Categories: ଜାତୀୟ

ହିମାଚଳପ୍ରଦେଶ ବିଧାନସଭା ମୁଖ୍ୟ ଫାଟକରେ ଖଲିସ୍ତାନ ପତାକା…

ଶିମଲା, ୮।୫ : ହିମାଚଳପ୍ରଦେଶର ବିଧାନସଭାର ମୁଖ୍ୟ ଫାଟକରେ ଖାଲିସ୍ତାନ ସମର୍ଥକ ପତାକା ଲଗାଯାଇଛି। ଏନେଇ ଉତ୍ତେଜନା ପ୍ରକାଶ ପାଇଛି। ଧର୍ମଶାଳାରେ ସ୍ଥାନୀୟ ଲୋକ ପ୍ରଶାସନକୁ ଏ ବିଷୟରେ ଅବଗତ କରାଇଥିଲେ। ପରେ ପତାକା ହଟାଇବା ସହିତ ତଦନ୍ତ ଜାରି ରହିଛି। ଶିଖ ଫର ଜଷ୍ଟିସ ସଂଗଠନର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଖଲିସ୍ତାନୀ ପତାକା ଲଗାଇବାକୁ ଧମକ ଦେଇ ହିମାଚଳର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ।

ଚିଠିରେ ପନ୍ନୁ ଧମକ ଦେଇଥିଲେ ଯେ ସେ ଶିମଲାରେ ଜାର୍ନେଲ ସିଂ ଭୀନ୍ଦ୍ରନୱାଲେ ଏବଂ ଖାଲିସ୍ତାନର ପତାକା ଲଗାଯିବ। ସେକାଳେ ବିଧାନସଭା ଫାଟକରେ ଖାଲିସ୍ତାନୀ ପତାକା ଲାଗିଥିବା ନେଇ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ।

ଏହି ଘଟଣାରେ କାଙ୍ଗଡା ଏସପି କୁଶଲ ଶର୍ମା କହିଛନ୍ତି ଯେ ବିଳମ୍ବିତ ରାତିରେ କିମ୍ବା ସକାଳେ ଏହି ଘଟଣା ଘଟିଛି। ପୋଲିସ ସଙ୍ଗେ ସଙ୍ଗେ ବିଧାନସଭା ଫାଟକରୁ ଖାଲିସ୍ତାନୀ ପତାକା ହଟାଇ ଦେଇଛି। ସେ କହିଛନ୍ତି ଯେ ପଞ୍ଜାବର କେହି ଜଣେ ଯାତ୍ରୀ ଏଭଳି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ସମ୍ପର୍କରେ ଆମେ ଏକ ମାମଲା ରୁଜୁ କରିଛୁ।

Share