Posted inଜାତୀୟ

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଦାନ ଦେଲେ ମୁସଲମାନ ସରପଞ୍ଚ

ହାଇଦ୍ରାବାଦ୍‌,୨୩।୫: ତେଲେଙ୍ଗାନାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଖମ୍ମାମ ଜିଲାରେ ଜଣେ ମୁସଲମାନ ସରପଞ୍ଚ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ କରିଥିଲେ। କେବଳ ଏତିକି ନୁହେଁ, ଏହି ମନ୍ଦିର ନିର୍ମାଣ ପାଇଁ ସେ ୨୫ ଲକ୍ଷ ଟଙ୍କା ମଧ୍ୟ ଦାନ ଦେଇଛନ୍ତି। ମୁସଲମାନ ସରପଞ୍ଚଙ୍କ ଏହି କାର୍ଯ୍ୟକୁ ସବୁଠାରେ ପ୍ରଶଂସା କରାଯାଉଛି।
ଖମ୍ମାମ ଜିଲାର ରଘୁନାଦପାଲମ ମଣ୍ଡଳର ବୁଦିଦମପାଡୁ ଗ୍ରାମର ସରପଞ୍ଚ ଶେଖ ମୀରା ସାହେବ ୫୦ ଲକ୍ଷ ଟଙ୍କାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ନିଜେ ଦାନ କରିଥିବାବେଳେ ସେ ଅବଶିଷ୍ଟ ୨୫ ଲକ୍ଷ ଟଙ୍କା ଜମା କରି ରାମଙ୍କ ଏହି ଭବ୍ୟ ମନ୍ଦିର ପ୍ରସ୍ତୁତ କରିଥିଲେ।
ବୁଦିଦମପାଡୁ ଗ୍ରାମରେ ବହୁ ବର୍ଷ ହେବ ରାମାଲୟମ ନିର୍ମାଣାଧୀନ ଥିଲା। ଅନେକ ଚେଷ୍ଟା ପରେ ମଧ୍ୟ ତାହା ଶେଷ ହୋଇପାରିଲା ନାହିଁ। ରାମାଲୟମ ନିର୍ମାଣରେ ବହୁ ବଡ ଲୋକ ବିଫଳ ହେବା ପରେ ସରପଞ୍ଚ ଶେଖ ମୀରା ଏହି ପଦକ୍ଷେପ ନେଇଥିଲେ। ସେ ତିନି ଆଦିବାସୀ ଭାଇଙ୍କୁ ଜମି ଦାନ କରିବାକୁ ପ୍ରବର୍ତ୍ତାଇଲେ। ନିଜ ଅର୍ଥରେ ଏବଂ ଅନ୍ୟମାନଙ୍କ ଅର୍ଥ ସଂଗ୍ରହ କରି ପ୍ରାୟ ୫୦ ଲକ୍ଷ ଟଙ୍କାରେ ମନ୍ଦିର ନିର୍ମାଣ କଲେ। ଶେଖ ନିଜେ ମନ୍ଦିର ଏବଂ ଚର୍ଚ୍ଚକୁ ଯାଇ ପୂଜାପାଠ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri