ଖରିଫ ଧାନ ମଣ୍ଡି ଉଦ୍‌ଘାଟିତ

କୋକସରା,୨୯।୧୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ୨୫ତାରିଖରୁ ମଣ୍ଡି ଆରମ୍ଭ ହୋଇଛି। ଇତିମଧ୍ୟରେ ମଙ୍ଗଳବାର କୋକସରା ବ୍ଲକ ସଦର ଧାନ ମଣ୍ଡିକୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ଦେବବ୍ରତ କରାଟି, ଯୋଗାଣ ଅଧିକାରୀ ଉଦ୍‌ଘାଟନ କରିଥିଲେ। ଏହି ସମୟରେ ମିଲ ମାଲିକ, କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକଙ୍କ ସମେତ ଚାଷୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଚାଷୀମାନେ ବ୍ଲକ ଉପାଧ୍ୟକ୍ଷ ତହସିଲଦାର ଓ ମିଲ ମାଲିକଙ୍କୁ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମଣ୍ଡିରେ ବ୍ୟବସ୍ଥିତ ଭାବେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି। ମିଲର୍ସମାନେ ମଧ୍ୟ ସେମାନଙ୍କୁ ସବୁ ଦୃଷ୍ଟିରୁ ସହଯୋଗ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଜି ପ୍ରଥମ ଦିନରେ ୫ଜଣ ଚାଷୀଙ୍କ ଧାନ କ୍ରୟ କରାଯିବା ନେଇ ପେକ୍ସ ସମ୍ପାଦକ ସୂଚନା ଦେଇଛନ୍ତି।