Posted inଜାତୀୟ

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିଦେଶ ଗସ୍ତ ସମ୍ପର୍କିତ ତଥ୍ୟ ଦେଲେ ସୂଚନାଦାତାଙ୍କୁ ୧ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଏହାଛଡ଼ା ସେ ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି।

ନିକଟରେ ଜାରି ଏକ ଭିଡିଓ ବାର୍ତ୍ତାରେ ପନ୍ନୁ କହିଛନ୍ତି, ଅମିତ୍‌ ଶାହା ଅର୍ଦ୍ଧସାମରିକ ବଳ(ସିଆର୍‌ପିଏଫ୍‌)ର ମୁଖ୍ୟ। ସିଆର୍‌ପିଏଫ୍‌ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଲାଗି ଦାୟୀ। ତାଙ୍କ ହତ୍ୟା ପାଇଁ ସେ ଭଡ଼ାରେ ଲୋକଙ୍କୁ ନିୟୋଜିତ କରିଥିବା ଏବଂ ନ୍ୟୁୟର୍କରେ ତାଙ୍କ ହତ୍ୟାର ଷଡଯନ୍ତ୍ର କରିଥିବା ପନ୍ନୁ କହିଛନ୍ତି। ଶନିବାର ନାଗପୁର, ଦିଲ୍ଲୀ, ସୋନିପତ୍‌, ପିଞ୍ଜୋର ଏବଂ ଜଳନ୍ଧରରେ ଥିବା ସମସ୍ତ ସିଆର୍‌ପିଏଫ୍‌ ସ୍କୁଲ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri