Categories: ଖେଳ

ମ୍ୟାଚ୍‌ ଚାଲିଥିବାବେଳେ ଡ୍ରେସିଂ ରୁମରେ ସିଗାରେଟ ଟାଣିଲେ କୋଚ: କାର୍ଯ୍ୟାନୁଷ୍ଠାନ ଦାବି

ଢାକା,୧୨।୨: ବାଂଲାଦେଶ ପ୍ରିମିୟର ଲିଗ (ବିପିଏଲ)ରେ ଖେଳାଯାଇଥିବା ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ସମୟରେ ଖୁଲନା ଟାଇଗର୍ସର ମୁଖ୍ୟ କୋଚ ଖାଲିଦ ମହମୁଦ ଡ୍ରେସିଂ ରୁମରେ ସିଗାରେଟ ଟାଣୁଥିବାର ନଜର ଆସିଥିଲେ। କ୍ୟାମେରାରେ ତାଙ୍କର ଏହି ଫଟୋ ମଧ୍ୟ କଏଦ ହୋଇଥିଲା ଏବଂ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ଖାଲିଦ ମହମୁଦ ମଧ୍ୟ ବାଂଲାଦେଶର ପୂର୍ବତନ କ୍ରିକେଟର ଭାବେ କାର୍ଯ୍ୟ କରିଛନ୍ତି। ବାଂଲାଦେଶ ପ୍ରିମିୟର ଲିଗରେ ପ୍ଲେ ଅଫ ଦୌଡ଼ରୁ ଖୁଲନା ଟାଇଗର୍ସ ବାଦ୍‌ ପଡ଼ିଛି। ଶେଷ ଲିଗ ମ୍ୟାଚରେ ସେ ସାନ୍ତ୍ୱନାମୂଳକ ବିଜୟ ହାସଲ କରି ଟୁର୍ନାମେଣ୍ଟରୁ ବିଦାୟ ନେଇଛି।

ବି.ଦ୍ର: ସିଗାରେଟ୍‌ ଟାଣିବା ଶରୀର ପକ୍ଷେ ହାନିକାରକ

Share