Categories: ଜାତୀୟ

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଦାନ ଦେଲେ ମୁସଲମାନ ସରପଞ୍ଚ

ହାଇଦ୍ରାବାଦ୍‌,୨୩।୫: ତେଲେଙ୍ଗାନାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଖମ୍ମାମ ଜିଲାରେ ଜଣେ ମୁସଲମାନ ସରପଞ୍ଚ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ କରିଥିଲେ। କେବଳ ଏତିକି ନୁହେଁ, ଏହି ମନ୍ଦିର ନିର୍ମାଣ ପାଇଁ ସେ ୨୫ ଲକ୍ଷ ଟଙ୍କା ମଧ୍ୟ ଦାନ ଦେଇଛନ୍ତି। ମୁସଲମାନ ସରପଞ୍ଚଙ୍କ ଏହି କାର୍ଯ୍ୟକୁ ସବୁଠାରେ ପ୍ରଶଂସା କରାଯାଉଛି।
ଖମ୍ମାମ ଜିଲାର ରଘୁନାଦପାଲମ ମଣ୍ଡଳର ବୁଦିଦମପାଡୁ ଗ୍ରାମର ସରପଞ୍ଚ ଶେଖ ମୀରା ସାହେବ ୫୦ ଲକ୍ଷ ଟଙ୍କାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ନିଜେ ଦାନ କରିଥିବାବେଳେ ସେ ଅବଶିଷ୍ଟ ୨୫ ଲକ୍ଷ ଟଙ୍କା ଜମା କରି ରାମଙ୍କ ଏହି ଭବ୍ୟ ମନ୍ଦିର ପ୍ରସ୍ତୁତ କରିଥିଲେ।
ବୁଦିଦମପାଡୁ ଗ୍ରାମରେ ବହୁ ବର୍ଷ ହେବ ରାମାଲୟମ ନିର୍ମାଣାଧୀନ ଥିଲା। ଅନେକ ଚେଷ୍ଟା ପରେ ମଧ୍ୟ ତାହା ଶେଷ ହୋଇପାରିଲା ନାହିଁ। ରାମାଲୟମ ନିର୍ମାଣରେ ବହୁ ବଡ ଲୋକ ବିଫଳ ହେବା ପରେ ସରପଞ୍ଚ ଶେଖ ମୀରା ଏହି ପଦକ୍ଷେପ ନେଇଥିଲେ। ସେ ତିନି ଆଦିବାସୀ ଭାଇଙ୍କୁ ଜମି ଦାନ କରିବାକୁ ପ୍ରବର୍ତ୍ତାଇଲେ। ନିଜ ଅର୍ଥରେ ଏବଂ ଅନ୍ୟମାନଙ୍କ ଅର୍ଥ ସଂଗ୍ରହ କରି ପ୍ରାୟ ୫୦ ଲକ୍ଷ ଟଙ୍କାରେ ମନ୍ଦିର ନିର୍ମାଣ କଲେ। ଶେଖ ନିଜେ ମନ୍ଦିର ଏବଂ ଚର୍ଚ୍ଚକୁ ଯାଇ ପୂଜାପାଠ କରନ୍ତି।

Share