ଭାରତୀୟ କନ୍‌ସୁଲେଟ୍‌କୁ ଖଲିସ୍ତାନୀଙ୍କ ଟାର୍ଗେଟ

ମେଲ୍‌ବୋର୍ନ,୨୫ା୨(ପି.ଟି.): ଅଷ୍ଟ୍ରେଲିଆରେ ବ୍ରିସ୍‌ବେନ୍‌ରେ ଥିବା ଭାରତର ଅନରାରି କନ୍‌ସୁଲେଟ୍‌କୁ ଖଲିସ୍ତାନୀ ସମର୍ଥକମାନେ ଟାର୍ଗେଟ କରିଛନ୍ତି। ସେମାନେ କନ୍‌ସୁଲେଟ୍‌ କାର୍ଯ୍ୟାଳୟ ଆଗରେ ଖଲିସ୍ତାନୀ ପତାକା ଉଡ଼ାଇଛନ୍ତି। ଅଷ୍ଟ୍ରେଲିଆରେ ଭାରତୀୟ ସମ୍ପ୍ରଦାୟଙ୍କ ବିରୋଧରେ ଏହା ସଦ୍ୟତମ ଉଗ୍ରବାଦୀ କାର୍ଯ୍ୟ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଅଷ୍ଟ୍ରେଲିଆରେ ଭାରତୀୟମାନଙ୍କୁ ଉଗ୍ରବାଦୀ ଟାର୍ଗେଟ କରୁଥିବାରୁ ସତର୍କ ରହିବା ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କିଛିଦିନ ପୂର୍ବରୁ ସେଠାରେ କହିଥିଲେ। ବ୍ରିସ୍‌ବେନ୍‌ର ସ୍ବାନ୍‌ ରୋଡ୍‌ଠାରେ ଥିବା ଭାରତର ଅନରାରି କନ୍‌ସୁଲେଟ୍‌କୁ ଗତ ୨୧ ତାରିଖରେ ଖଲିସ୍ତାନୀ ସମର୍ଥକମାନେ ଟାର୍ଗେଟ୍‌ କରିଥିବା ଅଷ୍ଟ୍ରେଲିଆ ଟୁଡେ୍‌ ପୋର୍ଟାଲରେ ପ୍ରକାଶ ପାଇଛି। ଭାରତୀୟ କନ୍‌ସଲ ଅର୍ଚ୍ଚନା ସିଂ ଏ ନେଇ କୁଇନ୍ସଲାଣ୍ଡ ପୋଲିସକୁ ଜଣାଇଥିଲେ। ଏହା ପୂର୍ବରୁ ଉଗ୍ରପନ୍ଥୀମାନେ ଜାନୁୟାରୀ ୨୩ରେ ମେଲବର୍ନର ଆଲବର୍ଟ ପାର୍କରେ ଥିବା ଇସ୍କନ୍‌ ମନ୍ଦିରରେ ଭଙ୍ଗାରୁଜା କରିବା ସହ ହିନ୍ଦୁସ୍ଥାନ ମୁର୍ଦ୍ଦାବାଦ ପୋଷ୍ଟର ଲଗାଇଥିଲେ। ଏହାର ସପ୍ତାହେ ପୂର୍ବରୁ ଭିକ୍ଟୋରିଆର କାରମ୍‌ ଡାଉନ୍ସରେ ଥିବା ଶ୍ରୀ ଶିବ ବିଷ୍ଣୁ ମନ୍ଦିରରେ ଅନୁରୂପ ଭାବେ ଭଙ୍ଗାରୁଜା କରାଯାଇଥିଲା। ଜାନୁୟାରୀ ୧୨ରେ ଭାରତ ବିରୋଧୀ ତତ୍ତ୍ୱମାନେ ମେଲବର୍ନରେ ଥିବା ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri