଶେଷଜ୍ଞଙ୍କ ମତରେ ଏହା ଏକ ଅପାରଦର୍ଶୀ ନୀତି। କେଉଁ ନିୟମରେ କ’ଣ କରାଯିବ ତାହାର ଠିକ୍‌ ମାନଦଣ୍ଡ ସରକାର ପ୍ରକାଶ କରୁନାହାନ୍ତି। ପ୍ରକ୍ରିୟା ଓ ପଦାନୁକ୍ରମକୁ ନେଇ ଗର୍ବ କରୁଥିବା ଏକ ବ୍ୟବସ୍ଥାରେ ଭାବନାରେ ଅଚାନକ ପରିବର୍ତ୍ତନ ହେବା ଭଳି ଦେଖାଯାଉଛି। ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ଭଳି ବରିଷ୍ଠ ଅଧିକାରୀମାନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଜୁଆ ଚକ୍ର ଭଳି ନିୟନ୍ତ୍ରଣ କରାଯାଉଥିବାରୁ ଏହା ଉତ୍ତରାଧିକାର ଯୋଜନାକୁ ବିଗାଡ଼ି ଦେଉଛି ଏବଂ ରାଜ୍ୟ ସରକାରଗୁଡ଼ିକୁ କଠିନ ସ୍ଥିତିରେ ପକାଉଛି। ସତ ହୋଇ ନ ପାରେ, କିନ୍ତୁ କଥା ଉଠୁଛି ଯେ, କେନ୍ଦ୍ର ତା’ ସପକ୍ଷରେ ଥିବା ରାଜ୍ୟ ପାଇଁ କାମ କରୁଛି। ଏହା ମଧ୍ୟ ଏକ ବାର୍ତ୍ତା ଦେଉଛି ଯେ, ପାଗ ଦେଖି ନିୟମର ପରିବର୍ତ୍ତନ କରାଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri