୨୨କୁ ବୃଦ୍ଧି ପାଇଲା ଖରିଫ ଧାନ ସଂଗ୍ରହ ପଞ୍ଜୀକରଣ ଅବଧି

ଭୁବନେଶ୍ବର,୧୬ା୮(ବ୍ୟୁରୋ): ରାଜ୍ୟ ସରକାର ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାର ସମୟ ଅବଧିକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସମସ୍ତ କୋଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର ଏବଂ ଜିଲାପାଳମାନଙ୍କୁ ଚିଠି ଜାରି କରିଛନ୍ତି। ଏଣୁ ଚାଷୀମାନେ ସେମାନଙ୍କ ନିକଟସ୍ଥ ଅନୁମୋଦିତ କୃଷି ସମବାୟ ସମିତି(ପାକ୍ସ, ଲାମ୍ପ୍ସ,ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ପାଣି ପଞ୍ଚାୟତ)ରେ ଉକ୍ତ ଅବଧି ମଧ୍ୟରେ ପଞ୍ଜୀକରଣ କରିପାରିବେ। ସେହିପରି ଡିଜିଟାଲ ଫର୍ମ ପୂରଣ ଲାଗି ଥିବା ସମୟ ଅବଧିକୁ ଆସନ୍ତା ୨୮ ତାରିଖ ଯାଏ ବୃଦ୍ଧି କରାଯାଇଛି। ଧାନ ସଂଗ୍ରହ କରିବା ପାଇଁ ଚାଷୀଙ୍କ ତାଲିକା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଯାଇଛି।