Posted inଜାତୀୟ

ଦିଲ୍ଲୀ ବିମାନବନ୍ଦର ଉଡାଇବାକୁ ଖଲିସ୍ତାନୀ ସଂଗଠନର ଧମକ

ନୂଆଦିଲ୍ଲୀ,୪।୧୧: ୧୯୮୪ ଶିଖ ଦଙ୍ଗାର ୩୬ତମ ବାର୍ଷିକୀ ଅବସର ପୂର୍ବରୁ ଖଲିସ୍ତାନ ସମର୍ଥକ ସଂଗଠନ ପକ୍ଷରୁ ଧମକ ଦିଆଯାଉଛି। ଦିଲ୍ଲୀ ବିମାନ ବନ୍ଦରକୁ ଉଡାଇଦେବାକୁ ଖଲିସ୍ତାନୀ ସଂଗଠନ ପକ୍ଷରୁ ଧମକ ଦିଆଯାଇଥିବା ସୂଚନା ମିଳିଛି। ଖଲିସ୍ତାନ କମାଣ୍ଡୋ ଫୋର୍ସର ସଦସ୍ୟ ତଥା ଘୋଷିତ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପନୁନ ଅନେକ ଲୋକଙ୍କ ମୋବାଇଲରେ ଏକ ଧମକପୂର୍ଣ୍ଣ ଭଏସ୍‌ ମ୍ୟାସେଜ୍‌ ପଠାଇଥିବା ଜଣାପଡ଼ିଛି। ନଭେମ୍ବର ୫ ଅର୍ଥାତ୍‌ ଗୁରୁବାର ଦିଲ୍ଲୀ ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ୨ଟି ବିମାନକୁ ଲଣ୍ଡନ ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ଉକ୍ତ ଭଏସ୍‌ ମ୍ୟାସେଜରେ ଉଲ୍ଲେଖ କରାଯାଇଛି। ଏଭଳି ଧମକପୂର୍ଣ୍ଣ ମ୍ୟାସେଜ ମିଳିବା ପରେ ଦିଲ୍ଲୀରେ ଆଲର୍ଟ ଜାରି କରାଯାଇଛି। ଏଥିସହ ଏୟାର ଇଣ୍ଡିଆ, ଏୟାରପୋର୍ଟ ପୋଲିସ, ସିଆଇଏସ୍‌ଏଫ୍‌ ସିକ୍ୟୁରିଟି ୟୁନିଟ ଓ ସ୍ପେଶାଲ ସେଲ୍‌କୁ ଆଲର୍ଟ କରାଯାଇଥିବା ନେଇ ଦିଲ୍ଲୀ ପୋଲିସର ଏୟାରପୋର୍ଟ ଡିସିପି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୧୯୮୪ରେ ଦିଲ୍ଲୀରେ ହୋଇଥିବା ଦଙ୍ଗାକୁ ନଭେମ୍ବର ୫ରେ ୩୬ବର୍ଷ ପୂରଣ ହେଉଛି। ଏଥିପାଇଁ ଖଲିସ୍ତାନୀ ଆତଙ୍କବାଦୀ ଅନେକ ନମ୍ବରରେ ଫୋନ କରି ଏଭଳି ଧମକ ଦେଇଥିବା କୁହାଯାଉଛି। ଅନ୍ୟପଟେ ମଙ୍ଗଳବାର ଖଲିସ୍ତାନ ସମର୍ଥକ ସଂଗଠନ ସହ ଜଡ଼ିତ ୧୨ଟି ଓ୍ବେବସାଇଟ ଉପରେ ସରକାର ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିବା ପରେ ଏଭଳି ଧମକ ମିଳିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri