ଚଢ଼ାଉ ପୂର୍ବରୁ ଖାଦାନ ଶୂନ୍‌ଶାନ୍‌

ଯାଜପୁର ଅଫିସ,୨୨ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦୁର୍ନୀତି ସୀମା ଟପିବାକୁ ବସିଲାଣି। ବିଶେଷକରି ମୂଲ୍ୟବାନ କଳାପଥର ଖାଦାନରୁ ବେଆଇନ ଉତ୍ତୋଳନ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ଓ ଦୁର୍ନୀତିଗ୍ରସ୍ତ ଲିଜ୍‌ଧାରୀଙ୍କୁ ପରୋକ୍ଷରେ ଅଧିକାରୀଙ୍କ ସୁରକ୍ଷା ପ୍ରଦାନ ହିଁ ଆହୁରି ଲୁଟ୍‌ କରିବାକୁ ସାହସ ଯୋଗାଉଛି ବୋଲି ମତପ୍ରକାଶ ପାଇଛି। ଧରିତ୍ରୀରେ ‘ଜରିମାନା ଦେବାକୁ ଲୁଟ ଜୋରଦାର’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଧର୍ମଶାଳା ତହସିଲଦାର, ପୋଲିସ ଏବଂ ଜଙ୍ଗଲ ବିଭାଗର କର୍ମଚାରୀମାନେ ମିଳିତ ଭାବେ ରବିବାର ସକାଳୁ ବିଚ୍ଛାଖଣ୍ଡି ଅଞ୍ଚଳରେ ଚଢ଼ାଉ କରିଛନ୍ତି। କୁସୁନପୁର ନିକଟରେ ୩ଟି ଟ୍ରାକ୍ଟର ଓ ଗୋଟିଏ ଟିପ୍ପର ଜବତ କରାଯାଇଛି। ହେଲେ ଚଢ଼ାଉ ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ ପଥର ମାଫିଆମାନେ ସତର୍କ ହୋଇ ଉଠିଥିଲେ। ଏହିକ୍ରମରେ ଲୁଣିବର, ମାଲଗୋଡ଼ା, ବରଡ଼ା, ଆରୁହା ଓ ଅଞ୍ଜିରା ଆଦି ଖାଦାନରୁ ବେଆଇନ ଉତ୍ତୋଳନ ବନ୍ଦ କରାଯାଇ ସେଠାରୁ ହାଇୱା, ଟ୍ରକ ସମେତ ଯନ୍ତ୍ରପାତିକୁ ଉଠାଇ ନେଇଥିଲେ। ଫଳରେ ତହସିଲଦାରଙ୍କ ନେତୃତ୍ୱାଧୀନ ଚଢ଼ାଉକାରୀ ଟିମ୍‌ ଖାଲି ହାତରେ ଫେରି ଆସିଛି। ଉକ୍ତ ଟିମ୍‌ ଫେରିଯିବା ପରେ ପୁଣି ବେଆଇନ ଉତ୍ତୋଳନ କରାଯାଉଛି ବୋଲି ଜଣାପଡ଼ିଛି।
କେବଳ ଯାଜପୁର ନୁହେଁ, ସାରା ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ଚାଲିଛି। ୨୦୧୫-୧୬ରୁ ୨୦୨୧-୨୨ ବର୍ଷ ମଧ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ୍‌, ବିନା ଟ୍ରାନଜିଟ୍‌ ଫର୍ମରେ ଖଣିଜ ପରିବହନ ଓ ବିକ୍ରି ମାମଲାରେ ୧୪ ଜିଲାରୁ ପ୍ରାୟ ୨୦ କୋଟି ଟଙ୍କା ଜରିମାନା ଆଦାୟ ହୋଇଥିଲା। କିନ୍ତୁ ଲଘୁ ଖଣିଜ ସମ୍ପଦ କଳାପଥର ଓ ବାଲିରେ ଭରପୂର ଯାଜପୁର ଜିଲାରୁ ଟଙ୍କାଟିଏ ବି ଏଭଳି ଜରିମାନା ଆଦାୟ ହୋଇ ନ ଥିଲା। ୨୦୨୨ ମାର୍ଚ୍ଚରେ ବିଧାନସଭା ଅଧିବେଶନରେ ବିଧାୟକ ନବଚରଣ ମାଝୀ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବା ପରେ ଧରିତ୍ରୀରେ ସବିଶେଷ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏହାପରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଏପ୍ରିଲରୁ ସାଟେଲାଇଟ୍‌ ମାପଚୁପ ପ୍ରକ୍ରିୟା ଆରମ୍ଭ କରି ଏଯାଏ ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା ଜରିମାନା ଦେବାକୁ ନୋଟିସ ହୋଇଛି। ହେଲେ ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ ଅନୁଯାୟୀ ପରିବେଶଗତ ଅନୁମତି(ଇସି) ପ୍ରତ୍ୟାହାର କରା ନ ଯାଇ କେବଳ କାରଣ ଦର୍ଶାଅ ନୋଟିସ ଓ ଜରିମାନାରେ ପଦକ୍ଷେପ ସୀମିିତ ରହିଛି। ଏହାବାଦ୍‌ ସମ୍ପୃକ୍ତ ଲିଜ୍‌ଧାରୀଙ୍କ ବିରୋଧରେ କୌଣସି ଏଫ୍‌ଆଇଆର୍‌ ଏଯାଏ ରୁଜୁ ହୋଇନାହିଁ। ଇସି ପ୍ରତ୍ୟାହାର ନୋଟିସ ହେଲେ ଅନୁମୋଦନଠାରୁ ଅଧିକ ଉତ୍ତୋଳନ ପରିମାଣର ୫ ଗୁଣ ଜରିମାନା ଆଦାୟ ନିୟମ ରହିଛି। ତେଣୁ ଜିଲା ପ୍ରଶାସନ ସମ୍ପୃକ୍ତ ଲିଜ୍‌ଧାରୀମାନଙ୍କୁ ଅସାଧୁ ଚୁକ୍ତି ଅନୁଯାୟୀ ଅନୁକମ୍ପା ପ୍ରଦର୍ଶନ କିମ୍ବା ରାଜନୈତିକ ଚାପରୁ ହାତ ଟେକି ଦେଇଥିବା ସନ୍ଦେହ କରାଯାଉଛି। ତେଣୁ ବେଆଇନ ଉତ୍ତୋଳନ ଉପରେ ଯେତେ ଯାହା ଅଭିଯୋଗ କଲେ ବି ରାଜସ୍ବ ବିଭାଗ ନୀରବ ରହିଛି। କେବଳ ନାମକୁ ମାତ୍ର ଚଢ଼ାଉ କରାଯାଇ ସରକାରଙ୍କ ନିକଟରେ ନିର୍ମଳ ଭାବମୂର୍ତ୍ତି ଚିତ୍ର ଅଙ୍କାଯାଉଛି। ତହସିଲଦାର ଅଫିସରୁ ବାହାରିବା ମାତ୍ରେ ବେଆଇନ ଭାବେ ଚାଲିଥିବା ଖାଦାନଗୁଡିକର ମାଲିକମାନଙ୍କୁ ସୂଚନା ଦିଆଯାଉଛି। ଫଳରେ ସେଠାରେ ନିୟୋଜିତ କମ୍ପ୍ରେସର, ହାଇୱା ଆଦି ଗାଡିକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇ ଲୁଚାଇ ରଖାଯାଉଛି। ଚଢ଼ାଉ ଟିମ୍‌ ମଧ୍ୟ ଏସବୁ ଜାଣି ଫେରି ଆସୁଛନ୍ତି। ତେଣୁ ସମ୍ପୃକ୍ତ ଲିଜଧାରୀଙ୍କ ଖାଦାନଗୁଡ଼ିକର ପୁନଃ ମାପଚୁପ କରାଯାଇ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଗଲେ ଏଭଳି ଦୁର୍ନୀତି ନିୟନ୍ତ୍ରଣ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି। କଳାପଥର ବେଆଇନ ଉତ୍ତୋଳନ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର କୁହନ୍ତି, ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଛି। ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଜରିମାନା ଆଦାୟ ପାଇଁ ଡିମାଣ୍ଡ ନୋଟିସ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?