ରାପର ଡିନୋ ଜେମ୍ସ ଜିତିଲେ ‘ଖତରୋ କେ ଖିଲାଡି’ ଶୋ’

ବମ୍ବେ: କଲର୍ସ ଚ୍ୟାନେଲରେ ପ୍ରସାରିତ ଆଡଭେଞ୍ଚର ରିଆଲିଟି ଶୋ’ ‘ଖତରୋ କେ ଖିଲାଡି ସିଜନ ୧୩’କୁ ମିଳିଛି ବିଜେତା। ରାପର ଡିନୋ ଜେମ୍ସ ଶୋ’କୁ ଜିତି ଟ୍ରଫି ନିଜ ନାମରେ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଶୋ’ ଶୁଟିଂ ହୋଇଥିବା ବେଳେ ଡିନୋ ପ୍ରଥମରୁ ହିଁ ଭଲ ପ୍ରଦର୍ଶନ କରି ଆସୁଥିଲେ। ତାଙ୍କ ସହ ଶୀର୍ଷ ୩ରେ ଐଶ୍ୱର୍ଯ୍ୟା ଶର୍ମା ଏବଂ ଅର୍ଜିତ ତନେଜା ମଧ୍ୟ ପହଞ୍ଚିଥିଲେ। ହେଲେ ଷ୍ଟଣ୍ଟ ସମୟରେ ଆହତ ହେବା କାରଣରୁ ଐଶ୍ୱର୍ଯ୍ୟା ବାଦ ପଡ଼ିଥିଲେ। ଶେଷରେ ଡିନୋ ନିଜର ବନ୍ଧୁ ଅର୍ଜିତଙ୍କୁ ହରାଇ ବିଜତା ହୋଇଛନ୍ତି।

‘ଖତରୋ କେ ଖିଲାଡି ସିଜନ ୧୩’ରେ ପ୍ରାୟ ୧୩ ପ୍ରତିଯୋଗୀ ସାମିଲ ହୋଇଥିଲେ। ପ୍ରତିଯୋଗୀଙ୍କ ମଧ୍ୟରେ ବିଗ୍‌ ବସ୍‌ ଫେମ୍‌ ଶିବ ଠାକ୍‌ରେ,ଅର୍ଚ୍ଚନା ଗୌତମ, ରୁହି ଚର୍ତୁବେଦୀ, ଅଞ୍ଜୁମ ଫକିହ, ଅର୍ଜିତ ତନେଜା, ରଶ୍ମିତ କୌର, ସାଉଣ୍ଡ୍ସ ମୌଫକୀର, ହେଲି ଶାହା, ରୋହିତ ରୟ, ଡିନୋ ଜେମ୍ସ, ଶ୍ରୀଜାନ ଖାନ୍‌, ଐଶ୍ୱର୍ଯ୍ୟା ଶର୍ମା, ନାୟରା ବାନାର୍ଜୀ ପ୍ରମୁଖ ସାମିଲ ଥିଲେ। ପ୍ରଶଂସକମାନେ ଶିବ ଠାକରେ ଜିତିବେ ବୋଲି ଭାବୁଥିଲେ। ହେଲେ ସେ ଶ୍ରେଷ୍ଠ ୩ରେ ନିଜ ସ୍ଥାନ ପାଇ ନ ଥିଲେ।

Share