ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର ସଭାଗୃହରେ ପହଞ୍ଚିଥିଲେ। ତାଙ୍କୁ ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଏହା କୌଣସି ମଜାକ ନୁହେଁ, ବରଂ ସହରରେ ବଢ଼ୁଥିବା ବୁଲା କୁକୁରଙ୍କ ସମସ୍ୟା ଓ ସେମାନଙ୍କ ବାକରଣକୁ ନେଇ ଏକ ଅନନ୍ୟ ପ୍ରତିବାଦ ଥିଲା।

ସୂଚନା ଅନୁସାରେ, ଖଣ୍ଡୱା ନଗର ନିଗମର ବିରୋଧୀ ଦଳ ନେତା ଦୀପକ (ମୁଲ୍ଲୁ) ରାଠୋର ଜଣେ ବ୍ୟକ୍ତିଙ୍କୁ କୁକୁରର ମୁଖା ପିନ୍ଧାଇ ଜନଶୁଣାଣିକୁ ନେଇଥିଲେ। ଏହି ମାଧ୍ୟମରେ ସହରରେ ବଢ଼ୁଥିବା ବୁଲା କୁକୁରଙ୍କ ସଂଖ୍ୟା ଏବଂ ବନ୍ଧ୍ୟାକରଣ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କାକୁ ନେଇ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।

ପ୍ରତିବାଦ ସମୟରେ ବ୍ୟଙ୍ଗାତ୍ମକ ଢଙ୍ଗରେ କୁହାଯାଇଥିଲା ଯେ, କୁକୁରର ବନ୍ଧ୍ୟାକରଣ  କରାଯାଇଥିଲା, ତଥାପି ସେ ୬ଟି ଛୁଆର ବାପା ହୋଇଗଲା। ଏହା ମାଧ୍ୟମରେ ନଗର ନିଗମର ବାକରଣ କାର୍ଯ୍ୟରେ କଥିତ ଅନିୟମିତତା ଓ ଅବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଯାଇଥିଲା।

ନଗର ନିଗମ ବିରୋଧରେ ଅଭିଯୋଗ ହୋଇଛି ଯେ, ଗତ ୪ ବର୍ଷରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ  ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହା ସତ୍ତ୍ୱେ ସହରରେ ବୁଲା କୁକୁରଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଏହି ସମୟ ମଧ୍ୟରେ କୁକୁର କାମୁଡ଼ାର ହଜାର ହଜାର ଘଟଣା ମଧ୍ୟ ସାମ୍ନାକୁ ଆସିଛି। ତେବେ ନଗର ନିଗମ ପକ୍ଷରୁ ଚଳିତ ବର୍ଷ ୨୧୦୦ଟି କୁକୁରଙ୍କ ବାକରଣ କରିବାର ଲକ୍ଷ୍ୟ ରଖାଯାଇଛି।

 

 

Odisha’s No.1 Odia Daily

 

Share