ଖଣ୍ଡଗିରି ଯାତ୍ରା ପାଇଁ ୧୪ ନିୟମ ଜାରି କଲା ପୋଲିସ, ନଗ୍ନ ନୃତ୍ୟ ପରିବେଷଣ କଲେ….

ଭୁବନେଶ୍ବର, ୨୫ା୧: ଖଣ୍ଡଗିରି ଯାତ୍ରା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କମିଟିମାନଙ୍କୁ ନୋଟିସ୍‌ ଜାରି କଲା କମିଶନରେଟ ପୋଲିସ୍‌ । ୧୪ଟି ନିୟମ ଜାରି କଲା ଖଣ୍ଡଗିରି ପୋଲିସ । କୌଣସି ପ୍ରକାର ନଗ୍ନ ନୃତ୍ୟ କିମ୍ବା ଉତ୍ତେଜକ ଦୃଶ୍ୟ ପରିବେଷଣ ନିଷିଦ୍ଧ କରାଯାଇଛି । ଗତ କିଛି ଦିନ ହେବ ଅଶ୍ଲୀଳ ନୃତ୍ୟୁକୁ ନେଇ ବିବାଦ ଦେଖାଯାଉଥିବା ବେଳେ ଖଣ୍ଡଗିରି ଯାତ୍ରାରେ ଏଭଳି ନୃତ୍ୟୁକୁ ନିଷିଦ୍ଧ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି ।

ଯାତ୍ରା ପେଣ୍ଡାଲ ନିକଟରେ ୬ଟି ଏମର୍ଜେନ୍ସି ପ୍ରବେଶ ଓ ପ୍ରସ୍ଥାନ ପଥ ରଖାଯିବ । ପ୍ରାପ୍ତ ଲାଇସେନ୍ସରେ ନିର୍ଦ୍ଧାରିତ ଚୌକି ଠାରୁ ଅଧିକ ପକାଇ ପାରିବେନି । ଅଗ୍ନି ନିର୍ବାପକ ସରଞ୍ଜାମ ରଖିବା ସହ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ନିର୍ଦ୍ଧାରିତ ଶବ୍ଦର ତୀବ୍ରତା ଠାରୁ ଅଧିକ ଶବ୍ଦ ଯେପରି ନ ହେବ ଧ୍ୟାନ ଦେବେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ଯାତ୍ରା କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଖଣ୍ଡଗିରି ମେଳାରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଜଣେ ଡିସିପି, ଜଣେ ଏସିପି, ୩ ଇନ୍ସପେକ୍ଟରଙ୍କ ସହ ୨୭ ଅଫିସର ମେଳା ଜଗିବେ । ସାଦା ପୋଷାକଧାରୀ ଗୋଟିଏ ପ୍ଲାଟୁନ ଭିଡ଼ ସ୍ଥାନରେ ପଇଁତରା ମାରିବେ । ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରେ ସିସିଟିଭି ବନ୍ଦୋବସ୍ତ କରାଯାଇଛି ବୋଲି କହିଛନ୍ତି ଏସିପି ତାପସ ପ୍ରଧାନ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହିତ ବିବାଦ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ବୟାନ, ମୋଜ୍‌ତାବା ଖାମେନେଇଙ୍କ ଜୀବନର କୌଣସି ଗ୍ୟାରେଣ୍ଟି…

ତେହରାନ୍‌ ,୧୩।୩: ଇସ୍ରାଏଲ ଏବଂ ଆମେରିକା ଦ୍ୱାରା ଇରାନ ବିରୁଦ୍ଧରେ ଏକ ମିଳିତ ସାମରିକ ଅଭିଯାନ ଚାଲିଛି। ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଘାତକ ଆକ୍ରମଣ ଆରମ୍ଭ…

ନିଶା ସେବନ କରୁଥିଲେ ସ୍ତ୍ରୀ, ରାଗିଯାଇ ହତ୍ୟା କରିଥିଲେ ସ୍ବାମୀ, ବ୍ୟବଚ୍ଛେଦ ରିପୋର୍ଟରେ ବଡ଼ ଖୁଲାସା

ଦେବଗଡ,୧୩।୩(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଥାନା ବ୍ରାହ୍ମଣୀମାଳ ଗ୍ରାମରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ତଥ୍ୟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ…

ଶତ୍ରୁଙ୍କ ବିରୋଧରେ ମୋଜ୍‌ତାବାଙ୍କ ରଣହୁଙ୍କାର, ଆମ ବଳିଦାନର ପ୍ରତିଶୋଧ ନେବୁ

ତେହରାନ୍‌ ,୧୩।୩: ଆମେରିକା-ଇରାନ୍‌ ଯୁଦ୍ଧ ବିରତି ନେଇ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଥିଲାବେଳେ ଇରାନ୍‌ର ନବ ନିଯୁକ୍ତ ସୁପ୍ରିମ ଲିଡର୍‌ ମୋଜ୍‌ତାବା ଖାମେନେଇ ଆମେରିକା ବିରୋଧରେ ରଣହୁଙ୍କାର…

ଜନଗଣନାରେ ଠିକ୍‌ ତଥ୍ୟ ଲିପିବଦ୍ଧ କରିବାକୁ ଗୁରୁତ୍ୱ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମଳିନୀ କକ୍ଷଠାରେ ୨୦୨୭ ଜନଗଣନା ପାଇଁ ଗୁରୁବାର ଜିଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ASI: ଢାବା ବ୍ୟବସାୟୀଙ୍କୁ ଗିରଫ ଭୟ ଦେଖାଇ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା…

କଟକ,୧୨।୩(ପ୍ରଭୁ କଲ୍ୟାଣ ପାଲ): ପୁଣି ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ମୋଟା ଅଙ୍କର ଲାଞ୍ଚ ନେଉଥିବା ସମୟରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନାର…

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri