Posted inଫୁରସତ

ଜୀବନରେ ସବୁକ୍ଷେତ୍ରରେ ମିଳିବ ସଫଳତା, ପଢ଼ନ୍ତୁ ଖାନ୍‌ ସାର୍‌ଙ୍କର କିଛି ପ୍ରେରଣାଦାୟକ କଥା…

ଜୀବନର ରାସ୍ତା ସହଜ ନୁହେଁ। ଏଠାରେ ସୁଖ ଅଛି ତ ଦୁଃଖ ବି ଅଛି। ହସ ଅଛି ତ ଲୁହ ବି ଅଛି। କଣ୍ଟା ଅଛି ତ ଫୁଲ ବି ଅଛି। ଏଣୁ ଅବିରତ ଭାବେ ଯାତ୍ରାରେ ଚାଲିବାକୁ ହେବ। ବେଳେବେଳେ କୌଣସି ଘାତ ପ୍ରତିଘାତର ସମ୍ମୁଖୀନ ହେଉଥିଲେ କାହା ନା କାହାର ପ୍ରେରଣାର ଆବଶ୍ୟକତା ପଡ଼ିଥାଏ। ବର୍ତ୍ତମାନ ସମୟରେ ଅନେକ ବ୍ୟକ୍ତି ଅନ୍ୟମାନଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି। ବ୍ୟକ୍ତିତ୍ୱ ହେଉ ଅବା ସେମାନଙ୍କ କଥା ଲୋକଙ୍କୁ ବେଳ ଅବେଳରେ ମାର୍ଗଦର୍ଶନ ଦେଉଛି। ସେଭଳି ଜଣେ ହେଲେ ସମସ୍ତଙ୍କ ପ୍ରିୟ ‘ଖାନ୍‌ ସାର୍‌’। ଆସନ୍ତୁ ପଢ଼ିବା ସେ କହିଥିବା ସେଭଳି କିଛି ପ୍ରେରଣାଦାୟକ କଥା…

-ଜୀବନ ହେଉ ଅବା ହ୍ବାଟ୍ସଆପ୍‌, ଲୋକେ ସବୁବେଳେ ଆପଣଙ୍କ ଷ୍ଟାଟସ୍‌ ହିଁ ଦେଖିଥାନ୍ତି।

-ଜୀବନର ଆରମ୍ଭ ଖରାପ ହୋଇଥାଇପାରେ, ହେଲେ ଅନ୍ତ ଜବରଦସ୍ତ ହେବା ଉଚିତ।

-ଜୀବନରେ ଖରାପ ସମୟ ଆସିଲେ ନିଜ ଉପରେ କାମ କର, ନିଜକୁ ବଦଳାଅ। ସମୟ ସହଜରେ ଚାଲିଯିବ। ହେଲେ ଯଦି ତୁମେ ପରିସ୍ଥିତିକୁ ଦୋଷ ଦିଅ ତେବେ ସେହି ସମୟ ବହୁତ କଷ୍ଟଦେବ।

-ଯାହାର ସଫଳତାକୁ ରୋକି ହୁଏନା, ତାକୁ ଲୋକେ ବଦନାମ କରିବା ଆରମ୍ଭ କରନ୍ତି।

-ପ୍ରେମ କରିବାକୁ ଚାହୁଁଥିଲେ ବହିକୁ କର, ପ୍ରତାରିତ କଲେ ବି ଭାଗ୍ୟ ଚମକାଇବ।

-ସଫଳତା ପାଇବାକୁ ଚାହୁଁଥିଲେ ଲୋକଙ୍କ ନଜରରେ ପାଗଳ ହୁଅ।

-ବଞ୍ଚିବା ଲାଗି ଅମ୍ଳଜାନ ଯେତିକି ଲୋଡା ସେତିକି ଶିକ୍ଷା ବି ଲୋଡା।

-କିଛି ପାଇବାକୁ ହେଲେ କିଛି ହରାଇବା ନୁହେଁ, କିଛି କରିବାକୁ ପଡ଼ିଥାଏ।

-ଅନ୍ୟମାନଙ୍କ ସମସ୍ୟାରୁ କେବଳ ସାହସ ମିଳିବା ସମ୍ଭବ, ତାଙ୍କ ଉପାୟ ଆପଣାଇବା ମୁସ୍କିଲ ହେବ।

-ଯଦି ଆପଣଙ୍କ ପୋଷାକ ଭଲ ଲୋକେ ଆପଣଙ୍କୁ ପସନ୍ଦ କରିବେ, ହେଲେ ଯଦି ଆପଣଙ୍କ ବିଚାର ଭଲ ତେବେ ଫଲୋ କରିବେ।

-ରାଜା ହେବାକୁ ଇଚ୍ଛା ଥିଲେ ଗୁଲାମଙ୍କ ଭଳି ପରିଶ୍ରମ କରିବାକୁ ହେବ।

-ଗରିବଙ୍କୁ ଛାଡ଼ି ଆମେ ଦେଶକୁ ଆଗକୁ ନେଇପାରିବା ନାହିଁ।

-ସଫଳତା ପାଇବାକୁ ହେଲେ ବିଶ୍ୱାସ କରିବାକୁ ହେବ ଯେ ଆମେ କରିପାରିବା।

-ପରିଚୟରୁ ମିଳିଥିବା କାମ ବହୁତ ସମୟ ଯାଏ ରହି ନ ଥାଏ, ହେଲେ କାମରୁ ମିଳିଥିବା ପରିଚୟ ଆଜୀବନ ରହିଥାଏ।

-ଯିଏ ପାଣିରେ ଗାଧାଏ ସେ ପୋଷାକ ବଦଳାଏ, ହେଲେ ଯିଏ ଝାଳରେ ଗାଧାଏ ସେ ଇତିହାସ ଲେଖେ।

-ଦୁନିଆର କୌଣସି ବି ଅସୁବିଧା ଆପଣଙ୍କ ସାହସଠାରୁ ବଡ଼ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri