ବର୍ଷାଭାବରୁ ଖରିଫ ଧାନ ଚାଷ କାର୍ଯ୍ୟ ବ୍ୟାହତ

ବ୍ରହ୍ମପୁର ଅଫିସ,୬ା୮: କୃଷି ବହୁଳ ଗଞ୍ଜାମ ଜିଲାରେ ଚଳିତ ବର୍ଷର ଖରିଫ ଧାନଚାଷ ଆରମ୍ଭରୁ ଉଦବେଗଜନକ ହୋଇଛି। ନିଅଣ୍ଟିଆ ବର୍ଷା ସାଙ୍ଗକୁ ବିପର୍ଯ୍ୟସ୍ତ ସେଚ ବ୍ୟବସ୍ଥା ଯୋଗୁ ତଳି ପୋଡ଼ି ଓ ଗଜା ମରୁଡ଼ି ଲକ୍ଷ ଲକ୍ଷ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଧାରା ଶ୍ରାବଣରେ ମଧ୍ୟ ବର୍ଷାଭାବ କୃଷି କାର୍ଯ୍ୟରେ ସାଂଘାତିକ ସ୍ଥିତି ଦେଖାଦେଇଛି। ଜିଲାର ୨୨ଟି ଯାକ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଥିବା ବେଳେ କୃଷି ବିଭାଗ ପକ୍ଷରୁ ଭିନ୍ନ ତଥ୍ୟ ଦିଆଯାଇଛି। ଅଗଷ୍ଟରେ ଯଦି ଆବଶ୍ୟକ ମୁତାବକ ବର୍ଷା ଓ ଲଘୁଚାପ ସୃଷ୍ଟି ନ ହୁଏ ତେବେ ମରୁଡ଼ି ସୁନିଶ୍ଚିତ ବୋଲି ବିଭିନ୍ନ ସ୍ଥାନର ଚାଷୀ ଓ କୃଷକ ସଂଗଠନ ଗୁଡିକ ମତ ପ୍ରକାଶ କରିଛନ୍ତି।
ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ସେଚ ବ୍ୟବସ୍ଥା ଥିବା ଜମିଗୁଡ଼ିକ ଅନାବୃଷ୍ଟି ସତ୍ତ୍ୱେ ଠିକ୍‌ ଅଛି। ଉଚ୍ଚା ଜମି ଗୁଡ଼ିକରେ ସମସ୍ୟା ଦେଖାଦେଇଛି। ତେବେ ଛତ୍ରପୁର, ବେଗୁନିଆପଡ଼ା, ଗଞ୍ଜାମ, ରଙ୍ଗେଇଲୁଣ୍ଡା, ଚିକିଟି, କୁକୁଡ଼ାଖଣ୍ଡି, ଶେରଗଡ଼ ଓ ପୁରୁଷୋତ୍ତମପୁର ବ୍ଲକ ଅବସ୍ଥା ସଙ୍ଗୀନ ହୋଇଛି। ବ୍ୟାପକ କ୍ଷତି ନ ଘଟି ଆଂଶିକ କ୍ଷତି ହେବାର ଅନୁମାନ କରାଯାଇଛି। ଦିଗପହଣ୍ଡି ସମେତ ଆଉ କେତେକ ବ୍ଲକରେ ସ୍ଥିତି ଅନୁଧ୍ୟାନ କରାଯାଇ ସରକାରଙ୍କୁ ରିପୋର୍ଟ ଦାଖଲ କରାଯାଇଛି। ଅପରପକ୍ଷରେ ପାଣିପାଗ କେନ୍ଦ୍ରର ଆଗୁଆ ସୂଚନାନୁସାରେ ଯଦି ଭଲ ବର୍ଷା ହେବ ଅବସ୍ଥା ବଦଳିଯିବା ଆଶା କରାଯାଇଛି। କୃଷି ବିଭାଗର କ୍ଷେତ୍ର କର୍ମଚାରୀମାନେ ସବୁ ବ୍ଲକରେ ନିୟମିତ ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ଦିଆଯାଇଛି।
ବିଭିନ୍ନ ଚାଷୀ ସଂଗଠନ ନେତାଙ୍କ କହିବାନୁସାରେ କେବଳ ଚଳିତ ବର୍ଷ ନୁହେଁ ଦୀର୍ଘବର୍ଷରୁ ବିପର୍ଯ୍ୟସ୍ତ ସେଚ ବ୍ୟବସ୍ଥା ଲାଗି ରହିଛି। ଏହାର ସ୍ଥାୟୀ ସମାଧାନ ଦିଗରେ ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଇଛି। ବିଜେଡି ଶାସନରେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଏହି ଜିଲାରେ ଗୋଟିଏ ବି ନୂଆ ମଧ୍ୟମ ଜଳ ସେଚନ ଯୋଜନା ନିର୍ମାଣ କରାଯାଇନାହିଁ। ଅନିୟମିତ ବର୍ଷା ଚାଷୀଙ୍କୁ ଅଣନିଃଶ୍ୱାସୀ କରୁଛି। ସବୁବର୍ଷ ଚାଷୀମାନେ ଲଘୁଚାପ ଜନିତ ବର୍ଷା ଉପରେ ନିର୍ଭର କରିବାକୁ ପଡ଼ୁଚି। ଅପରପକ୍ଷରେ ପୂର୍ବ ସରକାର ଅମଳରେ ଆରମ୍ଭ ହୋଇଥିବା ମଧ୍ୟମ ସେଚ ଯୋଜନା ଗୁଡ଼ିକ ନିର୍ଦ୍ଧାରିତ ସମୟ ଭିତରେ ସମ୍ପୂର୍ଣ୍ଣ ହେଉନଥିବା ଅନେକ ଅଭିଯୋଗ ହୋଇଛି। ଫଳରେ ସଂଶୋଧିତ ବ୍ୟୟ ଅଟକଳ ବଢ଼ି ଚାଲିଛି ଓ ଚାଷୀ ସୁଫଳ ପାଉନଥିବା କଟାକ୍ଷ କରାଯାଇଛି। ଜିଲାର ବାଘୁଆ ପ୍ରଥମ ଓ ଦ୍ୱିତୀୟ, ବାଘଲଟି, ଘୋଡ଼ାହାଡ଼, ଡହ, ବାହୁଦା, ରାମନଦୀ ଆଦି ଜଳ ଭଣ୍ଡାର ଗୁଡ଼ିକରେ ଜଳସ୍ତର ଏବେ ହ୍ରାସ ପାଇଥିବା ଖବର ମିଳିଛି। ୩ ଦଶନ୍ଧି ପରେ ବି ଘଟକେଶ୍ୱର ପ୍ରକଳ୍ପ ନିର୍ମାଣ ଅଧାପନ୍ତରିଆ ରହିଛି। ବର୍ଷା ନ ହେବାରୁ ଜୀବନ ରେଖା ଋଷିକୁଲ୍ୟା ନଦୀ ଶୁଖିଯାଇଛି। କେତେକ କେନାଲ କୁଳିଆକୁ ଛାଡ଼ିଦେଲେ ଅବଶିଷ୍ଟ ଜମିରେ ରୁଆ ବେଉଷଣ ଠପ୍‌ ହୋଇଯାଇଛି। ସୋରଡ଼ା ଓ ଭଞ୍ଜନଗର ବୃହତ୍ତର ଜଳ ଭଣ୍ଡାରରେ ମଧ୍ୟ ପାଣି ଯଥେଷ୍ଟ କମି ଯାଇଥିବା ବିଭିନ୍ନ ସୂତ୍ରରୁ ଖବର ମିଳିଛି। ବିଜେଡି ସରକାର ବିଭିନ୍ନ ଯୋଜନା ନିମନ୍ତେ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିବାରୁ ଗଞ୍ଜାମରେ ପର୍ଯ୍ୟାପ୍ତ ସେଚ ବ୍ୟବସ୍ଥା କରିବାକୁ ବହୁମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଡିଏମ୍‌ -ଜିଲା ଆଦିବାସୀ ନେତା ମୁହାଁମୁହିଁ: ଖବରପାଇ ପହଞ୍ଚିଲା ପୋଲିସ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗୀର ଏଡିଏମ୍‌ ପବିତ୍ର ବେହେରା ଓ ଜିଲା ଆଦିବାସୀ ସଂଘ…

ପରାଜୟ ପରେ ବାହାନା କରିବା ଆରମ୍ଭ କଲେ ଋତୁରାଜ ଗାୟକୱାଡ; ଦର୍ଶାଇଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରମୁଖ କାରଣ

ନୂଆଦିଲ୍ଲୀ,୩୧।୩: ଗୁଆହାଟୀରେ ଖେଳାଯାଇଥିବା ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମ ଦାର ପରାଜୟ ପରେ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ପରାଜୟର କାରଣ…

ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଲେ ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା

ଭବାନୀପାଟଣା,୩୧ା୩(ଉତ୍ତମ କୁମାର ଦାଶ):ମାଇଁ ଭାରତ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ପାଇଁ କଳାହାଣ୍ଡି ଜିଲାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଯୁଦ୍ଧ ମଧ୍ୟରେ କାହିଁକି ଭାଇରାଲ ହେଲା ଟ୍ରମ୍ପଙ୍କ ପୁରୁଣା ବୟାନ? ଜାଣନ୍ତୁ କ’ଣ କହିଛନ୍ତି ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ୧୯୮୭ ମସିହାର ଏକ ପୁରୁଣା ସାକ୍ଷାତକାର ଶେୟାର କରିଛନ୍ତି, ଯେଉଁଥିରେ ସେ ଇରାନ ସମ୍ପର୍କରେ ଅତ୍ୟନ୍ତ ଆକ୍ରମଣାତ୍ମକ…

୪ ବର୍ଷ ହେଲା ସରୁନାହିଁ ପାନୀୟଜଳ ପ୍ରକଳ୍ପ କାମ: ପାଣି ପାଇଁ ଡହଳବିକଳ ଗ୍ରାମବାସୀ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ପିପିଲିପାଲିରେ ପୋଖରୀ, ନାଲା ଶୁଖିଲା ପଡିଛି। ଏପରି ଗ୍ରାମର ନଳକୂପରୁ ପାଣି ବାହାରୁ ନାହିଁ। ଏଭଳି ପରିସ୍ଥିତିରେ…

ସରକାରୀ ବସ୍‌ଷ୍ଟାଣ୍ଡ୍‌, ମିଳୁନି ମୌଳିକ ସେବା: ଯାତ୍ରୀ ହଟହଟା

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକଶିତ ହେଉଛି। ରାସ୍ତାଘାଟ ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଡ୍ରେନ୍‌ ନିର୍ମାଣ କରାଯାଉଛି। ଏଥିପାଇଁ ଅନେକ ଗରିବ ଖଟିଖିଆ ଲୋକଙ୍କୁ ସେମାନଙ୍କ ଉଠା…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri