କାନାଡାର ହିନ୍ଦୁ ମନ୍ଦିର, ଗୁରୁଦ୍ୱାରାରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା, ୨୨।୪:କାନାଡାର ଖଲିସ୍ତାନୀ ଉଗ୍ରବାଦୀମାନେ ରବିବାର ରାତିରେ ଭାଙ୍କୋଭରସ୍ଥିତ ଖାଲ୍‌ସା ଦ୍ୱିଓ୍ବାନ୍‌ ସୋସାଇଟି (କେଡିଏସ୍‌) ଗୁରୁଦ୍ୱାରାରେ ଭଙ୍ଗାରୁଜା କରିବା ସହ ଏହାର କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଛନ୍ତି। ଏନେଇ ଗୁରୁଦ୍ୱାରା ପ୍ରଶାସନ ପକ୍ଷରୁ ସୋମବାର ସୂଚନା ଦିଆଯିବା ସହ କିଛି ଫଟୋକୁ ଶେୟାର କରାଯାଇଛି। ସ୍ପ୍ରେ ପେଣ୍ଟକୁ ବ୍ୟବହାର କରାଯାଇ ଗୁରୁଦ୍ୱାରାର କାନ୍ଥରେ ବିଭିନ୍ନ ଆପତ୍ତିଜନକ ଶବ୍ଦ ସହ ଖଲିସ୍ତାନ ଲେଖା ହୋଇଥିବା ନେଇ ଦେଖିବାକୁ ମିଳିଛି। ଖଲିସ୍ତାନକୁ ସମର୍ଥନ କରୁଥିବା ଏକ ସଙ୍ଗଠନର କେତେଜଣ ସଦସ୍ୟ ଖଲିସ୍ତାନ ଜିନ୍ଦାବାଦ ଭଳି ବିଭାଜନକାରୀ ସ୍ଲୋଗାନ୍‌ ସହ ଗୁରୁଦ୍ୱାରାର ପବିତ୍ର କାନ୍ଥକୁ ବିକୃତ କରିଥିବା ନେଇ ଗୁରୁଦ୍ୱାରା ପ୍ରଶାସନ କହିଛି। କାନାଡାର ସ୍ଥାନୀୟ ମିଡିଆରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଭାଙ୍କୋଭର ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି। ଗତ ସପ୍ତାହରେ କେଡିଏସ୍‌ ଗୁରୁଦ୍ୱାରାରେ ହୋଇଥିବା ସବୁଠାରୁ ବଡ଼ ବୈଶାଖୀ ପରେଡ୍‌ରେ ଭାଗ ନେବା ପାଇଁ ଖଲିସ୍ତାନୀ ସଙ୍ଗଠନଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିଲା। ଏହାର ପ୍ରତିକ୍ରିୟା ସ୍ବରୂପ ଗୁରୁଦ୍ୱାରାରେ ଭଙ୍ଗାରୁଜା କରାଯାଇଥିବା ନେଇ ଅନୁମାନ କରାଯାଉଛି। ସେହିପରି ବ୍ରିଟିଶ୍‌ କଲମ୍ବିଆ ରାଜ୍ୟର ଲକ୍ଷ୍ମୀ ନାରାୟଣ ମନ୍ଦିରରେ ମଧ୍ୟ ଖାଲିସ୍ତାନୀ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି। ଉଗ୍ରବାଦୀମାନେ ମନ୍ଦିରର କାନ୍ଥରେ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ୍‌ ଲେଖିଥିଲେ। କାନାଡାଇ ହିନ୍ଦୁ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯିବା ସହ ଘଟଣାକୁ ନେଇ ଖଲିସ୍ତାନୀ ଉଗ୍ରବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri