ଭାରତକୁ ଖଲିସ୍ତାନୀଙ୍କ ବିରୋଧ ବଢୁଛି

ଲଣ୍ଡନ/ନୂଆଦିଲ୍ଲୀ,୧ା୧୦: ବ୍ରିଟେନ୍‌ରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟ୍‌ଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କୁ ସେଠାରେ ଏକ ଗୁରୁଦ୍ୱାରା ପ୍ରବେଶକୁ ଖଲିସ୍ତାନୀ ସପକ୍ଷବାଦୀତତ୍ତ୍ୱ ଅବରୋଧ କରିଛନ୍ତି। ଏନେଇ ଭାରତ ବ୍ରିଟେନ ବହିର୍ବ୍ୟାପାର କାର୍ଯ୍ୟାଳୟରେ ଉଦ୍‌ବେଗ ଜଣାଇଛିି। ଦୋରାଇସ୍ବାମୀ ଶୁକ୍ରବାର ଗ୍ଲାସ୍‌ଗୋସ୍ଥିତ ଗୁରୁଦ୍ୱାରାକୁ ଯିବାକୁ ଚାହୁଁଥିବାବେଳେ କେତେଜଣ ଖଲିସ୍ତାନୀ ଉଗ୍ରପନ୍ଥୀ ତାଙ୍କୁ ଅଟକାଇଥିଲେ। ଭାରତୀୟ ଉଚ୍ଚାୟୁକ୍ତ ସେମାନଙ୍କ ସହ ଯୁକ୍ତିତର୍କ ନ କରି ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି। ଆଲବର୍ଟ ଡ୍ରାଇଭ୍‌ଠାରେ ଥିବା ଗ୍ଲାସ୍‌ଗୋ ଗୁରୁଦ୍ୱାରାରେ ଦୋରାଇସ୍ବାମୀ ପ୍ରବେଶ କରୁଥବାବେଳେ ତାଙ୍କୁ ଜଣେ ଖଲିସ୍ତାନୀ ସପକ୍ଷବାଦୀ କର୍ମୀ ଅଟକାଉଥିବା ‘ଶିଖ୍‌ ୟୁଥ୍‌ ୟୁକେ’ର ଇଷ୍ଟାଗ୍ରାମ୍‌ ଚ୍ୟାନେଲରେ ପୋଷ୍ଟ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି। ସେମାନେ କାନାଡା ଓ ଅନ୍ୟତ୍ର ଶିଖ୍‌ମାନଙ୍କୁ ଆଘାତ ଦେଇଥିବାର ସେଠାରେ ଅନ୍ୟ ଜଣେ ବିକ୍ଷୋଭକାରୀ କହୁଥିବା ଶୁଣାଯାଇଛି। ସବୁଠି ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ଏଭଳି ବିରୋଧ କରାଯିବା ଆବଶ୍ୟକ ବୋଲି ସେ କହୁଛନ୍ତି। କୌଣସି ଭାରତୀୟ କୂଟନୀତିଜ୍ଞ କିମ୍ବା ସରକାରୀ ଅଧିକାରୀ ଗୁରୁଦ୍ୱାରା ଆସିଲେ ଏହିଭଳି ବ୍ୟବହାର କରାଯିବ ବୋଲି ଅନ୍ୟ ଜଣେ କହୁଥିବା ଭିଡିଓରୁ ଶୁଣିବାକୁ ମିଳିଛି।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାକାଣ୍ଡରେ ଭାରତ ସମ୍ପୃକ୍ତ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ୍‌ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଅଭିଯୋଗକୁ ଭାରତ ମନଗଢ଼ା ଏବଂ ଉଦ୍ଦେଶ୍ୟମୂଳକ କହି ଖଣ୍ଡନ କରିଥିବାବେଳେ ଅଭିଯୋଗ ସମ୍ପର୍କରେ କାନାଡା ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦେଖାଇ ପାରିନାହିଁ। ଏପରିସ୍ଥଳେ ବ୍ରିଟେନ୍‌ରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗୁରୁଦ୍ୱାରାରେ ପ୍ରବେଶ କରାଇ ନ ଦେବାକୁ ନେଇ ନୂଆଦିଲ୍ଲୀ ଉଦ୍‌ବେଗ ପ୍ରକାଶ କରିଛି। ଏଭଳି ଘଟଣାକୁ ଭାଜପା ନିନ୍ଦା କରିଛି। ଗୁରୁଦ୍ୱାରା ସବୁ ଧର୍ମ ପାଇଁ। ଭାରତୀୟ କୂଟନୀତିଜ୍ଞଙ୍କୁ ଗୁରୁଦ୍ୱାରା ପ୍ରବେଶ କରାଇ ନ ଦେବା ନିନ୍ଦନୀୟ ବୋଲି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି କହିଛି। ଏହା ପୂର୍ବରୁ ମଧ୍ୟ କାନାଡାରେ ଏକାଧିକ ଥର ଭାରତୀୟ ମିଶନକୁ ଟାର୍ଗେଟ କରାଯାଇଥିଲା। ସେହିପରି ମାର୍ଚ୍ଚ ୧୯ରେ ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋସ୍ଥିତ ଭାରତୀୟ କନ୍‌ସୁଲେଟକୁ ଖଲିସ୍ତାନୀ ବିକ୍ଷୋଭକାରୀ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଜୁନ୍‌ ୧୨ରେ ଅଷ୍ଟ୍ରେଲିଆରେ ପ୍ରବାସୀ ଭାରତୀୟଙ୍କୁ କାର୍‌ ରାଲି ବେଳେ ଖଲିସ୍ତାନୀ ସମର୍ଥକମାନେ ଖଣ୍ଡାରେ ଆକ୍ରମଣ କରିଥିଲେ। ଜୁଲାଇ ୮ରେ ଖଲିସ୍ତାନୀ ବିକ୍ଷୋଭକାରୀ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସରେ ଲାଗିଥିବା ତ୍ରିରଙ୍ଗାକୁ ଖୋଲିବା ସହ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri