ଜଣେ ଛାତ୍ରଙ୍କୁ ପଢ଼ାଇବା ପାଇଁ ଏତେଟଙ୍କା ଚାର୍ଜ କରନ୍ତି ଖାନ୍‌ ସାର? କୋଚିଂ ଫିସ୍‌ ଜାଣିଲେ…

ନୂଆଦିଲ୍ଲୀ,୩।୬: ଖାନ ସାରଙ୍କୁ କିଏ ବା ନଜାଣେ.. ନିଜର ନିଆରା ପଢ଼ାଇବା ଶୈଳୀ ପାଇଁ ସାରା ଦେଶରେ ପ୍ରସିଦ୍ଧ ଖାନ ସାର୍‌ ଲକ୍ଷ ଲକ୍ଷ ପିଲାଙ୍କ ପ୍ରିୟ ଶିକ୍ଷକ ଅଟନ୍ତି। ଗତକାଲି ରାତିରେ ପାଟନାସ୍ଥିତ ତାଙ୍କ କୋଚିଂ ସେଣ୍ଟର ଉପରକୁ ଗୁଳିମାଡ଼ (ଫାୟାରିଂ) ହୋଇଛି। ଏହା ଉପରେ ଖାନ ସାର୍‌ କହିଛନ୍ତି ଯେ, “ମୁଁ କାହିଁକି ଏତେ କମ ଫିସ୍‌ରେ ପଢ଼ାଉଛି? ଏବଂ ମୋ କୋଚିଂରୁ ଏତେ ଅଧିକ ରେଜଲ୍ଟ କାହିଁକି ଆସୁଛି? ଏହା ଅନ୍ୟ ଲୋକଙ୍କ ଆଖିରେ କଣ୍ଟା ସଦୃଶ ଲାଖୁଛି।” ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା ପ୍ରକୃତରେ ଖାନ ସାରଙ୍କ ଅଫଲାଇନ କୋଚିଂର ଫିସ କେତେ? ଭିନ୍ନ ଭିନ୍ନ ବ୍ୟାଚ ପାଇଁ ସେ ଛାତ୍ରୀଛାତ୍ରଙ୍କ ଠାରୁ କେତେ ଟଙ୍କା ନିଅନ୍ତି?

‘ଖାନ ଗ୍ଲୋବାଲ ଷ୍ଟଡିଜ’ (khanglobalstudies.com) ଅନୁଯାୟୀ, ଖାନ ସାରଙ୍କର ମୋଟ ୬୯ଟି ଅଫ୍ଲାଇନ କୋର୍ସ ଉପଲବ୍ଧ ଅଛି। କୋର୍ସ ଅନୁଯାୟୀ ଏହି ଅଫ୍ଲାଇନ ବ୍ୟାଚ୍ଗୁଡ଼ିକର ଫିସ ଅଲଗା ଅଲଗା ରହିଛି। ଏଥିରେ BPSC, UPSC, NEET, JEE ଏବଂ ଅନ୍ୟାନ୍ୟ କୋର୍ସ ସାମିଲ ଅଛି।

ଖାନ ସାର୍ଙ୍କ ଅଫ୍ଲାଇନ କୋଚିଂର ଫିସ ତାଲିକା (କୋର୍ସ ୱାଇଜ):
UPPSC ମେଣ୍ଟରସିପ 2026 ଅଫ୍ଲାଇନ ୪,୯୯୯/
UPSC & UPPSC ପ୍ରି + ମେନ୍ସ ଫାଉଣ୍ଡେସନ ବ୍ୟାଚ 2027 (ଇଂରାଜୀ)୩୫,୦୦୦/-
JEE 2028 11th ବ୍ୟାଚ ଇୟରଲଙ୍ଗ ବାଇଲିଙ୍ଗୁଆଲ ବ୍ୟାଚ-II ୩୪,୯୯୯/-
SSC ଫାଉଣ୍ଡେସନ 2026-27 ଟିୟର-I ଏବଂ ଟିୟର-II (ବାଇଲିଙ୍ଗୁଆଲ) ୭,୯୯୯/-

ଏହି ସମସ୍ତ ବ୍ୟାଚ ବ୍ୟତୀତ ଖାନ ସାରଙ୍କର ଅନ୍ୟାନ୍ୟ କୋର୍ସ ମଧ୍ୟ ଅଫ୍ଲାଇନରେ ଉପଲବ୍ଧ ଅଛି। ଗୁଳିମାଡ଼ ଘଟଣାର ପ୍ରତିବାଦରେ ଖାନ ସାରଙ୍କ କୋଚିଂ ସେଣ୍ଟର ବାହାରେ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଅନ୍ୟପଟେ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଖାନ ସାରଙ୍କ କୋଚିଂ ସେଣ୍ଟରକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ପୋଲିସ ଏହି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଚଳାଇଛି।

Share